ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି। ତାଙ୍କ ବାସଭବନରେ ଅନୁଭବ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏ ନେଇ ଅନୁଭବ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଯାହା ଲେଖିଛନ୍ତି ତାହା ହେଲା
‘ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କ ବାସଭବନରେ ତାଙ୍କ ସହ ଏକ ଫଳପ୍ରଦ ସାକ୍ଷାତକାର । ଏହି ସାକ୍ଷାତକାରରେ ରାଜ୍ୟର ବିକାଶ ଧାରା ଏବଂ ଆଗାମୀ ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହେଲା । ଓଡ଼ିଶାର ଲୋକଙ୍କ କଲ୍ୟାଣ ପାଇଁ ଯେକୌଣସି ଉତ୍ତମ କାର୍ଯ୍ୟ ପ୍ରତି ତାଙ୍କର ସକାରାତ୍ମକ ମନୋଭାବ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ଉପରେ ସଦାସର୍ବଦା ରହିଥାଉ । ଜୟ ଜଗନ୍ନାଥ।’
ହେଲେ ଆଶ୍ଚର୍ଯ୍ୟର କଥା ଅନୁଭବ ପୂର୍ବରୁ ଓଡିଆ ଚଳଚିତ୍ର ସମସ୍ୟା ନେଇ ଯେଉଁ ଦାବୀ କରୁଥିଲେ ସେ ସଂପର୍କରେ ସେ କିଛି ଲେଖି ନାହାଁନ୍ତି। ଅନୁଭବ ତାଙ୍କ ଚଳଚିତ୍ର ଚାରିଧାମ କୁ ସିନେମା ହଲ ମାଲିକମାନେ କିଛିଦିନ ପରେ ଉଠାଇ ଦେଲେ। ଏହାକୁ ନେଇ ଅନୁଭବ ପ୍ରତିବାଦ କରିଥିଲେ। ହଲ ମାଲିକମାନେ ଓଡିଆ ଚଳଚିତ୍ରକୁ ଗୁରୁତ୍ବ ଦେଉ ନାହାଁନ୍ତି ବୋଲି ଅଭିଯୋଗ କରିଥିଲେ। ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ ମଧ୍ୟ କରି କରିଥିଲେ।
ତେବେ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ସେ ଏ ପ୍ରସଂଗ ବିଷୟରେ ଆଲୋଚନା କରି ନାହାଁନ୍ତି। କାରଣ ତାଙ୍କର ସାମାଜିକ ଗଣମାଧ୍ୟର ସୂଚନା ଅନୁସାରେ ସେ ନୂଆପଡା ଉପନିର୍ବାଚନ ସଂପର୍କରେ ଆଲୋଚନା କରିଛନ୍ତି। ଓଡିଶାର ବିକାଶ କଥା ଆଲୋଚନା କରିଛନ୍ତି। ଓଡିଆ ଚଳଚିତ୍ର ସମସ୍ୟା କଥା ଆଲୋଚନା କରିବା ନେଇ ସେ ଉଲ୍ଲେଖ କରି ନାହାଁନ୍ତି। ଫଳରେ ସେଥିରୁ ସ୍ପଷ୍ଟ ହୋଇଛି ଯେ, ସେ ଏ ସଂପର୍କରେ କୌଣସି ଆଲୋଚନା କରା ନାହାଁନ୍ତି।