Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ
ଆଜିର ଖବର

ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ

September 23, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର
ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର

ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଗ୍ରଣୀ ସ୍ୱାସ୍ଥ୍ୟ ଯୋଜନା ସମୀକ୍ଷା ସହ ପି ସି ପି ଏନ୍ ଡି ଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ,ଅତିରିକ୍ତ ଆରକ୍ଷୀ ଅଧି କ୍ଷକ ଅନାଦି ଚରଣ ସେଠୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇ ଥିଲେ।

ଜିଲ୍ଲାପାଳ ଶ୍ରୀ ଋତୁରାଜ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନ ବୟୋ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ ର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିବା ସହ ଜନ୍ମରୁ ପାଞ୍ଚବର୍ଷ ଶିଶୁ ମାନଙ୍କୁ ପଲ୍ସ ପୋଲିଓ ଟିକା ଖୁଆଇବା ଉପରେ ସମୀକ୍ଷା କରିଥିଲେ। ଆସନ୍ତା ଅକ୍ଟୋବର ୧୨,୧୩, ୧୪ତାରିଖରେ ଶୁନରୁ ପାଞ୍ଚ ବର୍ଷ ଶିଶୁ ମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ପ୍ରଦାନ କରାଯିବ।

ଜିଲ୍ଲାରେ ୧ ଲକ୍ଷ ୨୫ ହଜାର ୭୪୪ ଶିଶୁଙ୍କୁ ଟୀକା ପ୍ରଦାନ କରାଯିବ ଏବଂ ଏହି କାର୍ଯ୍ୟ ସମ୍ପାଦନ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନୱାଡ଼ି ଦିଦି ଙ୍କୁ ନେଇ ୨୪୮୦ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ବୟୋବନ୍ଦନା କାର୍ଡ ୭୦ ବର୍ଷରୁ ଉର୍ଦ୍ଧ କେତେ ପାଇଛନ୍ତି ଏବଂ କେତେ ପାଇବାକୁ ଅଛନ୍ତି ତାହାର ତାଲିକା ବି ଡି ଓ ମାନଙ୍କ ସହଯୋଗରେ ବୁଥ ୱାରି ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶଦେଇଥିଲେ।

ଜିଲ୍ଲାର ସମସ୍ତ ୧୯ ଗୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସମସ୍ତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଆଶା ମାନଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରାଯିବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ବୟୋବନ୍ଦନା କାର୍ଡ ୧୭.୦୭.୨୦୨୫ ରିଖ ସୁଦ୍ଧା ୭ ଲକ୍ଷ ୮୯ ହଜାର ୩୧୧ ମିଳିଥିବା ବେଳେ ୫ ଲକ୍ଷ ୧୧ ହଜାର ୪୫୨ କାର୍ଡ ବଣ୍ଟନ କରାଯାଇଅଛି। ଅବଶିଷ୍ଟ କାର୍ଡ ବଣ୍ଟନ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର nqas ମାନ୍ୟତା ପାଇଁ ଜୁଲାଇ ୨୦୨୫ ସୁଦ୍ଧା ୧୬୧ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ୪୭ ଶତକଡା ସଫଳତା ମିଳିଛି।

ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରଙ୍ଗ ଦେବା, ବ୍ରାଣ୍ଡିଂ ବା ଏକ ବୈଶିଷ୍ଟ୍ୟ ସୃଷ୍ଟି କରିବା, ବିଜୁଳି ଆଲୋକ, ଅନ୍ତଃର୍ବିଭାଗ ଶୌଚାଳୟ କୁ ଉତ୍ତମ ରୂପେ ପ୍ରସ୍ତୁତ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାରେ ଯକ୍ଷ୍ମା ରୋଗ,ନାଟ ପରୀକ୍ଷା ୧୮୨୧ ଜଣଙ୍କର ପରୀକ୍ଷା କରାଯାଇ ଭୁବନେଶ୍ୱର ଅଞ୍ଚଳରେ ଶତକଡା ଶତ ପ୍ରତିଶତ ସଫଳତା ହାସଲ ମିଳିଛି।

ଜିଲ୍ଲାରେ ୪୫୩ ଆଲଟ୍ରା ସାଉଣ୍ଡ କେନ୍ଦ୍ର ଥିବା ବେଳେ ୭୧ ଗୋଟି କାର୍ଯ୍ୟକ୍ଷମ, ନୂତନ ଭାବେ ଖୋଲିବା ପାଇଁ ୬ଗୋଟି ଦରଖାସ୍ତ ଏବଂ ନବୀକରଣ ପାଇଁ ୪ ଗୋଟିର ଦରଖାସ୍ତ ମିଳିଛି। ଜିଲ୍ଲାରେ ଅଲଟ୍ରା ସାଉଣ୍ଡ ଗୁଡ଼ିକ ଉପରେ ତହସିଲଦାରଙ୍କ ନେତୃତ୍ୱରେ ମେଡିକାଲ ଅଫିସର ମାନେ ଅଚାନକ ଚଢାଉ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ଦୁରତା ମଧ୍ୟରେ କୌଣସି ତମାଖୁ ଦୋକାନ ଯେପରି ନ ରୁହେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସରପଞ୍ଚ ମାନେ ତମାଖୁ ମୁକ୍ତ ଗ୍ରାମ ପଂଚାୟତ ପାଇଁ ଉଯୋଗ କରିବା ସହ ତମାଖୁ ନିଷେଧ ଧାରା ୫, କୋଟପା ଧାରା ୭ ପାଳନ କରିବାସହ, ପରିବହନ ବିଭାଗ, କୃଷି ବିଭାଗ, ସହରାଞ୍ଚଳ ବିକାଶ ବିଭାଗ ଆଦି ପ୍ରମୁଖ ବିଭାଗ ଅଧିକାରୀ ମାନେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ଜିଲ୍ଲାପା ଳ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ପରିବାର କଲ୍ୟାଣ,ଡାକ୍ତର ପି କେ ସାହୁ, ସମସ୍ତ ବ୍ଲକର ବି ଡି ଓ,ସ୍ରୀ ରୋଗ ଏବଂ ପ୍ରସୂତି ଡାକ୍ତର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରର ସଂପୃକ୍ତ ଡାକ୍ତର ଓ ବୈଷୟିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଖୋର୍ଦ୍ଧା ପିସିପିଏନଡିଟି ଆକ୍ଟ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Latest News

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.