ଆଜି ବିଧାନସଭାରେ ଚାଷୀମୃତ୍ୟକୁ ନେଇ ଆଲୋଚନା ସରଗରମ ହୋଇଛି । ଚାଷୀ ମୃତ୍ୟୁ ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ମୁହାଁମୁହିଁ ହୋଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗର ସତ୍ୟତା ନାହିଁ କହିଲେ ଅରୁଣ ସାହୁ । ମନ୍ତ୍ରୀଙ୍କ ଉକ୍ତିର ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନରସିଂହ ମିଶ୍ର । ପ୍ରତି ଚାଷୀ ମୃତ୍ୟୁର ତଦନ୍ତ ରିପୋର୍ଟ ଜିଲ୍ଲାସ୍ତରରୁ ଆସିଥାଏ ବୋଲି କହିଛନ୍ତି ନରସିଂହ ମିଶ୍ର । ସରକାର ସମସ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଚାଷୀ ଆତ୍ମହତ୍ୟା କରୁଥିବା ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମାନିଥିଲେ । ସରକାର ସମ୍ବିଧାନ ଓ ଆଇନ୍କୁ ଉଲ୍ଲଂଘନ କରୁଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । ମୁଲତବୀ ଆଲୋଚନା ବେଳେ ପୋଡ଼ିୟମ୍ ପାଖରେ ବିଜେପି ସଦସ୍ୟ ହୋହଲ୍ଲା କରିଛନ୍ତି ।