Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ
ଆଜିର ଖବର

ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ

October 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ
ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨, ଫୁଲନଖରା। ରାଜ୍ୟରେ ପ୍ରଥମ ଥର ପାଇଁ ସମ ହସ୍ପିଟାଲ-୨ରେ ଏଣ୍ଡୋବ୍ରୋଙ୍କିଆଲ୍ ଅଲ୍‌ଟ୍ରାସାଉଣ୍ଡ (ଇବିୟୁଏସ)- ଗାଇଡେଡ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଫୁସ୍‌ଫୁସ୍‌ରେ ସୃଷ୍ଟି ହୋଇଥିବା କ୍ଷତ ସ୍ଥାନର ମାଂସ ପରୀକ୍ଷା ପାଇଁ କଢ଼ାଯାଇଛି।

ଜଣେ ୭୫ ବର୍ଷୀୟା ବୃଦ୍ଧା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ କଫ ଏବଂ ହେମୋପଟାଇସିସ ଭଳି ସମସ୍ୟାରେ ୨ ମାସ ହେବ ପୀଡ଼ିତ ଥିଲେ। ଛାତିରେ ସିଟି ସ୍କାନ୍ ଦ୍ୱାରା ବାମ ପଟ ଫୁସଫୁସରେ ଏକ କ୍ଷତ ଥିବା ଜଣାପଡ଼ିଥିଲା। ଚିରାଚରିତ ବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସାରେ ସମସ୍ୟା ଉପୁଜୁଥିବା ବେଳେ ଏହି ଅତ୍ୟାଧୁନିକ ରାଡିଏଲ୍ ଇବିୟୁଏସ ଏବଂ କ୍ରାୟୋବାୟୋପ୍ସି ଦ୍ୱାରା ଡାକ୍ତରୀ ଟିମ ଉଚ୍ଚମାନର ଟିସ୍ୟୁ ନମୂନା ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ।
ପରବର୍ତୀ ସମୟରେ ହିଷ୍ଟୋପାଥୋଲଜି ଦ୍ୱାରା ଏହି କ୍ଷତ ଟ୍ୟୁବରକ୍ୟୁଲାର ଥିବାର ଜଣାପଡ଼ିବା ସହ ଉପଯୁକ୍ତ ଚିକିତ୍ସାର ରାସ୍ତା ବାହାରିପାରିଥିଲା।

ଏହି ପ୍ରକ୍ରିୟାରେ ପଲମୋନାରୀ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ୱଦେଶ କୁମାର ମହାନ୍ତି ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଡାକ୍ତର ରଚିତା ମହାନ୍ତି ଏବଂ ଡାକ୍ତର ସୂର୍ଯ୍ୟ ଶଙ୍କର ମେହେର ଓ ଆନେସ୍‌ଥେସିଆ ବିଭାଗ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା।

ଏହା କେବଳ ଏକ ଡାକ୍ତରୀ ସଫଳତା ନୁହେଁ ବରଂ ଆନ୍ତର୍ଜାତିକ ପଲମୋନାରୀ ମେଡିସିନ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଡାକ୍ତର ମହାନ୍ତି କହିଛନ୍ତି। ଏହି ପଦ୍ଧତି ଦ୍ୱାରା ଫୁସଫୁସର ଗଭୀରତମ ସ୍ଥାନରେ ଥିବା କ୍ଷତ ନିକଟରେ ପହଂଚିପାରିବା ସହ ଏହାର ନମୂନା ସଂଗ୍ରହ କରିବାରେ ମଧ୍ୟ ସମ୍ଭବ ହୋଇପାରୁଥିବା ଡାକ୍ତର ମହାନ୍ତି କହିଛନ୍ତି।

ଏହି ସଫଳତା ଦ୍ୱାରା ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ ଫୁସଫୁସ ସମସ୍ୟାର ଚିକିତ୍ସା ନିମନ୍ତେ ଏଭଳି ଉନ୍ନତ ଅତ୍ୟାଧୁନିକ ଚିକିତ୍ସା ଓ ପରୀକ୍ଷଣ ପ୍ରକ୍ରିୟା ଆପଣେଇବାରେ ଭାରତର ହାତଗଣତି କେନ୍ଦ୍ରଗୁଡ଼ିକ ସହ ଯୋଡ଼ି ହୋଇପାରିଥିବା ଡାକ୍ତର ମହାନ୍ତି କହିଛନ୍ତି।

ଇବିୟୁଏସ ଓଡ଼ିଶାରେ ପ୍ରଥମ ଫୁଲନଖରା ସମ ହସ୍ପିଟାଲ୍ ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.