ଖୋର୍ଦ୍ଧା: ବଙ୍ଗୋପ ସାଗର ମଧ୍ୟରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ ରୁପନେବାର ସମ୍ଭାବନା ଅଛି। ଏହା ଦ୍ଵାରା ଅକ୍ଟୋବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଅଂଚଳରେ ପାଗ ମେଘୁଆ ଓ ଥଣ୍ଡା ରହିବ ଏବଂ ସମୁଦ୍ର ମଧ୍ୟରେ ୩୫ ରୁ ୪୫ କିଲୋମିଟର ଓ ସର୍ବାଧିକ ୫୫ କିଲୋମିଟର ବେଗରେ ଘଣ୍ଟା ପ୍ରତି ସାମୁନ୍ଦ୍ରିକ ଝଡ଼ ପବନ ବହିବାର ସମ୍ଭାବନା ଅଛି ବୋଲି ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସାମୁଦ୍ରିକ ଝଡ଼ ଦ୍ଵାରା ଉତ୍ତର ଓ କେନ୍ଦ୍ର ବଙ୍ଗୋପ ସାଗର ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜିବ ମାନେ ଅକ୍ଟୋବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।