ବ୍ରହ୍ମପୁର: ନିକଟରେ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ଗଞ୍ଜାମ ଜିଲ୍ଲାର ଜିତେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଛନ୍ତି। ଦିଗପହଣ୍ଡି ବ୍ଲକ ଫାସିଗୁଡା ଗ୍ରାମର ଚାଷୀ ସୁଦର୍ଶନ ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନ ଆଇଟିଆଇ ସିଆଇଟିଏସ ପରୀକ୍ଷାରେ ପୂର୍ବାଚଂଳ ଜୋନ ଟପର ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଜିତେନ୍ଦ୍ର ହିଞ୍ଜିଳିକାଟୁ ଶିଳ୍ପ ତାଲିମ କେନ୍ଦ୍ରରେ ପାସ୍ କରିବା ପରେ ଭୁବନେଶ୍ୱର ସ୍ଥିତ ଜାତୀୟ କୌଶଳ ବିକାଶ ତାଲିମ କେନ୍ଦ୍ରରେ ଇଲେକ୍ଟ୍ରିସିଆନ ବିଭାଗରେ ଅଧ୍ୟୟନରତ ଅଛନ୍ତି।