ନୂଆଦିଲ୍ଲୀ: ଆଜି ୨୦୨୫ ଏସିଆ କପ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। କିନ୍ତୁ ଏହି ବଡ ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ସୂଚନା ଅନୁଯାୟୀ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫାଇନାଲ ମ୍ୟାଚରୁ ବାହାର ହୋଇଯାଇଛନ୍ତି। ସେ ଭାରତ-ଶ୍ରୀଲଙ୍କା ସୁପର-୪ ମ୍ୟାଚରେ ଆହତ ହୋଇଥିଲେ, ଯେଉଁଥିପାଇଁ ହାର୍ଦ୍ଦିକ ମାତ୍ର ଗୋଟିଏ ଓଭର ବୋଲିଂ କରିପାରିଥିଲେ।
ତେବେ ହାର୍ଦ୍ଦିକଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ସୁଯୋଗ ମିଳିବ। କିନ୍ତୁ ବଡ ପ୍ରଶ୍ନ ହେଉଛି, ହାର୍ଦ୍ଦିକଙ୍କ ସ୍ଥାନରେ କିଏ ନୂଆ ବଲରେ ବୋଲିଂ କରିବ?