ଭୁବନେଶ୍ଵର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଶନିବାରଠାରୁ ୨୮ତମ ଏସୀୟ ଟେବୁଲ ଟେନିସ୍ ଦଳଗତ ଚାମ୍ପିଅନସିପ୍ ଆରମ୍ଭ ହୋଇଛି। କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଚାମ୍ପିଅନସିପ୍କୁ ଉଦଘାଟନ କରିଛନ୍ତି। ସେ ଏହି ଚାମ୍ପିଅନସିପ୍ରେ ଅଂଶଗ୍ରହଣ କରୁଥିବା ସମସ୍ତ ୨୨ଟି ଦେଶର ଖେଳାଳିଙ୍କୁ ସ୍ୱାଗତ କରିଛନ୍ତି।
ଚାମ୍ପିଅନସିପରେ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ମ୍ୟାଚ୍ ଖେଳାଯିବ। ପ୍ରଥମ ଦିନ ଶ୍ରୀଲଙ୍କା, କିର୍ଗିଜସ୍ତାନ, ମଙ୍ଗୋଲିଆ, ମାଳଦ୍ୱୀପ, ଉଜବେକିସ୍ତାନ, ଓମାନ, କୋରିଆ, ମାକାଉ, ଥାଇଲ୍ୟାଣ୍ଡ, ବାଂଲାଦେଶ, କତର ଏବଂ ନେପାଳ ସମେତ ୧୨ଟି ଦଳ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଂଶଗ୍ରହଣ କରିଛନ୍ତି।