Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ
ଆଜିର ଖବର

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
MoU signed for excellence in skill development in Odisha
MoU signed for excellence in skill development in Odisha

ଭୁବନେଶ୍ଵର: ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ବିଭାଗ ପକ୍ଷରୁ ଦେଶର ତିନୋଟି ପ୍ରମୁଖ ଅନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛିି। ଓଡ଼ିଶା ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ଗତି ଫାଉଣ୍ଡେସନ, ଜଷ୍ଟ ଜବ୍ସ ନେଟ୍ୱାର୍କ ଏବଂ ଫୁଟ୍ୱୟାର ଡିଜାଇନ୍ ଡେଭଲପମେଣ୍ଟ ଇନ୍ଷଫିଚୁ୍ୟଟ୍, ଏପ୍ଡିଡିଆଇ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣାପତ୍ର ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ସୁଯୋଗ ବିସ୍ତାର କରିବ। ଓଡ଼ିଶାକୁ ଦକ୍ଷ ପ୍ରତିଭାର କେନ୍ଦ୍ର ଭାବରେ ପରିଗଣିତ କରିବାରେ ଏହା ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରମାଣ ଆଧାରିତ ଦକ୍ଷତା ବିକାଶ ନୀତିକୁ ସୁଦୃଢ଼ କରିବା ଏବଂ ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହା ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ଦକ୍ଷତା ବିକାଶକୁ ସବୁବେଳେ ପ୍ରାଥମିକତା ଦେଇଆସିଛୁ। ଏକ ବିକଶିତ ଓଡ଼ିଶା ଅଭିମୁଖେ ଯାତ୍ରାର ଏହା ଏକ ଅଂଶବିଶେଷ। ଆମର ଯୁବପିଢ଼ି କେବଳ ଆମ ରାଜ୍ୟ ଏବଂ ଦେଶରେ ନିଯୁକ୍ତି ପାଇଁ ନୁହେଁ ବରଂ ବିଶ୍ୱସ୍ତରରେ ସଫଳ ହେବା ପାଇଁ ଦକ୍ଷ ହେବା ଆବଶ୍ୟକ। ସେ ମଧ୍ୟ କହିଥିଲେ ଯେ, ଏହି ବୁଝାମଣାପତ୍ର ଦକ୍ଷତା ବିକାଶ କ୍ଷେତ୍ରରେ ଆମର ପ୍ରତିବଦ୍ଧତାର ପ୍ରମାଣ। ଏହା ଓଡ଼ିଶାର ଯୁବପିଢ଼ିଙ୍କୁ ଭବିଷ୍ୟତରେ ସଶକ୍ତ କରିବ। ଆମେ କେବଳ ନିଯୁକ୍ତି ସୃଷ୍ଟି କରୁ ନାହୁଁ, ବରଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପାଇଁ ଏକ ଦୃଢ଼ ଆତ୍ମବିଶ୍ୱାସୀ ମାନବସମ୍ବଳ ସୃଷ୍ଟି କରୁଛୁ।

ଗତି ଫାଉଣ୍ଡେସନ ସହିତ ସହଭାଗିତା ଓଡ଼ିଶାର ଯୁବପିଢ଼ିଙ୍କୁ ଅନ୍ତର୍ଜାତୀୟ ବଜାରର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବ। ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ଦକ୍ଷତାସମ୍ପନ୍ନ ବିଶ୍ୱସ୍ତରୀୟ ଦକ୍ଷ ବୃତ୍ତିଗତ ମାନବସମ୍ବଳ ସୃଷ୍ଟି ହୋଇପାରିବ।

ସେହିପରି ଜଷ୍ଟ ଜବ୍ସ ନେଟ୍ୱାର୍କ ସହିତ ସହଯୋଗରେ ଗବେଷଣା ନେତୃତ୍ୱାଧୀନ ଅନ୍ତର୍ଭୁକ୍ତ ଦକ୍ଷତା ନୀତିକୁ ସୁଦୃଢ଼ କରିବ ଓ ଏଫ୍ଡିଡିଆଇ(ହାଇଦ୍ରାବଦ କ୍ୟାମ୍ପସ) ସହିତ ଅଣ-ଚମଡ଼ା ଫୁଟ୍ୱୟାର ପ୍ରସ୍ତୁତି କ୍ଷେତ୍ରରେ ଆବଶ୍ୟକ ଦକ୍ଷତାର ବିକାଶ କରିବା ସହ ଉଚ୍ଚ ବିକାଶ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଭବିଷ୍ୟତର ଉଦ୍ୟୋଗ ପାଇଁ ନୂତନ ମାର୍ଗ ଉନ୍ମୋଚନ ହେବ।

ଏହି କାର୍ଯ୍ୟକ୍ରମରେ ଗତି ଫାଉଣ୍ଡେସନର ସିଇଓ ଅର୍ଣ୍ଣବ ଭଟ୍ଟାଚାର୍ଯ୍ୟ, ଜଷ୍ଟ ଜବ୍ସ ନେଟ୍ୱାର୍କର ପ୍ରତିଷ୍ଠାତା ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସବିନା ଦିୱାନ ଏବଂ ଏଫ୍ଡିଡିଆଇ ହାଇଦ୍ରାବାଦ କ୍ୟାମ୍ପସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ନରସିଂହୁଗାରୀ ଟି. ଏଲ୍. ରେ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ରଶ୍ମି୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବୁଝାମଣାପତ୍ର ସ୍ୱାକ୍ଷରିତ ସମ୍ପଦ ଚନ୍ଦ୍ର ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026
Latest News

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.