Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରଙ୍କ ସହ ହାତ ମିଳାଇଲା ଭାରତୀୟ ସେନା, ପ୍ରଦୂଷଣର ମୁକାବିଲା ପାଇଁ ସେନା ପକ୍ଷରୁ ଇ-କାର ଚଳାଚଳ ଆରମ୍ଭ
ଆଜିର ଖବର

ସରକାରଙ୍କ ସହ ହାତ ମିଳାଇଲା ଭାରତୀୟ ସେନା, ପ୍ରଦୂଷଣର ମୁକାବିଲା ପାଇଁ ସେନା ପକ୍ଷରୁ ଇ-କାର ଚଳାଚଳ ଆରମ୍ଭ

August 1, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରକାରଙ୍କ ସହ ହାତ ମିଳାଇଲା ଭାରତୀୟ ସେନା, ପ୍ରଦୂଷଣର ମୁକାବିଲା ପାଇଁ ସେନା ପକ୍ଷରୁ ଇ-କାର ଚଳାଚଳ ଆରମ୍ଭ
ସରକାରଙ୍କ ସହ ହାତ ମିଳାଇଲା ଭାରତୀୟ ସେନା, ପ୍ରଦୂଷଣର ମୁକାବିଲା ପାଇଁ ସେନା ପକ୍ଷରୁ ଇ-କାର ଚଳାଚଳ ଆରମ୍ଭ

ସମୀକ୍ଷା ବ୍ୟୁରୋ

ଏକ ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ନୂଆଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି ଇ-କାର (ବିଦ୍ୟୁତ ଚାଳିତ କାର) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଶକ୍ତି ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରାୟତ ଉଦ୍ୟୋଗ ଶକ୍ତି ଦକ୍ଷତା ସେବା ଲିଃ (ଇଇଏସଲ) ସହଭାଗୀତାରେ ଏହି ଉପକ୍ରମ ଆରମ୍ଭ କରାଯାଇଛି । ଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି ଇ-କାର ପ୍ରଚଳନ ନିମନ୍ତେ ବିଶ୍ୱ ପରିବେଶ ଦିବସ ଅବସରରେ ପରିକଳ୍ପନା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆସିଥିବା ୧୦ଟି ଇ-କାରକୁ ଆଜି ଲେଫ୍ଟନାଂଟ ଜେନେରାଲ ଗୋପାଳ ଆର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ହାତକୁ ନିଆଯାଇଥିବା ବେଳେ ଏହା ସଫଳ ହେଲେ ଦିଲ୍ଲୀରେ ଇ-କାର ସଂଖ୍ୟା ବୃଦ୍ଧି କରାଯିବ, ଯାହା ସର୍ବନିମ୍ନ ଅଙ୍ଗାର ନିର୍ଗମନ, ମିତବ୍ୟୟିତା ଓ ଦକ୍ଷତା ସୁନିଶ୍ଚିତ କରିବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସେନା ସବୁବେଳେ ଆଗରେ ରହିଆସିଛି । ଭାରତୀୟ ସେନା ନିକଟରେ ସର୍ବାଧିକ ସଂଖ୍ୟକ ପ୍ରାଦେଶିକ ସେନା ବାଟାଲିଅନ (ଇକୋ) ରହିଛି। ଏହି ବାଟାଲିୟନ ପରିବେଶ ସୁରକ୍ଷା ଦିଗରେ ବନୀକରଣ ଭଳି ବ୍ୟାପକ କାର୍ଯ୍ୟ କରିଆସିଛି। ଭାରତୀୟ ସେନା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଉପାନ୍ତ ଏବଂ ପରିବେଶଗତ ସମ୍ବେଦନଶୀଳ କ୍ଷେତ୍ରରେ ପରିବେଶ ସନ୍ତୁଳନ ରକ୍ଷା କରିବା ଓ ପରିବେଶର ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ସହିତ ମିଶି କାର୍ଯ୍ୟ କରିଆସୁଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବୃହତ ସମସ୍ୟା ଭାବେ ଉଭା ହୋଇଛି। ଏପରି ଏକ ସମସ୍ୟାର ମୁକାବିଲା ଲାଗି ସାରା ବିଶ୍ୱର ସରକାରମାନେ ବହୁ ପରିମାଣରେ ଅର୍ଥ ବ୍ୟୟ କରୁଛନ୍ତି । ଅଙ୍ଗାରକାମ୍ଳ ଗ୍ୟାସ ହ୍ରାସ କରିବା ଦିଗରେ ବିଦ୍ୟୁତ ଚାଳିତ ବାହନ ପ୍ରଯୁକ୍ତି ଏକ ଉପଯୋଗୀ ବିକଳ୍ପ। ଟାଟା ମୋଟର୍ସ, ମହିନ୍ଦ୍ରା ଭଳି ଭାରତୀୟ କମ୍ପାନୀ ବିଦ୍ୟୁତ ଚାଳିତ କାର ଉତ୍ପାଦନ ଲାଗି ଗବେଷଣା ଓ ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ବିଭିନ୍ନ ସରକାରୀ ସଂସ୍ଥାକୁ ଏପରି ବାହନ ଯୋଗାଇବା ଦିଗରେ ଇଇଏସଏଲ ପ୍ରମୁଖ ସହଯୋଗୀ ରହିଛି। ବିଦ୍ୟୁତ ଚାଳିତ ବାହନ ଉପଯୋଗ ଲାଗି ସେନାର ଏହି ପଦକ୍ଷେପ ଏହି ପ୍ରଯୁକ୍ତିର ବିକାଶରେ ସହାୟକ ହେବା ସହିତ ନିକଟ ଭବିଷ୍ୟତରେ ଜନସାଧାରଣ ଏହାକୁ ଗ୍ରହଣ କରିବା ଲାଗି ଅଧିକ ଅନୁପ୍ରାଣିତ ହେବେ।

Share. Facebook Twitter LinkedIn Email WhatsApp Copy Link

Related Posts

ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026

ଏଣିକି ନିଜ ଜିଲ୍ଲାରେ ନିଯୁକ୍ତି ମନା

April 15, 2026

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

April 15, 2026
Latest News

ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026

ଏଣିକି ନିଜ ଜିଲ୍ଲାରେ ନିଯୁକ୍ତି ମନା

April 15, 2026

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

April 15, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.