Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱର ଭିଆର୍ଡିଏଲ୍ କୁ ରୌପ୍ୟ ପୁରସ୍କାର
ଆଜିର ଖବର

ଏମ୍ସ ଭୁବନେଶ୍ୱର ଭିଆର୍ଡିଏଲ୍ କୁ ରୌପ୍ୟ ପୁରସ୍କାର

October 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍ସ ଭୁବନେଶ୍ୱର ଭିଆର୍ଡିଏଲ୍ କୁ ରୌପ୍ୟ ପୁରସ୍କାର
ଏମ୍ସ ଭୁବନେଶ୍ୱର ଭିଆର୍ଡିଏଲ୍ କୁ ରୌପ୍ୟ ପୁରସ୍କାର

ଭୁବନେଶ୍ୱର: ଭାଇରଲ୍ ଡାଇଗ୍ନୋଷ୍ଟିକ୍ସରେ ଉଚ୍ଚମାନର ନିର୍ଣ୍ଣୟ ସେବା, ଗବେଷଣା ଏବଂ ଗୁଣବତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତ ଏମ୍ସ ଭୁବନେଶ୍ୱରର ଭାଇରାଲ୍ ରିସର୍ଚ୍ଚ ଏବଂ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (ଭିଆର୍ଡିଏଲ୍) କୁ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ଉଚ୍ଚକାର୍ଯ୍ୟକ୍ଷମ ପ୍ରୟୋଗଶାଳାଗୁଡ଼ିକୁ ସମ୍ମାନିତ କରିବା ଏବଂ ଜାତୀୟ ଭିଆର୍ଡିଏଲ୍ ନେଟୱାର୍କର ବିକାଶ ପ୍ରକ୍ରିୟାକୁ ମୂଲ୍ୟାଙ୍କନ କରିବା ପାଇଁ ସ୍ୱାସ୍ଥ୍ୟ ଗବେଷଣା ବିଭାଗ (ଡିଏଚ୍ଆର) ଦ୍ୱାରା ନୂଆଦିଲ୍ଲୀର ମାନେକ୍ଶା କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ଭିଆର୍ଡିଏଲ୍ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ନିକଟରୁ ଏମ୍ସ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ବୈଜୟନ୍ତୀମାଳା ମିଶ୍ର ଏବଂ ଗବେଷଣା ବିଭାଗର ଆସୋସିଏଟ୍ ଡିନ୍ ତଥା ଶିଶୁ ରୋଗ ବିଶେଷଜ୍ଞ ଡ. ଭାଗୀରଥି ଦ୍ୱିବେଦୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ଡିଏଚ୍ଆର୍ ସଚିବ ତଥା ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର)ର ମହାନିର୍ଦ୍ଦେଶକ ଡ. ରାଜୀବ ବହଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଅଶୁତୋଷ ବିଶ୍ୱାସ ଭିଆରଡିଏଲ ଟିମ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ସଫଳତା ପାଇଁ ଖୁସି ପ୍ରକାଶ କରିଛନ୍ତି। ରୋଗୀ ସେବା, ନିଦାନ ଓ ଗବେଷଣା କ୍ଷେତ୍ରରେ ଭବିଷ୍ୟତରେ ଆହୁରି ଉନ୍ନତି ପାଇଁ ଉତ୍ସାହିତ କରିବା ସହିତ ନିରନ୍ତର ଆନୁଷ୍ଠନିକ ସହଯୋଗ ଆଶ୍ୱାସନା ଦେଇଛନ୍ତି ଡ. ବିଶ୍ବାସ। ଏମ୍ସ ଭୁବନେଶ୍ୱରର ଭିଆରଡିଏଲ ୨୦,୦୦୦ରୁ ଅଧିକ ରୋଗୀଙ୍କୁ ୫୦ରୁ ଅଧିକ ଭାଇରାଲ ସଂକ୍ରମଣ ନିମନ୍ତେ ନିଃଶୁଳ୍କ ନିର୍ଣ୍ଣୟ ସେବା ପ୍ରଦାନ କରିଛି। ମହାମାରୀ ଓ ଜନସ୍ୱାସ୍ଥ୍ୟ ପରିଚାଳନାରେ ତତ୍କାଳ ରୋଗ ନିର୍ଣ୍ଣୟ ସହାୟତା ପ୍ରଦାନ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

