ସ୍କୁଲ ପିଲାଙ୍କ ବସ୍ତାନି ବୋଝ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବ୍ୟାଗ୍ ବୋଝରେ କୋମଳମତି ଶିଶୁମାନେ ଭାରସାମ୍ୟ ହରାଇ ବସୁଛନ୍ତି । ଏ ସମ୍ପର୍କିତ ଆଇନ୍କୁ କଡାକଡି ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିଠାରୁ ଜିଲ୍ଲାପାଳମାନେ ସ୍କ୍ବାର୍ଡ ଜରିଆରେ ଏହାର ତଦାରଖ କରିବେ । ନିଜେ ସ୍କୁଲ ବୁଲି ଏ ସମ୍ପର୍କରେ ତଦାରଖ କରିବେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବ୍ୟାଗ୍ ଓଜନକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଯେଉଁ ନିର୍ଦ୍ଦେଶାବଳୀ (ଗାଇଡ୍ ଲାଇନ) ରହିଛି ତାକୁ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।