Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆପଡ଼ା ଉପ ନର୍ବାଚନ: କଂଗ୍ରେସ ସପକ୍ଷରେ ସିପିଆଇ (ଏମ୍) ର ସମର୍ଥନ ଘୋଷଣା
ଆଜିର ଖବର

ନୂଆପଡ଼ା ଉପ ନର୍ବାଚନ: କଂଗ୍ରେସ ସପକ୍ଷରେ ସିପିଆଇ (ଏମ୍) ର ସମର୍ଥନ ଘୋଷଣା

October 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିପିଆଇ (ଏମ୍)
ନୂଆପଡ଼ା ଉପ ନର୍ବାଚନ: କଂଗ୍ରେସ ସପକ୍ଷରେ ସି ପି ଆଇ(ଏମ୍) ର ସମର୍ଥନ ଘୋଷଣା

ଭୁବନେଶ୍ଵର: ନୂଆପଡ଼ା ଉପ ନର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ଜିତିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଉକ୍ତ ଉପ ନିର୍ବାଚନରେ ତ୍ରିମୂଖୀ ଲଢେଇ ହେବ ବୋଲି ଆକଳନ କରାଯାଉଛି। ବିଜେପି, କଂଗ୍ରେସ ଏବଂ ବିଜେଡ଼ି ମଧ୍ୟରେ କଡା ପ୍ରତିଯୋଗୀତା ହେବ ବୋଲି କୁହାଯାଉଛି।

ତେବେ ଏହି ସମୟରେ ଏକ ବଡ ଖବର ଆସିଛି। ନୂଆପଡା ଉପ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବ ବୋଲି ସିପିଆଇ (ଏମ୍) ନିଷ୍ପତ୍ତି ନେଇଛି। ସିପିଆଇ (ଏମ୍) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି କୁ ଦଳ ଆକ୍ରମଣ କରିଥିବା ବେଳେ କାହିଁକି କଂଗ୍ରେସକୁ ସମର୍ଥନ ଘୋଷଣା କରାଯାଇଛି, ସେନେଇ କୁହାଯାଇଛି।

ସିପିଆଇ (ଏମ୍) ପକ୍ଷରୁ କୁହାଯାଇଛି ଯେ, “ଓଡ଼ିଶାର ଏକ ବିଶେଷ ରାଜନୈତିକ ପରିସ୍ଥିତିରେ ନୂଆପଡ଼ା ଉପନିର୍ବାଚନ ହେଉଛି। ଆଗାମୀ ନୂଆପଡ଼ା ଉପନିର୍ବାଚନ କେବଳ ପ୍ରାର୍ଥୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ନୁହେଁ — ଏହା ଆମ ସମ୍ବିଧାନ, ଧର୍ମନିରପେକ୍ଷତା ଓ ଓଡ଼ିଶାର ସମସ୍ତ ସମ୍ପ୍ରଦାୟର ଗଣତାନ୍ତ୍ରିକ ଅଧିକାରର ଭବିଷ୍ୟତ ଉପରେ ଏକ ଜନମତ ସଂଗ୍ରହ। ତେଣୁ ସିପିଆଇ (ଏମ) ଓଡ଼ିଶା ରାଜ୍ୟ କମିଟି ନୂଆପଡ଼ାର ଜନତା, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି, ଶ୍ରମିକ, କୃଷକ, ଯୁବକ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ସମସ୍ତ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ବିଜେପିର ସାମ୍ପ୍ରଦାୟିକ-ହିନ୍ଦୁତ୍ଵବାଦୀ ରାଜନୀତିକୁ ବିଛିନ୍ନ ଏବଂ ପରାସ୍ତ କରିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଆହ୍ଵାନ ଜଣାଉଛି। ରାଜନୈତିକ ଦୃଷ୍ଟିରୁ ଏହି ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

ଦଳ ପକ୍ଷରୁ ଆହୁରୀ କୁହାଯାଇଛି ଯେ, “୧୬ ମାସର ଶାସନରେ ବିଜେପି ନିର୍ବାଚନ ପ୍ରତିଶୃତିକୁ ଭୁଲି ଯାଇଛି। ରାଜ୍ୟରେ ଉତ୍କଟ ବେକାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧିକରଣ ରାଜନୀତି ଯୋଗୁଁ ଜନ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ବିରୋଧୀ ମତକୁ ଦମନ ଏବଂ ନାଗରିକ ସ୍ଵାଧୀନତା ଉପରେ କଟକଣା ଗଣତନ୍ତ୍ରକୁ ଦୁର୍ବଳ କରୁଛି। କୃଷି ସଙ୍କଟ,ମଜୁରୀ ରେ ଶୋଷଣ, ପ୍ରବାସ ଓ ଲଗାମହୀନ ମୂଲ୍ୟବୃଦ୍ଧିରେ ନୁଆପଡ଼ାର ସାଧାରଣ ଜନତା, କୃଷକ, ଶ୍ରମିକ, ଛୋଟ ବ୍ୟବସାୟୀ ଏବଂ ଯୁବକ ଜର୍ଜରିତ। ବିଜେପିର ନୀତି କର୍ପୋରେଟ ଲୁଣ୍ଠନ ଏବଂ ସାଂପ୍ରଦାୟିକମେଣ୍ଟ ର ମଧୂଚନ୍ଦ୍ରିକାକୁ ସୁଦୃଢ଼ କରୁଛି।”

କଂଗ୍ରେସ ନୂଆପଡ଼ା ଉପ ନର୍ବାଚନ ବିଜେପି ସି ପି ଆଇ(ଏମ୍)
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ଜନଜାତିୟ ଗୌରବ ଦିବସ ପାଳନ

November 14, 2025

ନୂଆପଡା ଉପ ନିର୍ବାଚନ: ଇତିହାସ ରଚିଲା ବିଜେପି, ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

November 14, 2025

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

November 14, 2025

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025
Latest News

ପୂର୍ବତଟ ରେଳପଥ ଦ୍ୱାରା ଜନଜାତିୟ ଗୌରବ ଦିବସ ପାଳନ

November 14, 2025

ନୂଆପଡା ଉପ ନିର୍ବାଚନ: ଇତିହାସ ରଚିଲା ବିଜେପି, ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

November 14, 2025

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

November 14, 2025

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମେ ୨୨୦୦ ବିଦ୍ୟାଳୟ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.