Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନାରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଏକ ବର୍ଷ ପୂର୍ତ୍ତି
ଆଜିର ଖବର

ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନାରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଏକ ବର୍ଷ ପୂର୍ତ୍ତି

October 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନାରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଏକ ବର୍ଷ ପୂର୍ତ୍ତି
ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନାରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଏକ ବର୍ଷ ପୂର୍ତ୍ତି

ଭୁବନେଶ୍ଵର: ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇବାରେ ଏହାର ଏକ ବର୍ଷ ପୂରଣ କରିଛି। ଏମ୍ରୀ ଗ୍ରୀନ୍ ହେଲଥ ସର୍ଭିସେସ୍ ୨୦୦୫ ମସିହାରୁ ଭାରତରେ ଜରୁରୀକାଳୀନ ଚିକିତ୍ସା ପ୍ରତିକ୍ରିୟା ଏବଂ ରୋଗୀ ପରିବହନ ସେବା ପ୍ରଦାନ କରିବାରେ ଏକ ଅଗ୍ରଣୀ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି। ଓଡ଼ିଶାରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ସହଭାଗୀତାରେ IPTHHS-II ପ୍ରକଳ୍ପ ଅଧୀନରେ ୧୦୮ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା, ୧୦୮ ରେଫରାଲ୍ ପରିବହନ ବ୍ୟବସ୍ଥା (ଜନନୀ ଆମ୍ବୁଲାନ୍ସ) ଏବଂ ୧୦୪ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ ପରିଚାଳନା କରୁଛୁ। ଓଡ଼ିଶା ସହିତ, ଆମେ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୬୦,୦୦୦ ରୁ ଅଧିକ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଜରୁରୀକାଳୀନ ସେବା ମଧ୍ୟ ପ୍ରଦାନ କରୁଛୁ।

୨୦୧୩ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ୨୨୧ ଟି ଆମ୍ବୁଲାନ୍ସକୁ ନେଇ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଥିଲା। ବର୍ତ୍ତମାନ ଓଡିଶାରେ ୮୬୦ ଟି ଜରୁରୀକାଳୀନ ଆମ୍ବୁଲାନ୍ସ,୫୦୦ ଟି ଜନନୀ ଆମ୍ବୁଲାନ୍ସ ଏବଂ ୬ ଟି ବୋଟ୍ ଆମ୍ବୁଲାନ୍ସ କାର୍ଯ୍ୟକାରୀ ଅଛି। ୨୦୧୩ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୩୨ ଲକ୍ଷ୍ୟ ଲୋକ ସେବା ପାଇଥିବା ବେଳେ,ଗତ ଏକ ବର୍ଷ ମଧ୍ୟରେ ଏମ୍ରୀ ଗ୍ରୀନ୍ ହେଲଥ ସର୍ଭିସେସ୍ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ୧୪୮୪୦୨୭ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଛି। ତନ୍ମଧ୍ୟରୁ ୩୬୮୭୩୩ ଗର୍ଭବତୀ ମହିଳାଙ୍କୁ ସେବା ଯୋଗାଇ ଦିଆଯାଇଛି।

ଏହି ଅବସରରେ ୧୦୮ ଆମ୍ବୁଲାନ୍ସ ତଥା ଏମ୍ରୀ ଗ୍ରୀନ୍ ହେଲଥ ସର୍ଭିସେସ୍ ର ରାଜ୍ୟମୁଖ୍ୟ ସବ୍ୟସାଚୀ ବିଶ୍ଵାଳ କହିଛନ୍ତି,”୧୦୮ ଜରୁରୀକାଳୀନ ସେବା ଲୋକମାନଙ୍କ ପାଇଁ ଏକ ଜୀବନଧାରାରେ ପରିଣତ ହୋଇଛି। ଏହି ସେବା ମାଧ୍ୟମରେ ଦୈନିକ ୫ ରୁ ୬ ହଜାର ଲୋକ ଉପକୃତ ହେଉଛନ୍ତି। ରୋଗୀଙ୍କୁ କିପରି ସୁରକ୍ଷିତ ଭାବେ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଡାକ୍ତରଖାନା ପହଞ୍ଚାଯାଇ ପାରିବ ସେଥିପ୍ରତି ଆମେ ଯତ୍ନବାନ ରହିଛୁ ଏବଂ ଏହି ସେବା କିପରି ଆହୁରି ଉନ୍ନତ ହୋଇ ପାରିବ ସେ ପ୍ରତି ମଧ୍ୟ ଚେଷ୍ଟା ଜାରି ରଖିଛୁ।”

ଆମ୍ବୁଲାନ୍ସ ସେବା ଏକ ବର୍ଷ ପୂର୍ତ୍ତି ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026
Latest News

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.