ସମୀକ୍ଷା ବ୍ୟୁରୋ
ବାରମ୍ବାର ରାଜଧାନୀରେ ରାହାଜାନି, ଚୋରୀ ପ୍ରଭୃତି ଘଟଣା ଘଟିବା ପରେ ବର୍ତ୍ତମାନ କମିଶନରେଟ ପୋଲିସ ତରଫରୁ ଆରମ୍ଭ ହୋଇଯାଇଛି ଅପରେସନ କ୍ଲିନ। ଗତକାଲି ରାତି ପ୍ରାୟ ଦୁଇଟା ବେଳେ କମିଶନରେଟ ପୋଲିସ କରିଛି ଏକ ଏନକାଉଣ୍ଟର। ଭୁବନେଶ୍ବର ନିକଟସ୍ଥ ବାଲିଆନ୍ତାରେ ଏହି ଏନକାଉଣ୍ଟର କରାଯାଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିବେକାନନ୍ଦ ନାୟକ ଓରଫ ବିବେକ ଏବଂ ଅରୁଣ ମଲ୍ଲିକ ଓରଫ ପୋଡା ଆହତ ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ବର ପ୍ରଥମେ ଚିକିତ୍ସା କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ସୁତ୍ର ଅନୁସାରେ ଦୁଇ ଦୁର୍ଦ୍ଦାନ୍ତ ଏକ ୱାଗନର ଗାଡିରେ ରଂଗବଜାର ଛକରେ ଟକ୍କର ମାରୁଥିଲେ। ସେମାନେ ଏକ ଡକାୟତ ଯୋଜନା କରୁଥିବାର ପୋଲିସ ପାଖକୁ ଖବର ଆସିଲା। ଏହି ଖବର ପାଇବା ପରେ ପୋଲିସ ତୁରୁନ୍ତ ସେଠାକୁ ଯାଇଥିଲା। ହେଲେ ପୋଲିସ ଆସିବାର ଖବର ଜାଣିପାରି ଉଭୟ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତାଙ୍କ ପିଛା କରିବା ପରେ ଦୁଇ ଦୁର୍ଦ୍ଦାନ୍ତ ପୋଲିସ ଉପରକୁ ପାଲଟ ଗୁଳି କରିଥିଲେ। ଫଳରେ ପୋଲିସ ତରଫରୁ ଆରମ୍ଭ ହୋଇଯାଇଥିଲା ଏନକାଉଣ୍ଟର। ଦୁଇ ଜଣଙ୍କୁ ଧରିବା ପରେ ପୋଲିସ ଜାଣିପାରିଛି ଯେ, ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ପ୍ରାୟ 10ଟି ବଡବଡ ଅପରାଧିକ ମାମଲା ରହିଛି।