Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ
ଆଜିର ଖବର

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

October 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ
ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଲାଞ୍ଚ ନେବା ସମୟରେ ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ୍ ଟିମ ତାଙ୍କୁ ମାଡ଼ି ବସିଛି।

ସୂଚନା ପ୍ରକାରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଏମ୍ଆଇଏସ୍ ରୂପେ କାର୍ଯ୍ୟ କରୁ୍ଥିବା ସରୋଜ ଜେନାଙ୍କର ଛଅ ମାସ ତଳେ ଅନ୍ୟତ୍ର ବଦଳି ହୋଇ ଯାଇଥିଲା। ତେବେ ବେଲଗୁଣ୍ଠାରେ ତାଙ୍କର ଶେଷ ଦୁଇ ମାସର ଦରମା ଏବଂ ଏଲ୍.ପି.ସି ବକେୟା ଥିଲା। ଏନେଇ ସରୋଜ ବାରମ୍ବର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶତପଥୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିବା ସହିତ ପଚିଶି ହଜାର ଟଙ୍କାର ଲାଞ୍ଚ ଦାବି କରିଥିଲେ। ଏନେଇ ସରୋଜ ବ୍ରହ୍ମପୁର ଭିଜିଲାନ୍ସ୍ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ସରୋଜଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ଭିଜିଲାନ୍ସ୍ ଡ଼ି ଏସ୍.ପି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠାରେ ଛକି ରହିଥିଲେ। କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ଚତୁରତାର ସହିତ ନିଜ କାର୍ଯ୍ୟାଳୟରେ ଟଙ୍କା ନେବା ବଦଳରେ ସରୋଜଙ୍କୁ ବାଲିପଦର ଡ଼କାଇଥିଲେ। ସେହି ପ୍ରକାରେ ସରୋଜ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ୍ ଟିମ୍ ବାଲିପଦର ଯାଇଥିଲେ।

ବାଲିପଦରର ବସ ଷ୍ଟାଣ୍ଡରେ ସକାଳ ସାଢେ ନଅଟା ବେଳେ ସରୋଜ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥିଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ୍ ଟିମ୍ ଶ୍ରୀ ଶତପଥିଙ୍କୁ ଅଟକ ରଖିବା ସହିତ ତାଙ୍କ ହାତରୁ ଲାଞ୍ଚ ଟଙ୍କା ଜବତ କରିଥିଲେ।  ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ସାଥିରେ ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟର କାଗଜପତ୍ର ଏବଂ ସରକାରୀ କ୍ୱାର୍ଟର୍ ଯାଞ୍ଚ୍ କରିବା ପରେ ଦିନ ଗୋଟାଏ ପରେ ଭିଜିଲାନ୍ସର ଅନ୍ୟ ଏକ ଟିମ୍ ଶ୍ରୀ ଶତପଥିଙ୍କୁ କବିସୂର୍ଯ୍ୟନଗର ସ୍ଥିତ ତାଙ୍କ ବାସ ଭବନକୁ ନେଇ ବାସ ଭବନ ସମେତ ଅନ୍ୟ ଏକ କୋଠାରେ ମଧ୍ୟ ଯାଞ୍ଚ୍ କରିଥିଲେ। ସେଠାରୁ ତାଙ୍କୁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ନେଇଥିବା ସୂଚନା ମିଳିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୪/୨୫ ରେ ଏକ ମାମଲା ରୁଜୁ କରାଯାଇଛି।

କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବେଲଗୁଣ୍ଠା ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ

December 23, 2025

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025
Latest News

ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ

December 23, 2025

BSFରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

December 23, 2025

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.