Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ
ଆଜିର ଖବର

ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

October 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
SOA
ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃତ୍ତିଗତ, ବୈଷୟିକ ଏବଂ ଗବେଷଣାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ)ର ଷ୍ଟୁଡେଂଟ ବ୍ରାଂଚ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ସେହିପରି ଆଇଇଇଇ କମ୍ପ୍ୟୁଟର ସୋସାଇଟିର ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ମଧ୍ୟ ଏହି ଅବସରରେ ଆରମ୍ଭ କରାଯାଇଛି।

ଏଥି ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଯୁଗ୍ମ ସମ୍ପାଦକ ଓ ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚର କାଉନ୍‌ସିଲର ପ୍ରଫେସର ରେଣୁ ଶର୍ମା ଏହି ଶାଖା ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଥିବା ପ୍ରଫେସର ଶର୍ମା ଏହି ଶାଖା ପ୍ରତିଷ୍ଠା ହେବା ଦ୍ୱାରା ନବୀକରଣ, ସହଭାଗିତା ଏବଂ ନେତୃତ୍ୱ ବିକାଶ କ୍ଷେତ୍ରରେ ବିଶ୍ୱ ଦରବାରରେ ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟରେ ଆଇଇଇଇର କାର୍ଯ୍ୟକଳାପକୁ ପରିଚାଳନା କରୁଥିବା ସଂଯୋଜକ ଏବଂ ଛାତ୍ରଛତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନେ ଗବେଷଣା, ବୃତିଗତ ଉନ୍ନତି ଏବଂ ବିଭିନ୍ନ କ୍ଷେତ୍ରରେ ଇଞ୍ଜିନିୟରିଂ କୌଶଳ ବ୍ୟବହାର କରି ସମାଧାନରେ ଉପନୀତ ହେବାକୁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର କୋଷାଧ୍ୟକ୍ଷ ତଥା ଆଇଆଇଟି ଭୁବନେଶ୍ୱରର ଆସୋସିଏଟ ପ୍ରଫେସର ଡି.ପି ଡୋଗ୍ରା, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଉପଦେଷ୍ଟା ତଥା ଆଇଇଇଇ ଭୁବନେଶ୍ୱର ଉପଶାଖାର ପୂର୍ବତନ ଚେୟାର ହରେକୃଷ୍ଣ ରଥ, ଆଇଇଇଇ ଭୁବନେଶ୍ୱର ଶାଖାର ଉପଦେଷ୍ଟା ତଥା ସିପିଆରଆଇର ପୂର୍ବତନ ମହାନିର୍ଦ୍ଦେଶକ ଏବଂ ଭେଲ୍‌ର ଜେନେରାଲ ମ୍ୟାନେଜର ପ୍ରଫେସର ଏ.କେ. ତ୍ରିପାଠୀ, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଭାଇସ୍ ଚେୟାର ଏବଂ କିଟ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ପ୍ରଫେସର ତଥା ନିର୍ଦ୍ଦେଶକ ପ୍ରଫେସର ଚିନ୍ମୟ କୁମାର ପାଣିଗ୍ରାହୀ, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଚେୟାର (ଏସ୍‌ଏସି) ଏବଂ ସିଲିକନ୍ ବିଶ୍ୱବିଦ୍ୟାଳୟର ଇଇଇ ବିଭାଗର ପ୍ରଫେସର ପ୍ରତାପ ରଞ୍ଜନ ମହାନ୍ତି ବକ୍ତବ୍ୟ ରଖିଥିଲେ।

ପ୍ରଫେସର ଡୋଗ୍ରା ଶିକ୍ଷା ଏବଂ ଶିଳ୍ପକୁ ନବୀକରଣ ଓ ସହଭାଗିତାମୂଳକ ପ୍ରକଳ୍ପ ମାଧ୍ୟମରେ ଯୋଡ଼ିବାରେ ଆଇଇଇଇର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବେଳେ ଶ୍ରୀ ରଥ ଡିଆର୍‌ଡିଓରେ ତାଙ୍କ କାର୍ଯ୍ୟକାଳର ଅଭିଜ୍ଞତା ସମ୍ପର୍କରେ ବଖାଣି ବୃତିଗତ ନୈତିକତା, ଦଳଗତ କାର୍ଯ୍ୟ ଏବଂ ଭବିଷ୍ୟତର ଇଞ୍ଜିନିୟରଙ୍କ ମଧ୍ୟରେ ବୈଷୟିକ ଉତ୍କର୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ରଥ ଛାତ୍ରଛାତ୍ରୀମାନେ ଆଇଇଇଇକୁ ଅଧିକ ବ୍ୟବହାର କରି କାର୍ଯ୍ୟକରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଫେସର ପାଣିଗ୍ରାହୀ ଗବେଷଣା ଏବଂ ଜ୍ଞାନର ଆଦାନପ୍ରଦାନ କ୍ଷେତ୍ରରେ ଆଇଇଇଇ ପକ୍ଷରୁ ପ୍ରଦାନ କରାଯାଉଥିବା ସୁଯୋଗ ଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେଇଥିôବା ବେଳେ ପ୍ରଫେସର ମହାନ୍ତି ଆଇଇଇଇ କାର୍ଯ୍ୟକ୍ରମରେ ସୋଆ ଛାତ୍ରଛାତ୍ରୀଙ୍କର ପ୍ରତ୍ୟକ୍ଷ ଯୋଗଦାନକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟର ସଂପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ଆଇଇଇଇ ଭୁବନେଶ୍ୱର କମ୍ପ୍ୟୁଟର ସୋସାଇଟି ଚାପ୍ଟରର ଭାଇସ୍ ଚେୟାର ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଉପଦେଷ୍ଟା ତଥା ଆଇଟିଇଆରର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଇଇଇଇ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଲକ୍ଷ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ଏହି ପ୍ଲାଟଫର୍ମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଏଆଇ, ସାଇବର ସିକ୍ୟୁରିଟି ଏବଂ ଡାଟା ସାଇନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳରେ ମିଳିବା କରିବା ସହ ନେତୃତ୍ୱ ନେବାରେ ସହାୟକ ହେବ।

ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚର ଉପଦେଷ୍ଟା ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମନୋଜ କୁମାର ଦେବନାଥ ଏବଂ ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ, ସେଂଟର ଫର ସାଇବର ସିକ୍ୟୁରିଟିର ଉପଦେଷ୍ଟା ପ୍ରଫେସର ଭାରତ ଜେ. ଆର. ସାହୁ ମଧ୍ୟ ବକ୍ତବ୍ୟ ରଖିବା ସହ ଆଇଇଇଇ ଦ୍ୱାରା କିଭଳି ଦଳଗତ କାର୍ଯ୍ୟ, ଗବେଷଣା ଏବଂ ବୃତିଗତ ଉନ୍ନତି ସହଜ ହୋଇପାରୁଛି ସେ ବିଷୟରେ ମତ ରଖିଥିଲେ।

ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ ଏବଂ ଆଇଇଇଇ କମ୍ପ୍ୟୁଟର ସୋସାଇଟି ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଚେୟାର ମନୀଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇଇଇଇ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Latest News

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.