Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତ୍ନତାତ୍ତିକ ଉତଖନନ ଉନ୍ମୋଚିତ କରିବ ରେଢ଼ାଖୋଲର ଅଜ୍ଞାତ ଇତିହାସ
ଆଜିର ଖବର

ପ୍ରତ୍ନତାତ୍ତିକ ଉତଖନନ ଉନ୍ମୋଚିତ କରିବ ରେଢ଼ାଖୋଲର ଅଜ୍ଞାତ ଇତିହାସ

October 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତ୍ନତାତ୍ତିକ ଉତଖନନ ଉନ୍ମୋଚିତ କରିବ ରେଢ଼ାଖୋଲର ଅଜ୍ଞାତ ଇତିହାସ
ପ୍ରତ୍ନତାତ୍ତିକ ଉତଖନନ ଉନ୍ମୋଚିତ କରିବ ରେଢ଼ାଖୋଲର ଅଜ୍ଞାତ ଇତିହାସ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଲୁସୁରା ନିକଟରେ ଥିବା ଭୀମମଣ୍ଡଳୀ ଏବେ ବି ଲୋକ ଲୋଚନକୁ ଆସି ପାରିନାହିଁ। ଭୀମ ମଣ୍ଡଳୀର ସଠିକ ସର୍ବେକ୍ଷଣ ଅଭାବରୁ ଏହାର ସଂପୂର୍ଣ୍ଣ ଇତିହାସ ଲୋକଲୋଚନକୁ ଆସିପାରୁନାହିଁ। ତେଣୁ ରେଢ଼ାଖୋଲର ଅଜ୍ଞାତ ଇତିହାସକୁ ଲୋକଲୋଚନକୁ ଆଣିବା ଏବଂ ଏହାକୁ ଓଡିଶା ତଥା ଭାରତ ଇତିହାସରେ ସ୍ଥାନ ଦେବା ଲକ୍ଷ୍ୟରେ ବିଗତ ବର୍ଷରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼ ଅତୁଲ କୁମାର ପ୍ରଧାନ ତାଙ୍କର ଗବେଷଣା କାର୍ଯ୍ୟ ଜାରି ରଖିଛନ୍ତି।

ଏହି ସର୍ବେକ୍ଷଣରୁ ରେଢ଼ାଖୋଲ ତଥା ନାକ୍ଟିଦେଉଳ ଅଂଚଳରୁ ବହୁ ସଂଖ୍ୟକ ପ୍ରାଗଐତିହାସିକ ସ୍ଥଳ, ଆଦ୍ୟ ଐତିହାସିକ ସ୍ଥଳ, ଏବଂ ମନ୍ଦିର ସ୍ଥାପତ୍ୟ ଖଣ୍ଡର ଭଗ୍ନାବଶେଷ ସାମ୍ନାକୁ ଆସିଥିଲା। ବିଗତ ମାସରେ ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ଏହି ଅଂଚଳର ଭୀମ ମଣ୍ଡଳୀରେ ଏକ ୫ଦିନିଆ କାର୍ଯ୍ୟଶାଳା ମଧ୍ୟ କରିଥିଲେ ଯେଉଁଥିରେ ସେମାନେ ସେହି ଅଂଚଳର ଇତିହାସ, ସଂସ୍କୃତି, ପ୍ରତ୍ନତତ୍ଵ, ପ୍ରଥା ପରମ୍ପରା ଆଦି ବିଷୟରେ ସବିଶେଷ ବବରଣୀ ସଂଗ୍ରହ କରିଥିଲେ। ତେଣୁ ରେଢ଼ାଖୋଲ ଇତିହାସର ପ୍ରାଚୀନତା, ସାଂସ୍କୃତିକ କ୍ରମ ବିକାଶ ଏବଂ ପ୍ରାଚୀନ ନଗରୀକରଣର ପ୍ରମାଣ ପାଇବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ରେଢ଼ାଖୋଲର ପୁରୁଣାଗଡ଼ର ଉତଖନନ ପାଇଁ ଏକ ପ୍ରସ୍ତାବ ପଠାଇଥିଲେ।

ଏହି ପ୍ରସ୍ତାବ ଉପରେ ତର୍ଜମା କରି ଭାରତ ସରକାରଙ୍କ ସଂସ୍କୃତି ବିଭାଗର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ) ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ଡ଼ ଅତୁଲ କୁମାର ପ୍ରଧାନଙ୍କ
ନିର୍ଦ୍ଦେଶନା ତଥା ବିଭାଗର ଡ଼ ସନ୍ତୋଷ କୁମାର ମଲ୍ଲିକଙ୍କ ସହ ନିର୍ଦ୍ଦେଶନାରେ ଏହି ସ୍ଥାନକୁ ଉତଖନନ ପାଇଁ ଅନୁମତି ପତ୍ର ପ୍ରଦାନ କରିଛି। ଏହି ଉତଖନନ କାର୍ଯ୍ୟରେ ଇତିହାସର ଛାତ୍ରଛାତ୍ରୀ, ଗବେଷକ ତଥା ବିଷୟ ବିଶେଷଜ୍ଞମାନେ ଯୋଗଦେବେ।

୨୦୨୨ ମସିହାରେ ମଧ୍ୟ ଡ଼ ପ୍ରଧାନଙ୍କ ନିର୍ଦ୍ଦେଶନାରେ ବରଗଡର ବରପାଲି ସ୍ଥିତ ଅସୁରଗଡ ଉତଖନନରୁ ୨୦୦୦ ହଜାର ବର୍ଷର ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଥିଲା। ବିଗତ ବର୍ଷରେ ଜିଏମୟୁ ଇତିହାସ ବିଭାଗ ଉତଖନନ, ସର୍ବେକ୍ଷଣ, ଜନସଚେତନତା କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ତଥା ରାଷ୍ଟ୍ରୀୟ ସମ୍ପାନ ଆୟୋଜନ କରି ଛାତ୍ରଛାତ୍ରୀ ତଥା ଲୋକମାନଙ୍କ ମଧ୍ୟରେ ନିଜର ଇତିହାସ ଏବଂ ଐତିହ୍ୟ ପ୍ରତି ସଚେତନତା କାର୍ଯ୍ୟ କରୁଛି।

ଡ଼ ପ୍ରଧାନଙ୍କ ମତରେ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ କେବଳ ଇତିହାସର ପାଠ୍ୟପୁସ୍ତକରେ ସୀମାବଦ୍ଧ ନରହି ଏହିପରି ଉତଖନନ ଏବଂ ସର୍ବେକ୍ଷଣ ମାଧ୍ୟମରେ କିଭଳି ନୂଆ ଇତିହାସ ସୃଷ୍ଟି କରାଯାଏ ତାହାର ଜ୍ଞାନ ପ୍ରଦାନ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେଢାଖୋଲ ଉପଖଣ୍ଡ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026
Latest News

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.