ଭୁବନେଶ୍ବର: କେନ୍ଦୁଝର ଘଟଗାଁ ଠାରେ ଥିବା ମା ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ଵିକ ବିକାଶ ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି । ମା ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ବିକ ବିକାଶ ଦ୍ବାରା ଭକ୍ତମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ। ଏହି ବିକାଶର ଫଳସ୍ବରୂପ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ହେବ ।
ରାଜ୍ୟ କ୍ୟାବିନେଟ୍ ଏଥିପାଇଁ ୧୪୬ କୋଟି ଟଙ୍କା ମୂଲ୍ୟର ସର୍ବନିମ୍ନ ଟେଣ୍ଡର (ଜି.ଏସ୍.ଟିକୁ ବାଦ୍ ଦେଇ) ମେସର୍ସ ଦିଲ୍ଲୀପ Construction ପ୍ରାଇଭେଟ୍ ଲିମିଟେଡ୍ ସପକ୍ଷରେ ଅନୁମୋଦନ କରିଛନ୍ତି । ୫୯.୨୦୬ ଏକର ପରିମିତ ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ୨୪ ମାସ ଭିତରେ ସଂମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି।
ଏହି ବିକାଶ କାର୍ଯ୍ୟ ପାଇଁ ସମୁଦାୟ ୨୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଭକ୍ତଙ୍କ ସୁବିଧା ପାଇଁ ନିମ୍ନ ଲିଖିତ କାର୍ଯ୍ୟ ଗୁଡିକ କରାଯିବ।
– ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ
– ତୀର୍ଥ ଯାତ୍ରୀ କେନ୍ଦ୍ର
– interpretation center
– Food plaza and watch tower
– Market Complex
– ନଡ଼ିଆ ଭଣ୍ଡାର ଓ ପ୍ରସାଦ ସେବନ ପ୍ରକୋଷ୍ଠ
(୫୦୦ ଜଣ ବସିଲା ଭଳି)
– ଜିନିଷ ରଖିବା ଘର (cloak room)
ଏହି ସବୁ କାର୍ଯ୍ୟ ସମାପ୍ତ ହେଲା ପରେ, ଘଟ ଗାଁ ସ୍ଥିତ, ମାଙ୍କ ପୀଠ, ଭାରତର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବରେ ପରିଗଣିତ ହେବ।
World Food India 2025 Bags ₹1.02 Lakh Crore Investment Commitments