Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ
ଆଜିର ଖବର

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁର ରେଢାଖୋଲ
ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢାଖୋଲ କଦମ୍ବ ପଡ଼ିଆ ରେ ଗୁରୁବାର ସଂଧ୍ୟାରେ ୯ ତମ ରାବଣ ପୋଡି ମହୋତ୍ସବ ପାଳନ ହୋଇଯାଇଛି । ଆବାହକ ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ବରେ ରାବଣ ପୋଡି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ ପ୍ରଧାନ , ସମ୍ମାନିତ ଅତିଥି ଭାବେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ, ଆଗାମୀ ଦିନରେ କଳା ସଂସ୍କୃତି ଓ ବିକାଶ କ୍ଷେତ୍ରରେ ଆଗଉଥିବା ରେଢ଼ାଖୋଲ ଏନଏସି ରୁ ମୁନ୍ସିପାଲଟି ହେବାକୁ ଯାଉଛି ବୋଲି ମୁଖ୍ୟଅତିଥି ସରୋଜ ପ୍ରଧାନ କହିଥିଲେ।

ରାବଣ ପୋଡି ମହୋତ୍ସବ ର ସଭାପତି ତଥା ଏନ‌ଏସି ଅଧ୍ୟକ୍ଷ ଶିବରାମ ସାହୁ , ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଏନ‌ଏସି ନିର୍ବାହୀ ଅଧିକାରୀ ରଞ୍ଜନ ମାର୍ଥା , ତହସିଲଦାର ରାମ ଗୋବିନ୍ଦ ପରିଡ଼ା , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ , ବିଜେପି ନଗର ସଭାପତି ସୁଷମା ମୁଣ୍ଡା , ବିଜେଡି ବ୍ଳକ ସଭାପତି ଉଦିତ ନାରାୟଣ ତ୍ରୀପାଠୀ , କଂଗ୍ରେସ ନଗର ସଭାପତି ରଞ୍ଜନ ରାଉତ , ଚଳଚ୍ଚିତ୍ର ପ୍ରଯୋଜକ ସୁରେନ୍ଦ୍ର ନାରାୟଣ ପ୍ରଧାନ , ଘୋଷରାମାଲ ସରପଞ୍ଚ ପ୍ରେମଶିଲା ପ୍ରଧାନ , ସମସ୍ତ କାଉନସିଲ , ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି । ଆମ ଭିତରେ ଥିବା ରାବଣ ରୁପି ଅହଂକାର କୁ ମଧ୍ୟ ନିଜ ଭିତରୁ ବିନାଶ କରି ସତ୍ୟ ମାର୍ଗରେ ଚାଲିଥିବା ଉଚିତ ଏବଂ ରାଜନୀତି ଦଳରୁ ଉର୍ଦ୍ଧ୍ବରେ ରହି ଆମ ପରମ୍ପରା ସଂସ୍କୃତି କୁ ବଞ୍ଚାଇ ରଖିବା ଊଚିତ୍ ବୋଲି ଉପସ୍ଥିତ ଅତିଥି ଅବିଭାଷଣ ପ୍ରଦାନ କରଥିଲେ ।

ସ୍ଥାନୀୟ କଳାକାର ଙ୍କ ଦ୍ଵାରା ରାବଣ ବଧ ଗିତିନାଟ୍ୟ ପରିବେଷଣ ସହ ରାବଣ ଦରବାର କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା 4 ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା, , କବି ତଥା ଶିଶୁ ସାହିତ୍ୟିକ କନ୍ଦର୍ପ ବେହେରା , ଉପଖଣ୍ଡର ଶ୍ରେଷ୍ଠ ରକ୍ତଦାତା ନରେଶ ବେହେରା , କଦଳୀଗଡ ଅର୍ଜୁନ ଡିଗ୍ରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ପ୍ରଧାନ ଯିଏକି ନିଜର ଅବସରକାଳୀନ ସମସ୍ତ ଅର୍ଥ କଲେଜକୁ ଦାନ କରିଦେଇଛନ୍ତି , ନାଟ୍ୟକାର ତଥା ସମାଜସେବୀ ସତ୍ୟରଞ୍ଜନ ରାଉତ ଏବଂ ନାଟ୍ୟ ଗୁରୁ ଅବିନାଶ ପ୍ରଧାନ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ବଡ଼ମାଳ ର ମାହେଶ୍ୱରୀ ନୃତ୍ୟ ଦଳ ପକ୍ଷରୁ ସ୍ବାଗତ ଲଙ୍କେଶ୍ବର ଓ ସମ୍ବଲପୁରୀ ଗୀତ ପରିବେଷଣ କରାଯାଇଥିଲା । ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ଙ୍କ ରସରକେଲି, ଡାଲଖାଇ ଓ ରଙ୍ଗବତୀ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । କାର୍ଯ୍ୟକ୍ରମକୁ ଉପସ୍ଥାପକ ଅନିଲ ମେହେର ପରିଚାଳନା କରିଥିଲେ ।

ରାବଣ ଭୂମିକା ବୁର୍ଡା ପଞ୍ଚାୟତ ର ସମିତି ସଭ୍ୟ ସଞ୍ଜୟ ବେହେରା , ରାମ ଭୂମିକାରେ ଟୁନା ମେହେର , ଲକ୍ଷ୍ମଣ ଅନୁଭଵ ସିଂଦେଓ , ହନୂମାନ ହରିବନ୍ଧୁ ସୁନା , ଶୁକ ଜଗବନ୍ଧୁ ପ୍ରଧାନ , ଶାରଣ ଶ୍ରବଣ ନାୟକ ,‌ବିଭିଷଣ ଯୁଧିଷ୍ଠିର ବାଜେଣୀ , ସୁଗ୍ରୀବ ନରେନ୍ଦ୍ର ମିର୍ଦ୍ଧା , ଦେବୀ ଦୁର୍ଗା ଜୟଶ୍ରୀ ବାଜେଣୀ ଅଭିନୟ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ପାଲଟିଥିବା ୬୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ର କୁଶ ପୁତ୍ତଳିକା ବିଭିନ୍ନ ପ୍ରକାରର ଆତସବାଜି ରେ ଦାହ କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ଦର୍ଶକ ଯୋଗଦେଇ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ରେ କାଉନସିଲର ଅମରେଶ ନାଏକ , ସଂଯୋଜକ ଅନିଲ ପୃଷ୍ଟି , ରମାକାନ୍ତ ମହାନନ୍ଦ,ପ୍ରକାଶ ମୁଖୀ , ଦିଲ୍ଲୀପ ଲାଉରୀଆ , ଲବ ଷଣ୍ଢ , ଶିବ ପ୍ରସାଦ ପାନିକର , ଦୁଖବନ୍ଦୁ ପ୍ରଧାନ, ସୁଧାଂଶୁ ପୁରୋହିତ ଙ୍କ ସମେତ କଳାକାର ପରିବାରର ସିକୁନ ମହାନ୍ତି ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Raveena & Rasha Debut with Reliance Jewels’ Festive Collection

କନ୍ଦର୍ପ ବେହେରା ରାବଣ ପୋଡି ମହୋତ୍ସବ ସମ୍ବଲପୁର ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.