ନୂଆଦିଲ୍ଲୀ: କୋଲକାତାରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଆଜି ସନ୍ଧ୍ୟାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାରାଣସୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନରୁ ଇନ୍ଧନ ଲିକ୍ ହେବା ଫଳରେ ବିମାନର କର୍ମଚାରୀମାନେ ନିକଟସ୍ଥ ବାରାଣସୀ ବିମାନବନ୍ଦରକୁ ସୂଚନା ଦେଇଥିଲେ ଏବଂ ଅବତରଣ ପାଇଁ ଅନୁମତି ମାଗିଥିଲେ।
ଏହି ଇଣ୍ଡିଗୋ ବିମାନରେ ମୋଟ ୧୬୬ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦିଆଯାଇଥିଲା।