Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାପାନର ୮ ଜଣିଆ ପ୍ରତିନିଧି ଦଳଙ୍କ ସହ ରାଜ୍ୟ ଉନ୍ନୟନ କମିଶନରଙ୍କ ଆଲୋଚନା
ଆଜିର ଖବର

ଜାପାନର ୮ ଜଣିଆ ପ୍ରତିନିଧି ଦଳଙ୍କ ସହ ରାଜ୍ୟ ଉନ୍ନୟନ କମିଶନରଙ୍କ ଆଲୋଚନା

October 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
DC-cum-ACS meets Japan’s Tottori officials on tech, industry ties
DC-cum-ACS meets Japan’s Tottori officials on tech, industry ties

ଭୁବନେଶ୍ଵର: ଜାପାନର ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ଏକ ବୈଠକରେ ସାକ୍ଷାତ ଆଲୋଚନା କରିଛନ୍ତି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ତୋତୋରି ସରକାରଙ୍କ ବାଣିଜ୍ୟ ଓ ଲଜିଷ୍ଟିକ୍ ବିଭାଗର ନିର୍ଦ୍ଦେଶକ ଆକିଫୁମି ସିମିଜୁ ଏବଂ ଏହି ବିଭାଗର ପ୍ରବାସୀ ବାଣିଜ୍ୟ ସହାୟତା ମୁଖ୍ୟ ରୋସୁକେ ୟାମାଗୁଚିଙ୍କ ସହିତ ଜାପାନର ଅନ୍ୟ ବାଣିଜ୍ୟ ଓ ଶିଳ୍ପ ପ୍ରତିନିଧିମାନେ ଯୋଗଦେଇଥିଲେ।

ଗତ ଅଗଷ୍ଟ ୨୦୨୪ରେ ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏହି ପ୍ରତିନିଧି ଦଳ ପ୍ରଥମ ଓଡ଼ିଶା ପରିଦର୍ଶନ କରିଥିଲେ। ଜାପାନର ପ୍ରଧାନମନ୍ତ୍ରୀ ସିଗେରୁ ଇସିବା ଯିଏକି ତୋତୋରିର ମୂଳ ଅଧିବାସୀ ରାଜନେତା ଅଟନ୍ତି, ଚଳିତ ବର୍ଷ ଅଗଷ୍ଟ ୨୦୨୫ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପରିଦର୍ଶନରେ ଯାଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ଯୋଗଦେଇ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ଓ ବୈଷୟିକ ବିଦ୍ୟା ଆଦି କ୍ଷେତ୍ରରେ ସହଯୋଗିତା ସଂପର୍କରେ ଆଲୋଚନା କରିଥିଲେ । ଏହି ଦୃଷ୍ଟିରୁ ତୋତୋରି, ଜାପାନରୁ ଆସିଥିବା ଏହି ପ୍ରତିନିଧି ଦଳଙ୍କ ସହିତ ଉନ୍ନୟନ କମିଶନରଙ୍କ ବୈଠକ ଓଡ଼ିଶା ସହ ତୋତୋରି ସରକାରଙ୍କ ସହଯୋଜନା ନେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆଗ୍ରହପ୍ରଦ ଥିଲା।

ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ଗତ ସେପ୍ଟେମ୍ବର ୨୦୨୫ରେ ଭାରତୀୟ ଦୂତାବାସ ତରଫରୁ ଆୟୋଜିତ ତୋତୋରି ଦିବସରେ ଆଭାସୀ ମାଧ୍ୟମରେ ଯୋଗଦେଇ ଭାରତ-ଜାପାନ ସହଭାଗିତା ଏବଂ ତୋତୋରି ସଂପର୍କିତ ଆଲୋଚନାରେ ଜଳ ସଂପଦର ବିକାଶ ଓ ବୈଷୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ ସଂପର୍କରେ ଆଲୋକପାତ କରିଥିଲେ । ତୋତୋରିର ବୈଷୟିକ ବିଶେଷଜ୍ଞତା ଓ ଜଳ ପରିଚାଳନାକୁ ଆଧାର କରି ଓଡ଼ିଶାର ଜଳବାୟୁ ସହନଶୀଳ ଜଳସଂପଦ ଭିତ୍ତିଭୂମି, ଭୂତଳ ଜଳ ସଂରକ୍ଷଣ ଏବଂ ଉପକୂଳ ପରିଚାଳନା ସଂପର୍କରେ ଉନ୍ନୟନ କମିଶନର ତୁଳନାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିବା ସହ ଏ କ୍ଷେତ୍ରରେ ସହଯୋଗିତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଓଡ଼ିଶାରେ ଉନ୍ନୟନ କମିଶନରଙ୍କ ସହିତ ଅନୁଷ୍ଠିତ ଏହି ବୈଠକରେ ଭାରତ ଓ ତୋତୋରି ସରକାରଙ୍କ ସହଯୋଗିତା ସଂପର୍କିତ ଆଲୋଚନାରେ ଓଡ଼ିଶାର ଆର୍ଥିକ ଓ ଶିଳ୍ପ କ୍ଷେତ୍ରରେ ସହଯୋଗିତା, ଦକ୍ଷତା ବିକାଶ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଉପଯୋଗିତା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ତୋତୋରିର ଆକର୍ଷଣୀୟ ସୌନ୍ଦର୍ଯ୍ୟ ସମେତ ଏହାର ବିକାଶରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ସଂପର୍କରେ ପ୍ରତିନିଧିମାନେ ଉପସ୍ଥାପନ କରିଥିଲେ । ପ୍ରତିନିଧିମାନେ କହିଥିଲେ ଯେ, ଜାପାନର ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଦକ୍ଷ କର୍ମଚାରୀ ଯୋଜନାରେ ଭାରତର ଯୁବକ ଯୁବତୀମାନେ ତାଲିମ ନେଉଛନ୍ତି ଏବଂ ତୋତୋରି ସମେତ ଜାପାନର ଶିଳ୍ପ,କୃଷି,ନର୍ସିଂ ସେବା ଏବଂ ଉତ୍ପାଦନଭିତ୍ତିକ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । ଇତି ମଧ୍ୟରେ ଜାପାନର ଏହି ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳର ସହଯୋଗିତା ନେଇ ତୋତୋରି ସରକାର ଆଗ୍ରହ ପ୍ରକାଶ କରୁଥିବା ସଂପର୍କରେ ପ୍ରତିନିଧିମାନେ ପ୍ରକାଶ କରିଥିଲେ । ଓଡ଼ିଶାରେ ସ୍ମାର୍ଟ କୃଷି ଟେକ୍ନୋଲୋଜି ଟ୍ରାନ୍ଫର୍, ଜଳ, ପରିମଳ ଓ ବର୍ଜ୍ୟ ଜଳ ପରିଚାଳନା ଆଦି କ୍ଷେତ୍ରରେ ସହଯୋଗିତା ନେଇ ଆଲୋଚନା କରାଯାଇଥିଲା ।

