Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର ୨ ରୁ ସ୍ଵତନ୍ତ୍ର ଅଭିଯାନ “ଆମ ସଂକଳ୍ପ – ନିଶା ନୁହେଁ ଜୀବନ” ଓ “ନିଶା ମୁକ୍ତ ଭୁବନେଶ୍ୱର”
ଆଜିର ଖବର

ଅକ୍ଟୋବର ୨ ରୁ ସ୍ଵତନ୍ତ୍ର ଅଭିଯାନ “ଆମ ସଂକଳ୍ପ – ନିଶା ନୁହେଁ ଜୀବନ” ଓ “ନିଶା ମୁକ୍ତ ଭୁବନେଶ୍ୱର”

September 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅକ୍ଟୋବର ୨ ରୁ ସ୍ଵତନ୍ତ୍ର ଅଭିଯାନ "ଆମ ସଂକଳ୍ପ - ନିଶା ନୁହେଁ ଜୀବନ" ଓ "ନିଶା ମୁକ୍ତ ଭୁବନେଶ୍ୱର"
ଅକ୍ଟୋବର ୨ ରୁ ସ୍ଵତନ୍ତ୍ର ଅଭିଯାନ "ଆମ ସଂକଳ୍ପ - ନିଶା ନୁହେଁ ଜୀବନ" ଓ "ନିଶା ମୁକ୍ତ ଭୁବନେଶ୍ୱର"

ଭୁବନେଶ୍ଵର: ରାଜ୍ୟରେ ବେଆଇନ ନିଶା କାରବାର ଓ ସେବନ ଯୋଗୁଁ ଅନେକ ଧନ ଜୀବନ ହାନି ଘଟୁଛି। ଏଥିନେଇ ବିଗତ ଏକ ବର୍ଷ ମଧ୍ୟରେ ନିରନ୍ତର ଚଢ଼ାଉ ଅଭିଯାନ ଫଳରେ ବହୁ କୋଟି ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହେବା ସହ ଏଥିରେ ସମ୍ପୃକ୍ତ ଅନେକ ଲୋକ ଗିରଫ ହୋଇଛନ୍ତି। ତେବେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବା ସହ ଓଡ଼ିଶାକୁ ବେଆଇନ ନିଶା କବଳରୁ ମୁକ୍ତ କରିବା ପାଇଁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ପଡିବ।

ଆସନ୍ତା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ତଥା “ଆମ ସଂକଳ୍ପ – ନିଶା ନୁହେଁ ଜୀବନ” ଓ “ନିଶା ମୁକ୍ତ ଭୁବନେଶ୍ୱର”ର ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ପରିବାର, ସ୍କୁଲ-କଲେଜ ତଥା ଗ୍ରାମାଞ୍ଚଳରୁ ନିଶା ସେବନର ଅପକାରିତା ବିଷୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ।

ଏକ ମାସ ଧରି ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମ ଓ ଚଢ଼ାଉ ଅଭିଯାନକୁ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସଚେତନତା ରାଲ୍ଲୀ ଓ ମାରାଥନ ଆୟୋଜନ ହେବାକୁ ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା।ସେହିପରି ଜଙ୍ଗଲ ବିଭାଗ ପକ୍ଷରୁ ଗଞ୍ଜେଇ ତଥା ଅଫିମ ଚାଷ ନଷ୍ଟକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ସଂସ୍କୃତି ବିଭାଗ ଓ ମିଶନ ଶକ୍ତି ପକ୍ଷରୁ ପଥପ୍ରାନ୍ତ ନାଟକ ଓ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥି ସହିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା ଆୟୋଜନ ସହ ସଡ଼କ ସୁରକ୍ଷା ସଚେତନତା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଅବକାରୀ କମିଶନର ପି. ଅନ୍ଵେଷା ରେଡ୍ଡୀ, ଅତିରିକ୍ତ ଶାସନ ସଚିବ ଅର୍ଚ୍ଚନା ଦାସପଟ୍ଟନାୟକ, ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ବବିତା ମହାନ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ସ୍ବତନ୍ତ୍ର ସଚିବ ସୌଦାମିନୀ ସେଠୀ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ ସ୍ବାଇଁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

AwarenessForLife DrugFreeBhubaneswar DrugFreeOdisha HealthyFutureOdisha LifeNotDrugs NoDrugsYesLife SafeOdisha SayNoToDrugs ବେଆଇନ ନିଶା
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ବିଜୟ ସହିତ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

June 15, 2026

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026
Latest News

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ବିଜୟ ସହିତ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

June 15, 2026

ଆଜି ରଜ ସଂକ୍ରାନ୍ତିରେ ଏହି ସାତୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

June 15, 2026

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.