ଭୁବନେଶ୍ଵର: ଆସନ୍ତା ପର୍ବପର୍ବାଣୀ ସମୟରେ ଯାତ୍ରୀମାନଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ୧୮.୧୦.୨୦୨୫ (ଶନିବାର) ଏବଂ ୧୯.୧୦.୨୦୨୫ (ରବିବାର) ତାରିଖରେ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଚଲାଇବ।
୧. ଟ୍ରେନ୍ ନଂ.୦୨୮୧୧ (ଭୁବନେଶ୍ୱର-ଯଶବନ୍ତପୁର) ସ୍ୱତନ୍ତ୍ର ଟ୍ରେନ୍, ଶନିବାର ଅର୍ଥାତ୍ ୧୮.୧୦.୨୦୨୫ ଦିନ ୧୯.୧୫ ଘଣ୍ଟାରେ (ସନ୍ଧ୍ୟା ୭.୧୫ ଘଟିକା) ଭୁବନେଶ୍ୱରରୁ ଛାଡ଼ିବ ଏବଂ ରବିବାର ମଧ୍ୟରାତ୍ରି ୧୨.୧୫ ଘଣ୍ଟାରେ ଯଶବନ୍ତପୁରରେ ପହଞ୍ଚିବ।
୨. ଟ୍ରେନ୍ ନଂ.୦୨୮୩୧ (ଧନବାଦ-ଭୁବନେଶ୍ୱର) ସ୍ୱତନ୍ତ୍ର ଟ୍ରେନ୍ ୧୮.୧୦.୨୦୨୫ ଏବଂ ୧୯.୧୦.୨୦୨୫ ରେ ଧାନବାଦରୁ ସନ୍ଧ୍ୟା ୧୬.୦୦ ଘଣ୍ଟାରେ (ସନ୍ଧ୍ୟା ୪.୦୦ ଘଟିକା) ଛାଡ଼ିବ ଏବଂ ପରଦିନ ୭.୪୫ ଘଣ୍ଟାରେ ଭୁବନେଶ୍ୱରରେ ପହଞ୍ଚିବ।
୩. ଟ୍ରେନ୍ ନମ୍ବର ୦୨୮୩୨ (ଭୁବନେଶ୍ୱର-ଧାନବାଦ) ସ୍ୱତନ୍ତ୍ର ଟ୍ରେନ୍ ୧୮.୧୦.୨୦୨୫ ଏବଂ ୧୯.୧୦.୨୦୨୫ ରେ ଭୁବନେଶ୍ୱରରୁ ୨୦.୨୫ ଘଣ୍ଟା (ରାତି ୮.୨୫ ଘଟିକା) ରେ ଛାଡିବ ଏବଂ ପରଦିନ ୧୧.୦୦ ଘଣ୍ଟାରେ (ସକାଳ ୧୧ ଘଟିକା) ଧାନବାଦରେ ପହଞ୍ଚିବ।
୪. ଟ୍ରେନ୍ ନମ୍ବର ୦୮୪୩୯ (ପୁରୀ-ପାଟନା) ସ୍ୱତନ୍ତ୍ର ଟ୍ରେନ୍ ୧୮.୧୦.୨୦୨୫ ରେ ପୁରୀରୁ ୧୪.୫୫ ଘଣ୍ଟା (୨.୫୫ ଘଣ୍ଟା) ରେ ଛାଡିବ ଏବଂ ରବିବାର ଅର୍ଥାତ୍ ୧୯.୧୦.୨୦୨୫ ରେ ୧୦.୪୫ ଘଣ୍ଟା (ସକାଳ ୧୦.୪୫ ଘଣ୍ଟା) ରେ ପାଟନାରେ ପହଞ୍ଚିବ। ଫେରିବା ଦିଗରେ, ଟ୍ରେନ୍ ନଂ. ୦୮୪୪୦, (ପାଟନା-ପୁରୀ) ସ୍ୱତନ୍ତ୍ର ଟ୍ରେନ୍ ୧୯.୧୦.୨୦୨୫ ରେ ପାଟନାରୁ ୧୩.୩୦ ଘଣ୍ଟା (୧.୩୦ ଘଣ୍ଟା) ରେ ଛାଡିବ ଏବଂ ୨୦.୧୦.୨୦୨୫ ରେ ୯.୪୫ ଘଣ୍ଟା (ସକାଳ ୯.୪୫ ଘଣ୍ଟା) ରେ ପୁରୀରେ ପହଞ୍ଚିବ।
୫. ଟ୍ରେନ୍ ନଂ. ୦୮୫୮୧, ବିଶାଖାପାଟଣା- SMVB (ବେଙ୍ଗାଲୁରୁ) ସ୍ୱତନ୍ତ୍ର ୧୯.୧୦.୨୦୨୫ (ରବିବାର) ରେ ବିଶାଖାପାଟଣାରୁ ୧୫.୨୦ ଘଣ୍ଟା (ଅପରାହ୍ନ ୩.୨୦ ଘଣ୍ଟା) ରେ ଛାଡିବ ଏବଂ ୨୦.୧୦.୨୦୨୫ (ସୋମବାର) ରେ ୧୨.୪୫ ଘଣ୍ଟା (ମଧ୍ୟାହ୍ନ ୧୨.୪୫ ଘଣ୍ଟା) ରେ SMVBରେ ପହଞ୍ଚିବ।
୬. ଟ୍ରେନ୍ ନଂ.୦୮୫୮୦ (ଚାର୍ଲାପାଲି-ବିଶାଖାପାଟଣା) ସ୍ୱତନ୍ତ୍ର ଟ୍ରେନ ଶନିବାର ଅର୍ଥାତ୍ ୧୮.୧୦.୨୦୨୫ ରେ ୧୫.୩୦ ଘଣ୍ଟା (ଅପରାହ୍ନ ୩.୩୦ ଘଣ୍ଟା) ରେ ଚାର୍ଲାପାଲିରୁ ଛାଡିବ ଏବଂ ୧୯.୧୦.୨୦୨୫ ରେ ୭.୦୦ ଘଣ୍ଟା (ସକାଳ ୭ ଘଣ୍ଟା) ରେ ବିଶାଖାପାଟଣାରେ ପହଞ୍ଚିବ।
ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଯାତ୍ରୀମାନଙ୍କୁ ନିର୍ବିଘ୍ନ ଓ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ଏବଂ ସେମାନଙ୍କ ପ୍ରିୟଜନଙ୍କ ସହିତ ପର୍ବ ଉପଭୋଗ କରିବା ପାଇଁ ଚଲାଯାଉଛି।