ମାରାତ୍ମକ କୋଭିଡ-୧୯ ସମେତ ହାଣ୍ଡ-ଫୁଟ-ମାଉଥ ଡିଜିଜ୍, ମିଳିମିଳା, ହର୍ପିସ୍ ସିମ୍ପେକ୍ସ ଭାଇରସ, ଜାପାନୀଜ୍ ଏନସେଫାଲାଇଟିସ୍ ଓ ଅନ୍ୟାନ୍ୟ ଜଟିଳ ଶ୍ୱାସକ୍ରିୟା ଭାଇରସ ଭଳି ସଂକ୍ରମଣ, ଏହି ଲାବୋରେଟୋରୀ ଦ୍ୱାରା ସଫଳତାର ସହିତ ପରିଚାଳିତ କରାଯାଇଛି। ଏହି ପରୀକ୍ଷାଗାର ଏନଏବିଏଲ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଏହା ଅନେକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପତ୍ରିକାରେ ଗବେଷଣାମୂଳକ ତଥ୍ୟ ପ୍ରକାଶନ କରିଛି। ନିଦାନ ସହିତ, ଭିଆରଡିଏଲ ଚିକିତ୍ସକ, ପରୀକ୍ଷାଗାର କର୍ମଚାରୀ ଓ ବାୟୋମେଡିକାଲ ସାଇନ୍ସ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଏହା ଉକ୍ତ ଅଞ୍ଚଳରେ ସଂକ୍ରମଣ ରୋଗ ପରିଚାଳନା ଓ ନିଦାନ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ।

ସ୍ୱାସ୍ଥ୍ୟ ଗବେଷଣା ବିଭାଗ (ଡିଏଚଆର), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରତିଷ୍ଠିତ ଭିଆରଡିଏଲ ନେଟୱାର୍କ୍ରେ ସମଗ୍ର ଦେଶରେ ୧୬୫ଟି ପରୀକ୍ଷାଗାର ଅନ୍ତର୍ଭୁକ୍ତ, ଯାହା ଆଞ୍ଚଳିକ, ରାଜ୍ୟ ଓ ମେଡିକାଲ କଲେଜ ସ୍ତରରେ କାର୍ଯ୍ୟ କରୁଛି। ଏହା ଦେଶର ଭାଇରାଲ ରୋଗ ନିରୀକ୍ଷଣ ଓ ପ୍ରତିକାର ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଭାବେ କାର୍ଯ୍ୟ କରୁଛି।

ଏମ୍‌ସ ଭୁବନେଶ୍ୱର ଭାଇରାଲ ସଂକ୍ରମଣ ମହାମାରୀ ଓ ଜନସ୍ୱାସ୍ଥ୍ୟ ପରିଚାଳନା ରୌପ୍ୟ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

୪ ଶ୍ରମ ସଂହିତା ରଦ୍ଦ କରି ୪୪ ଶ୍ରମ ଆଇନକୁ ପୁନଃସ୍ଥାପନା କରିବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

December 14, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦିଲ୍ଲୀରେ ମିଳିଥିବା ବଙ୍ଗଳାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି, କହିଲା….

December 14, 2025

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବେ ନୀତିନ ନବୀନ: ଜାଣନ୍ତୁ ସେ କିଏ?

December 14, 2025

ବାଣପୁର ଥାନାରେ ଅଟକ ଥିବା ଅଭିଯୁକ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

December 14, 2025
Latest News

୪ ଶ୍ରମ ସଂହିତା ରଦ୍ଦ କରି ୪୪ ଶ୍ରମ ଆଇନକୁ ପୁନଃସ୍ଥାପନା କରିବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

December 14, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦିଲ୍ଲୀରେ ମିଳିଥିବା ବଙ୍ଗଳାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି, କହିଲା….

December 14, 2025

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବେ ନୀତିନ ନବୀନ: ଜାଣନ୍ତୁ ସେ କିଏ?

December 14, 2025

ବାଣପୁର ଥାନାରେ ଅଟକ ଥିବା ଅଭିଯୁକ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

December 14, 2025

କଫ ସିରପ ଚୋରା ଚାଲାଣ ମାମଲାରେ FSDA ର କାର୍ଯ୍ୟାନୁଷ୍ଠାନ: ଏହି କମ୍ପାନୀର ଲାଇସେନ୍ସ ରଦ୍ଦ

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.