ଉନ୍ନାଓ ଗଣ ଦୁଷ୍କର୍ମ ମାମଲା : ଟ୍ରକ୍‌ ଡ୍ରାଇଭର ଓ କ୍ଲିନରକୁ ତିନି ଦିନିଆ ରିମାଣ୍ଡରେ ନେଲା ସିବିଆଇ

Published: Aug 3, 2019, 3:09 pm IST

ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେବା ପରେ ସବିଆଇ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁଳଦୀପ ସେନ୍‌ଗାରଙ୍କୁ ପୁଲିସ ରିମାଣ୍ଡରେ ନେବା ପରେ ଏବେ ଦୁଷ୍କର୍ମ ପୀଡିତାଙ୍କ କାରକୁ ଧକ୍କା ଦେଇଥିବା ଟ୍ରକ ଚାଳକ ଓ କ୍ଲିନରକୁ ତିନି ଦିନିଆ ରିମାଣ୍ଡରେ ନେଇଛି । ସିବିଆଇ ପକ୍ଷରୁ ରାମବାବୁ କନୌଜିଆ ଅଭିଯୁକ୍ତଙ୍କ 7ଦିନିଆ ରିମାଣ୍ଡର ଦାବି କରିଥିଲେ । ସିବିଆଇର ବିଶେଷ ନ୍ୟାୟିକ ମାଜିଷ୍ଟ୍ରେଟ ଅନୁରାଧା ଶୁକ୍ଳା ଏହି ମାମଲାର ଶୁଣାଣୀ କରିଛନ୍ତି । ଉନ୍ନାଓ ଦୁଷ୍କର୍ମ ପୀଡିତା ନିଜ ସମ୍ପର୍କୀୟଙ୍କ ସହିତ ଉନ୍ନାଓରୁ ରାଏବରେଲୀରୁ ଯାଉଥିବା ସମୟରେ ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ।

Related posts