ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ରବିବାର ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ରବିବାର ସିବିଆଇ ପକ୍ଷରୁ ଉତ୍ତର ପ୍ରଦେଶର 17ଟି ସ୍ଥାନରେ ଚଢାଉ କରାଯାଇଛି । ଜୁଲାଇ 30 ତାରିଖରେ ପୀଡିତାଙ୍କ କାର୍କୁ ଏକ ଟ୍ରକ୍ ଧକ୍କା ଦେବା ପରେ ମାମଲା ମଙ୍ଗଳବାର ସିବିଆଇକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ପରେ ସିବିଆଇ ପକ୍ଷରୁ ନିଲମ୍ବିତ ବିଜେପି ବିଧାୟକ କୁଲ୍ଦୀପ୍ ସେନ୍ଗାରଙ୍କୁ ଗିରଫ କରାଯାଇଛି । ଏହା ସହିତ ରବିବାର ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ 17ଟି ସ୍ଥାନରେ ଚଢାଉ କରାଯାଇଛି । ରବିବାର ଦୁର୍ଘଟଣାରେ ପୀଡିତା ଏବଂ ପୀଡିତାଙ୍କ ଓକିଲ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ପୀଡିତାଙ୍କ ଦୁଇ ପୀଉସୀ ପ୍ରାଣ ହରାଇଥିଲେ ।