ଭୁବନେଶ୍ବର: ଗତକାଲି କଟକରେ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ଯୋଗୁଁ କଟକ ଡିସିପି ଶ୍ରୀ ଖିଲାରୀ ରିଷିକେଶ ଆହତ ହୋଇଥିଲେ। ଚିକିତ୍ସା ପରେ ଆଜି ସେ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ପୋଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।
ଏଥିରେ କୁହାଯାଇଛି ଯେ, ଗତକାଲି କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ସମୟରେ ଆହତ ହୋଇଥିବା କଟକ ଡିସିପି ଶ୍ରୀ ଖିଲାରୀ ରିଷିକେଶଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସାକ୍ଷାତ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାରେ ତାଙ୍କର ଭୁମିକାକୁ ପ୍ରଶଂସା କରିଥିଲେ।
First Batch of Automobiles Rake Reached Kashmir Valley by Rail