ତୋତୋରି ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଉନ୍ନୟନ କମିଶନର ସନ୍ତୋଷ ପ୍ରକାଶ କରିଥିଲେ । ତୋତୋରିର ଅଭିନବ ଜ୍ଞାନକୌଶଳ ଓ ଜାପାନର ଦୀର୍ଘ ବର୍ଷର ଉନ୍ନତ ବୈଷୟିକ ଅଭିଜ୍ଞତା ଉପଯୋଗ କରିବା ନେଇ ଓଡ଼ିଶା ସରକାରଙ୍କ ତରଫରୁ ଆବଶ୍ୟକ ସହଯୋଗିତା ସଂପର୍କରେ ଉନ୍ନୟନ କମିଶନର ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ତତୋରି ପ୍ରତିନିଧିମାନଙ୍କୁ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗିତା ସଂପର୍କରେ ପରାମର୍ଶ ନେଇଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀଙ୍କ ସମେତ ରାଜ୍ୟ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ ଯୋଗୁଁ ଭାରତକୁ କ୍ଷତି ନା ଲାଭ?: ଦେଖନ୍ତୁ ମହିଳା ବିଶ୍ୱକପ୍ ପଏଣ୍ଟ ଟେବୁଲ

October 15, 2025

Bihar Election: ଟଙ୍କା ଦେନନେଣକୁ ତୀକ୍ଷ୍ମ ନଜର ରଖିବା ପାଇଁ ଇସିଆଇ ର କଡା ନିର୍ଦ୍ଦେଶ, ଜବତ ହେଲାଣି 34 କୋଟି

October 15, 2025

ଟିମ୍ ଇଣ୍ଡିଆକୁ ବଡ ଝଟକା!: ୨୦୨୭ ଏସିଆନ୍ କପ୍ ଯୋଗ୍ୟତା ଅର୍ଜନ କରିବାରେ ହେଲା ବିଫଳ

October 15, 2025

ପୁଣି ଥରେ ଆମେରିକାକୁ ଆରମ୍ଭ ହେବ ଡାକସେବା, ଅତିରିକ୍ତ ଶୁଳ୍କ ପରେ ବନ୍ଦ କରାଯାଇଥିଲା ସେବା

October 15, 2025
Latest News

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ ଯୋଗୁଁ ଭାରତକୁ କ୍ଷତି ନା ଲାଭ?: ଦେଖନ୍ତୁ ମହିଳା ବିଶ୍ୱକପ୍ ପଏଣ୍ଟ ଟେବୁଲ

October 15, 2025

Bihar Election: ଟଙ୍କା ଦେନନେଣକୁ ତୀକ୍ଷ୍ମ ନଜର ରଖିବା ପାଇଁ ଇସିଆଇ ର କଡା ନିର୍ଦ୍ଦେଶ, ଜବତ ହେଲାଣି 34 କୋଟି

October 15, 2025

ବିହାର ନିର୍ବାଚନ: କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ବଢୁଛି ବିବାଦ, ଚୂଡ଼ାନ୍ତ ହୋଇପାରୁନି ଆସନ ବଣ୍ଟନ ନିଷ୍ପତ୍ତି

October 15, 2025

ଟିମ୍ ଇଣ୍ଡିଆକୁ ବଡ ଝଟକା!: ୨୦୨୭ ଏସିଆନ୍ କପ୍ ଯୋଗ୍ୟତା ଅର୍ଜନ କରିବାରେ ହେଲା ବିଫଳ

October 15, 2025

ଚୀନ୍‌କୁ ଆମେରିକାର ଗୁପ୍ତ ଫାଇଲ୍‌ ଦେବା ଅଭିଯୋଗରେ ଭାରତରେ ଜନ୍ମିତ ଏଶଲେ ଟେଲିସ୍‌ ଗିରଫ

October 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.