Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତର କଷ୍ଟସାଧ୍ୟ ବିଜୟ : ପଦାର୍ପଣରେ ସାଇନିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌
ଆଜିର ଖବର

ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତର କଷ୍ଟସାଧ୍ୟ ବିଜୟ : ପଦାର୍ପଣରେ ସାଇନିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌

August 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟି20 ମ୍ୟାଚ୍‌ରେ 4 ଓ୍ବିକେଟ୍‌ରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଓ୍ବିଣ୍ଡିଜ୍‌ ନିର୍ଦ୍ଧାରିତ ଓଭରରେ ମାତ୍ର 98 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହା ସହିତ ଷଷ୍ଠ ଭାରତୀୟ ଖେଳାଳି ଭାବରେ ପଦାର୍ପଣରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହେବାର ସୌଭାଗ୍ୟ ହାସଲ କରିଛନ୍ତି ନବଦୀପ ସାଇନି । ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ବୋଲିଂ ଓପନ୍‌ କରିଥିବା ସୁନ୍ଦର ପ୍ରଥମ ଓଭରରେ ସଫଳତା ପ୍ରଦାନ କରିଥିଲେ । ତୃତୀୟ ବୋଲର ଭାବରେ ଆସିଥିବା ନବଦୀପ୍‌ ସାଇନି ଭାରତୀୟ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଓ୍ବିଣ୍ଡିଜ୍‌ର 9 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର୍‌ ଛୁଇଁ ପାରିନଥିବା ବେଳେ କିରନ୍‌ ପୋଲାର୍ଡ 49 ବଲ୍‌ରେ 49 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ନବଦୀପ୍‌ ସାଇନି (4-1-17-3)ର ଫିଗର ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର କୁମାର 19 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଓ୍ବାଶିଂଟନ୍‌ ସୁନ୍ଦର, ଖଲିଲ୍‌ ଅହମଦ୍‌, କୃଣାଲ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ପ୍ରତ୍ୟୋକ 1ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ଦ୍ବିତୀୟ ଓଭରରେ ଶିଖର ଧଓ୍ବନ୍‌ଙ୍କୁ ହରାଇଥିଲା । ରୋହିତ ଏବଂ କୋହଲି ଦ୍ବତୀୟ ଓ୍ବିକେଟ୍‌ରେ 28 ରନ୍‌ ଯୋଡିବା ପରେ ରୋହିତ ଏବଂ ପନ୍ତ ଲଗାତାର ବଲ୍‌ରେ ଆଉଟ୍‌ ହୋଇଥିଲେ । ମନୀଷ ପାଣ୍ଡେ 19 ରନ୍‌ କରିଥିଲେ । ଓ୍ବିଣ୍ଡିଜ୍‌ ବୋଲରଙ୍କ ମଧ୍ୟରେ କଟରେଲ, ନାରିନ୍‌ ଏବଂ କିମୋ ପଲ୍‌ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Latest News

ଆଜି ଜୁନ ୦୧ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସାବଧାନ

June 1, 2026

କୋହିଲି ଦେଲେ ‘ବିରାଟ’ ବିଜୟ: କ୍ରମାଗତ ଦ୍ଵିତୀୟ ଥର ଟାଇଟଲ ଜିତିଲା RCB

May 31, 2026

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.