ଭୁବନେଶ୍ବର: ବର୍ତ୍ତମାନ ନୂଆପଡା ଉପନିର୍ବାଚନ ସରଗରମ ହେବାରେ ଲାଗିଛି। ତିନିଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲେଣି। ସମସ୍ତେ ବର୍ତ୍ତମାନ ନୂଆପଡା ମୁହାଁ। ତିନି ଦଳ ବିଜେପି ବିଜେଡି କଂଗ୍ରେସ ଛକାଛକି। ଏପରି ସମୟରେ ହଠାତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।
ହେଲେ ଘଟଣାଟି ହେଲା ଫୋନଟି କୌଣସି ରାଜନୈତିକ କାରଣ ନ ଥିଲା କି ଦଳୀୟ କାର୍ଯ୍ୟ ନ ଥିଲା। ତାହା ଥିଲା ଏକ ସମାଜିକ କାର୍ଯ୍ୟ। ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ସେଥିପାଇଁ ଶୁଭେଚ୍ଛା ଜଣାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୋନ କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି।