Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ
ଆଜିର ଖବର

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଅପରାଜିତା ଷଡଙ୍ଗୀ
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ନୂତନ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ, ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ପୁରୀ ସାଂସଦଙ୍କ ପ୍ରତିନିଧି ପର୍ଶୁରାମ ବିଶୋଇ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଜିଲ୍ଲା ପରିଷଦ ପକ୍ଷରୁ ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ସମସ୍ତ ମଞ୍ଚାଷିନ ଅତିଥି ମାନଙ୍କୁ ଉପଢ଼ୌକନ ଓ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଜାଇଥିଲା। ପ୍ରାରମ୍ଭରେ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିବାସହ ପୂର୍ବ ତା ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ଗୁଡ଼ିକର ଅନୂପାଳନ ଉପରେ ଆଲୋଚନା କରିଥିଲେ।  ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ୪୩ ଗୋଟି କେନ୍ଦ୍ର ସରକାର ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକ ଅଗ୍ରଣୀ ଜନକଲ୍ୟାଣ ଯୋଜନାର ସମୃକ୍ତ ଅଧିକାରୀ ଓ ବି ଡି ଓ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ପ୍ରତି ୩ ମାସରେ ଦିଶା ବୈଠକ ବସିବ। ଏହା ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ହୋଇଥିବାରୁ ପ୍ରତ୍ୟେକ ଅଧିକାରୀ ମାନେ ନିଶ୍ଚିତ ଭାବେ ତଥ୍ୟ ନେଇ ବୈଠକକୁ ଆସିବାକୁ ତାଗିଦ୍ କରିଥିଲେ।  ପ୍ରତ୍ୟେକ ଯୋଜନାର ଭିତ୍ତିଭୂମି ଓ ଅଗ୍ରଗତି ଲୋକଙ୍କ ପାଖରେ କେତେ ମାତ୍ରାରେ ଯୋଜନା ପହଞ୍ଚିଛି ସେ ସମ୍ବନ୍ଧରେ ଅଧିକାରୀମାନେ ସ୍ପଷ୍ଟ ତଥ୍ୟ ବୈଠକରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ୨୦୨୬ ମସିହା ଜାୁନୁୟାରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧିକାରୀ ମାନେ ପ୍ରତ୍ୟେକ ଯୋଜନାର ଭୌତିକ ଓ ଆର୍ଥିକ ଧାର୍ଯ୍ୟ କେତେ ହାସଲ ମିଳିଛି ସେ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ।

ଭାରତୀୟ ରାଜ ମାର୍ଗ ପ୍ରାଧିକରଣ, ଗ୍ରାମ୍ୟ ଉନ୍ନୟନ, କୃଷି ଏବଂ ଉଠା ଜଳ ସେଚନ ନିଗମ ଅଧିକାରୀ ମାନେ ସେମାନଙ୍କ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ଏବଂ (ସହରୀ) ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାର ର ଆସନ୍ତା ତିନିବର୍ଷର ସଂପୃକ୍ତ ଅଧିକାରୀ ମାନେ କାର୍ଯ୍ୟ ରାସ୍ତା (ରୋଡ ମ୍ୟାପ) ମାନଚିତ୍ର ଆସନ୍ତା ୨୫ ତାରିଖ ସୁଦ୍ଧା ଦେବାକୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ। ସାଂସଦ କହିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଢ଼ିବାକୁ ଯେଉଁ ଅଗ୍ରଣୀ ଯୋଜନା ହିତାଧିକାରୀଙ୍କ ଘରେ ପହଞ୍ଚିବା ଦରକାର ତାହା ହେଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ଏବଂ ସହରୀ, ଶୌଚାଳୟ,ଏଲ ପି ଜି ଗ୍ୟାସ ସିଲିଣ୍ଡର, ବିଜୁଳି ଆଲୋକ, ବିଶୁଦ୍ଧ ପାନୀୟ ଜଳ ଏବଂ ଗ୍ରାମୀଣ ସଂଯୋଗୀ କରଣ ରାସ୍ତା ଦିଗରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଏହି ସେବାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍ୱାସ୍ଥ୍ୟ, ସମନ୍ୱିତ ଶିଶୁ ବିକାଶ ଯୋଜନା, ଫସଲ ବୀମା ଯୋଜନା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦୂର ଦୃଷ୍ଟି ପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଗ୍ରାମ୍ୟ ରାସ୍ତା ଘାଟ ଓ ମେଗା ପାଇପ୍ ଜଳ ଯୋଗାଣ ପ୍ରକ୍ଳପ କାର୍ଯ୍ୟକାରିତା ଉପରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ମର୍ମରେ ସାଂସଦ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଗ୍ରାମ୍ୟ ରାସ୍ତାଘାଟ ସଂଯୋଗିକରଣ ରାସ୍ତା ଓ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାନୁଯାୟୀ ଜିଲ୍ଲାରେ ମୋଟ ୯୦୦୫୫ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସର୍ଭେ କରାଯାଇଅଛି। ବୈଠକରେ ଟାଙ୍ଗୀ ବି ଡି ଓ ରୂମାନା ଜାଫ୍ରି ମହାତ୍ମାଗାନ୍ଧୀ ଜାତୀୟଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭିଜନ ପାୱାର ପଏଣ୍ଟ ଉପସ୍ଥାପନା କରିଥିଲେ। ସେହିପରି ଖୋର୍ଦ୍ଧା ବି ଡି ଓ କ୍ଷୀରାବ୍ଧି ତନୟା ସାହୁ ଗ୍ରାମ ପଂଚାୟତର ଭିଜନ ମଡେଲ ଉପସ୍ଥାପନା କରିଥିଲେ।

