Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ
ଆଜିର ଖବର

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

October 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ
ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଲାଞ୍ଚ ନେବା ସମୟରେ ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ୍ ଟିମ ତାଙ୍କୁ ମାଡ଼ି ବସିଛି।

ସୂଚନା ପ୍ରକାରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଏମ୍ଆଇଏସ୍ ରୂପେ କାର୍ଯ୍ୟ କରୁ୍ଥିବା ସରୋଜ ଜେନାଙ୍କର ଛଅ ମାସ ତଳେ ଅନ୍ୟତ୍ର ବଦଳି ହୋଇ ଯାଇଥିଲା। ତେବେ ବେଲଗୁଣ୍ଠାରେ ତାଙ୍କର ଶେଷ ଦୁଇ ମାସର ଦରମା ଏବଂ ଏଲ୍.ପି.ସି ବକେୟା ଥିଲା। ଏନେଇ ସରୋଜ ବାରମ୍ବର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶତପଥୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିବା ସହିତ ପଚିଶି ହଜାର ଟଙ୍କାର ଲାଞ୍ଚ ଦାବି କରିଥିଲେ। ଏନେଇ ସରୋଜ ବ୍ରହ୍ମପୁର ଭିଜିଲାନ୍ସ୍ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ସରୋଜଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ଭିଜିଲାନ୍ସ୍ ଡ଼ି ଏସ୍.ପି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠାରେ ଛକି ରହିଥିଲେ। କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ଚତୁରତାର ସହିତ ନିଜ କାର୍ଯ୍ୟାଳୟରେ ଟଙ୍କା ନେବା ବଦଳରେ ସରୋଜଙ୍କୁ ବାଲିପଦର ଡ଼କାଇଥିଲେ। ସେହି ପ୍ରକାରେ ସରୋଜ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ୍ ଟିମ୍ ବାଲିପଦର ଯାଇଥିଲେ।

ବାଲିପଦରର ବସ ଷ୍ଟାଣ୍ଡରେ ସକାଳ ସାଢେ ନଅଟା ବେଳେ ସରୋଜ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥିଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ୍ ଟିମ୍ ଶ୍ରୀ ଶତପଥିଙ୍କୁ ଅଟକ ରଖିବା ସହିତ ତାଙ୍କ ହାତରୁ ଲାଞ୍ଚ ଟଙ୍କା ଜବତ କରିଥିଲେ।  ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ସାଥିରେ ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟର କାଗଜପତ୍ର ଏବଂ ସରକାରୀ କ୍ୱାର୍ଟର୍ ଯାଞ୍ଚ୍ କରିବା ପରେ ଦିନ ଗୋଟାଏ ପରେ ଭିଜିଲାନ୍ସର ଅନ୍ୟ ଏକ ଟିମ୍ ଶ୍ରୀ ଶତପଥିଙ୍କୁ କବିସୂର୍ଯ୍ୟନଗର ସ୍ଥିତ ତାଙ୍କ ବାସ ଭବନକୁ ନେଇ ବାସ ଭବନ ସମେତ ଅନ୍ୟ ଏକ କୋଠାରେ ମଧ୍ୟ ଯାଞ୍ଚ୍ କରିଥିଲେ। ସେଠାରୁ ତାଙ୍କୁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ନେଇଥିବା ସୂଚନା ମିଳିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୪/୨୫ ରେ ଏକ ମାମଲା ରୁଜୁ କରାଯାଇଛି।

କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବେଲଗୁଣ୍ଠା ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Latest News

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.