କୋଇଲା ସଙ୍କଟ : କଣିହାଁ ଏନ୍‌ଟିପିସିର ଆଉ ଏକ ୟୁନିଟ୍‌ ବନ୍ଦ

Published: Aug 3, 2019, 10:05 am IST

ଅନୁଗୁଳ ଜିଲ୍ଲା କଣିହାଁରେ ଅବସ୍ଥିତ ଏନଟିପିସି ପ୍ରକଳ୍ପରେ କୋଇଲା ସଙ୍କଟ ଦେଖାଦେଇଛି । ଫଳରେ କମ୍ପାନୀର ଆଉ ଏକ ୟୁନିଟକୁ ବନ୍ଦ କରାଯାଇଛି । 4 ଦିନ ତଳେ 3 ଟି ୟୁନିଟକୁ ବନ୍ଦ କରାଯାଇଥିଲା । ଏନଟିପିସିରେ ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକୀୟ କୋଇଲାର ଘୋର ଅଭାବ ଦେଖାଦେଇଛି । ଫଳରେ କମ୍ପାନୀ କର୍ତୃପକ୍ଷ ବାଧ୍ୟ ହୋଇ ଗୋଟିଏ ପରେ ଗୋଟିଏ ୟୁନିଟକୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ମୋଟ 6ଟି ୟୁନିଟରୁ ମାତ୍ର 2ଟି ୟୁନିଟ କାର୍ଯ୍ୟକ୍ଷମ ରହିଛି । ଏଠାରେ ମୋଟ 6ଟି ୟୁନିଟରୁ 3ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଏହା ଏକ ହଜାର ୟୁନିଟକୁ ଖସି ଆସିଛି । ଫଳରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି । କୋଇଲା ସଙ୍କଟ ନେଇ କମ୍ପାନୀ କତୃପକ୍ଷ ଚିନ୍ତାରେ ରହିଛନ୍ତି । କାରଣ ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିବା ପରେ ଅନେକ ଖଣି ବନ୍ଦ ରହିଛି । ଯଦି ଏହି ସମସ୍ୟା ଲାଗିରହେ ତେବେ ଓଡିଶା ସମେତ ଅନ୍ୟ 17 ଟି ରାଜ୍ୟକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ ।

Related posts