Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର
ଆଜିର ଖବର

‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

September 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର
ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

ଭୁବନେଶ୍ୱର: ‘ସେବା ପର୍ବ’ ଏବଂ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଅଧୀନରେ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୧ ସେପ୍ଟେମ୍ବରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏହି ଶିବିରରେ ପ୍ରତିଷ୍ଠାନର ମହିଳା କର୍ମଚାରୀ, ପ୍ରବାସୀ ଶ୍ରମିକ କଲୋନୀର ବାସିନ୍ଦା ଏବଂ ସ୍ଵଚ୍ଛତା କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଆଇଟି ଭୁବନେଶ୍ୱରର ଉନ୍ନତ ଭାରତ ଅଭିଯାନ (ୟୁବିଏ), ମହିଳା କଲ୍ୟାଣ କମିଟି (ଡବ୍ଲୁ୍ୟୁଡବ୍ଲୁସି), ଟିମ୍ ଏନଏସଏସ, ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଟିମ୍ ଲିଟେରାରୀ ମିଶନ ସମ୍ମିଳିତ ଭାବରେ ପରିଚାଳନା କରିଥିଲେ।

ସ୍ୱାସ୍ଥ୍ୟ ଶିବିରର ଅଂଶ ଭାବରେ, ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ଅନୁ ବନସଲ ମହିଳା ଅଂଶଗ୍ରହଣକାରୀମାନଙ୍କୁ ସ୍ତନ, ଗର୍ଭାଶୟ ଓ ମୁଖ କର୍କଟ ବିଷୟରେ ସଚେତନତାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ପ୍ରାରମ୍ଭିକ ଚିହ୍ନଟର ଗୁରୁତ୍ୱକୁ ଉଲ୍ଲେଖ କରି, ମହିଳାମାନଙ୍କୁ ଗର୍ଭାଶୟ କର୍କଟ ସୃଷ୍ଟି କରୁଥିବା ହ୍ୟୁମାନ ପାପିଲୋମାଭାଇରସ୍‌ (ଏଚପିଭି) ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଏଚପିଭି ଟୀକାକରଣ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ରକ୍ତଚାପ, ରକ୍ତ ଶର୍କରା ଓ ହିମୋଗ୍ଲୋବିନ୍‌ ଯାଞ୍ଚ ସହିତ ଡାକ୍ତରଙ୍କ ପରାମର୍ଶ ବ୍ୟବସ୍ଥା ରହିଥିଲା। ପରୀକ୍ଷା ପରେ ଅଂଶଗ୍ରହଣକାରୀମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ ଯୋଗଦେଇଥିବା ମା’ମାନଙ୍କୁ ଶିଶୁ ଯତ୍ନ ଓ ପୁଷ୍ଟିସାର ସମ୍ପର୍କିତ ପରାମର୍ଶ ମିଳିଥିଲା। ସେହିପରି, ମହିଳାମାନଙ୍କୁ ମାସିକ ଋତୁସ୍ରାବ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା ଏବଂ ମାଗଣାରେ ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ୍ ବଣ୍ଟନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ଦ୍ୱାରା ପ୍ରାୟ ୭୫ ଜଣ ବ୍ୟକ୍ତି ଉପକୃତ ହୋଇଥିଲେ। ଶିବିରର ସୁଗମ ପରିଚାଳନାରେ ଏନଏସଏସ ଓ ୟୁବିଏର ସ୍ୱେଚ୍ଛାସେବୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ଏହି ଅବସରରେ, ଡକ୍ଟର ସୀମା ବାହିନୀପତି, ପ୍ରଫେସର-ଇନ-ଚାର୍ଜ (ସ୍ୱାସ୍ଥ୍ୟ ସେବା); ଡକ୍ଟର ମଧୁସ୍ମିତା ଦାଶ, ସଂଯୋଜିକା (ୟୁବିଏ); ଡକ୍ଟର ଅନସୁୟା ରୟଚୌଧୁରୀ, ଅଧ୍ୟକ୍ଷା (ଡବ୍ଲୁ୍ୟୁଡବ୍ଲୁସି); ଏନଏସଏସ ସଂଯୋଜକ ଡକ୍ଟର ଶିବାୟ ବାଥୁଳା ଏବଂ ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚିକିତ୍ସା ଅଧିକାରୀ ଡକ୍ଟର ମନସୁର ଅହମ୍ମଦ ଖାନ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ଯେ, ବିକଶିତ ଭାରତ ୨୦୪୭ ଦୃଷ୍ଟିକୋଣ ଅନୁରୂପ ‘ସେବା ପର୍ବ’ର ଉଦ୍ଦେଶ୍ୟ ହେଉଛି ସେବା, ନବସୃଜନ ଏବଂ ସାଂସ୍କୃତିକ ଗର୍ବର ସାମୂହିକ ଭାବନାରେ ସମ୍ପ୍ରଦାୟ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ଏକତ୍ର କରିବା। ଆଇଆଇଟି ଭୁବନେଶ୍ୱର ଏହି ଜାତୀୟ ପ୍ରୟାସରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଥିବା ସହ, ନିଜ ଅଂଶୀଦାରମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି। ସେହିପରି, ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ର ଅଂଶ ଭାବରେ, ପ୍ରତିଷ୍ଠାନ ମହିଳା ସଦସ୍ୟାମାନଙ୍କ ସ୍ୱାସ୍ଥ୍ୟସେବା ଏବଂ କଲ୍ୟାଣ ପାଇଁ ବିଶେଷ କାର୍ଯ୍ୟକ୍ରମ ପରିଚାଳନା କରୁଛି।

ଆଇଆଇଟି ଭୁବନେଶ୍ୱର ସଶକ୍ତ ପରିବାର ସେବା ପର୍ବ ସ୍ଵସ୍ଥ ନାରୀ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026
Latest News

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.