ଭୁବନେଶ୍ବର: ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ। ଆଜି ସେ ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପାଦ ଥାପିଥିଲେ।
ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନଙ୍କ କୌଣସି ଭୂମିକା ନ ଥିଲା କି ସେ ରାଜନୀତିରେ ନ ଥିଲେ। ତାଙ୍କର ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ କେନ୍ଦ୍ରରେ ମନ୍ତ୍ରୀ ଥିଲେ।
ପରବର୍ତ୍ତୀ ସମୟରେ ବିଜେଡି ଗଠନ ହେଲା ପରେ ସେ ସେହି ଦଳର ସଭାପତି ହେଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି । ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି। ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବିରେ ରହି ନବୀନ ରେକର୍ଡ ସ୍ଥାପନ କରିଛନ୍ତି ।
BSNL Announces Diwali Bonanza: Enjoy Free Mobile Services



