ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମର ଲକ୍ଷ୍ମୀଧର ବିଶ୍ୱାଳ ନାମକ ଜଣେ ଯୁବକ ବେକରେ ଲୁଗା ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଗତ କିଛି ମାସ ପୂର୍ବରୁ ବାହା ହୋଇଥିଲା। କିନ୍ତୁ ପାରିବାରିକ କଳହକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ବେଳେ ମୃତ୍ୟୁ ପୁର୍ବରୁ ନିଜ ସ୍ତ୍ରୀ ସହିତ ଝଗଡ଼ା ହେଲା ପରେ ଏହି ଭଳି ପଦକ୍ଷେପ ନେଇଛି ବୋଲି ଲକ୍ଷ୍ମୀର ଭିଣୋଇ ଥାନା ରେ ଅଭିଯୋଗ କରିଥିଲେ।
ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।