The Samikhsya Desk: ଅପରେସନ ପରେ ଜଣେ ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ଦୁଇଟି କଲମ। ଏହା ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହେବ। କଥାଟି ସଂପୂର୍ଣ୍ଣ ମିଛ ବୋଲି ଭାବିବ। ହେଲେ ତାହା ନୁହେଁଷ ଏହା ସଂପୂର୍ଣ୍ଣ ସତ କଥା। ଜଣେ ରୋଗୀର ପେଟ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ପେଟରେ କଣ ଅଛି ଅଲଟ୍ରାସାଉଣ୍ଡ କରିବା ପରେ ଜଣାପଡିଲା ଯେ ତାଙ୍କ ପେଟର ଷ୍ଟିଲ ଚାମଚ, ଟୁଥବ୍ରସ ଓ କଲମ ଅଛି। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ।
ତେବେ ଘଟଣାଟି ଘଟିଛି ହିମାଚଳ ପ୍ରଦେଶର ସିମିଲା ଅଞ୍ଚଳରେ। ସେହି ଅଞ୍ଚଳର ହାପୁର ବାସିନ୍ଦା ସଚୀନ ଯାହାର ବୟସ ୩୫ ବର୍ଷ ହେବ ତାଙ୍କ ପେଟରୁ ଏହି ସବୁ ଜିନିଷ ବାହାରିଥିଲା। ତେବେ ଘଟଣାଟି ହେଲା ସଚିନ ହେଉଛନ୍ତି ଜଣେ ନିଶା ସେବନକାରୀ। ସେ ପ୍ରବଳ ନିଶା ସେବନ କରୁଥିବାରୁ ତାଙ୍କୁ ତାଙ୍କ ପରିବାର ଲୋକେ ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଦେଇଥିଲେ।
ସେଠାରେ ସଚିନକୁ ଯାହା ଖାଇବାକୁ ଦିଆଯାଉଥିଲା ତାହାର ପରିମାଣ ବେଶ କମ ରହିଥିଲା। ଫଳରେ ସେ ଅସନ୍ତୁଷ୍ଠ ହୋଇପଡିଲା। ରାଗରେ ରୋଷେଇ ଘରେ ଥିବା ଷ୍ଟିଲ ଚାମଚକୁ ବାଥରୁମରେ ଭାଙ୍ଗି ତାହା ଢୋକି ଦେଉଥିଲା। ସେ ସିଧା ଶଙ୍ଖିର ରଖି ଢୋକୁଥିଲା କିମ୍ବା ପାଣି ସହ ଢୋକୁଥିଲା। ଏହାପରେ ସେ କିଛିଦିନ ଧରି ଏପରି କରିବା ପରେ ସେ ପରବର୍ତ୍ତି ସମୟରେ ଟୁଥବ୍ରସ ମଧ୍ୟ ଖାଇବାକୁ ଲାଗିଲେ। ଏପରି ପରିସ୍ଥିତିରେ ତାଙ୍କର ପେଟରେ ଭୀଷଣ ଯନ୍ତ୍ରଣା ହେବା ପରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କ ପେଟ ଅପରସେନ କରି ଏହିସବୁ ଜିନିଷ ବାହାର କରାଯାଇଥିଲା।
AZORTE’s New Campaign Redefines ‘Mid’ with Khushi Kapoor & Vedang Raina