ଏହି ପରିପ୍ରେକ୍ଷୀରେ ମାନ୍ୟବର ସାଂସଦ କହିଲେ ତଥ୍ୟ ସହିତ ଅଧିକାରୀ ମାନେ କଥା ହୁଅନ୍ତୁ ଯେପରି କେହି ବିରୁଦ୍ଧରେ ଯାଇ ପାରିବେ ନାହିଁ।

ସୁଚନାନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନା ୧.୦ ରେ ୪୪୫୪ ଘର ଅନୁମୋଦନ ମିଳିଥିବା ବେଳେ ୪୨୩୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ୨୯୭୪ ଘର ନିର୍ମାଣ ସଂପୂର୍ଣ୍ଣ ହୋଇଛି। ୭୦୧ ଗୋଟି ଘର ନିର୍ମାଣାଧୀନ ଅଛି।

ସେହିପରି ସାଂସଦ କ୍ଷୁଦ୍ର ଜଳ ସେଚନ ପ୍ରାଚୀ, ନିମାପଡ଼ା ଅଧୀନ କୁଆଖାଇ କୁଶଭଦ୍ରା, ନିମାପଡ଼ା ଅଧୀନ ଭାର୍ଗବୀ କୁଶଭଦ୍ରା, ମେଗା ପାଇପ ଲାଇନ୍ ଜଳ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ। ସମନ୍ୱିତ ଜଳ ବିଭାଜିକା ପରିଚାଳନା ପ୍ରକଳ୍ପ ଗୁଡ଼ିକ ଉପରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା ଙ୍କ ସହ ସମୀକ୍ଷା କରିଥିଲେ ଆସନ୍ତା ୩ବ ର୍ଷର ଉନ୍ନୟନ ଚିତ୍ର ପଟ୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସାଂସଦ ଉଠା ଜଳସେଚନ ବିଭାଗ ବାଣପୁର ୧୪, ଖୋର୍ଦ୍ଧା ୩୩, ବେଗୁନିଆ ୨୪୫, ଟାଙ୍ଗୀ ୨୨, ଚିଲିକା ୨୦ ଓ ଜଟଣୀ ବ୍ଲକର ୧୧ ଗୋଟି ଗଭୀର ବୋରୱେଲ ଉପରେ ସମୀକ୍ଷା କରିଥିଲେ।

ପି ଏମ କୁସୁମ ଯୋଜନାରେ ୧୩ ଗୋଟି ପ୍ରକଳ୍ପ, ଖରିଫ ୨୦୨୪ ବର୍ଷରେ ୨୯୨୭୮ହେକ୍ଟର, ରବି ୨୦୨୪-୨୫ବର୍ଷରେ ୪୪୨ ହେକ୍ଟର, ଖରିଫ୍ ୨୦୨୫ ବର୍ଷରେ ୨୫୮୫୩ ହେକ୍ଟର କୃଷି ହୋଇଥିବା ବେଳେ ଖରିଫ୍ ଚାଷରେ ଶତକଡା ୪୦ ଓ ରବି ଫସଲରେ ଶତକଡା ୨୦ ସଫଳତା ମିଳିଛି। ଏଥି ସହିତ ମାନ୍ୟବର ସାଂସଦ କୃଷକ ନିର୍ମାତା ସଂଘ, ରୋଗୀ କଲ୍ୟାଣ ସମିତି, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଜନ ଆରୋଗ୍ୟ କାର୍ଡ ,ପି ଏମ ସୂର୍ଯ୍ୟ ଘର, ବାଘମାରି ଖୋର୍ଦ୍ଧା ବାଇପାସ୍ ସଡ଼କ ରାସ୍ତା, ସାଂସଦ ପାଣ୍ଠି, ବ୍ଲକୱାରି ସାଂସଦ ପାଣ୍ଠିରେ ନ୍ଲାଇବ୍ରେରୀ ନିର୍ମାଣ ଯୋଜନା ଆଦି ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ସାଂସଦ ସମୀକ୍ଷା କରିଥିଲେ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦଙ୍କ ସ୍ଵତନ୍ତ୍ର ଅଧିକାରୀ ଶଶାଙ୍କ ଶେଖର ସାହୁ, ଉପଜିଲ୍ଲାପାଳଶ୍ରୀ କିଶୋର କୁମାର ପଣ୍ଡା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ସିବଲାଲ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ସମସ୍ତ ବି ଡି ଓ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ଭୁବନେଶ୍ଵର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025

ନୂତନ ଫର୍ମାଟ ସହ ଜାତୀୟ ଟେଲିଭିଜନକୁ ଫେରୁଛି ଭାରତର କାଳଜୟୀ ମହାକାବ୍ୟ ମହାଭାରତ

October 10, 2025
Latest News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.