ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଛି ପଥ ସଂଚାଳନ କାର୍ଯ୍ୟକ୍ରମ। ଜିଲ୍ଲାର ୧୫ଶହରୁ ଊର୍ଦ୍ଧ୍ୱ ସ୍ୱୟଂ ସେବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପଥ ସଂଚାଳନ ଚାଉଁରିଆଗୁଡ଼ା ଛକଠାରୁ ବାହାରି ମାଝୀଗୁଡା ଛକ ନିକଟରେ ପହଞ୍ଚି ଥିଲା। ଏହାପରେ ମାଝୀଗୁଡାଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା।