Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆପଡ଼ା: ନିର୍ବାଚନ ସମ୍ପର୍କିତ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
ଆଜିର ଖବର

ନୂଆପଡ଼ା: ନିର୍ବାଚନ ସମ୍ପର୍କିତ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡ଼ା: ନିର୍ବାଚନ ସମ୍ପର୍କିତ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
ନୂଆପଡ଼ା: ନିର୍ବାଚନ ସମ୍ପର୍କିତ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ଵର: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ନୂଆପଡା ଜିଲ୍ଲା ଗସ୍ତ କରି ନିର୍ବାଚନ ସମ୍ପର୍କିତ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ନିର୍ବାଚନ ସମୟରେ ପୋଲିସକୁ ସଜାଗ ଓ ତତ୍ପର ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡିଜିପି ଶ୍ରୀ ଖୁରାନିଆ ପ୍ରଥମେ ଓଡ଼ିଶା ଛତିଶଗଡ ସୀମାନ୍ତରେ ଅବସ୍ଥିତ ସୁନାବେଡା ଓ ଦାତୁନାମା CRPF କ୍ୟାମ୍ପ ଓ ପରେ ଜାମଙ୍ଗା ରେ ଅବସ୍ଥିତ IR ବାଟାଲିୟନ କ୍ୟାମ୍ପ ପରିଦର୍ଶନରେ ଯାଇ ସେଠାରେ ମୃତୟନ ଥିବା ଅର୍ଦ୍ଧ ସାମରିକ ବଳ ତଥା ଓଡିଶା ପୋଲିସର ବରିଷ୍ଠ ଅଧିକାରୀ ଓ ଯବାନ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କଠିନ ପରିଶ୍ରମ ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିବା ସହ ଉପନିର୍ବାଚନ ନିମନ୍ତେ ପ୍ରସ୍ତୁତ ଓ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।

ଏହାପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଜିପି ବରିଷ୍ଠ ପୋଲିସ୍ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଯୋଗ ଦେଇ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ନିମନ୍ତେ ପଦକ୍ଷେପ ଗୁଡ଼ିକର ବିସ୍ତୃତ ସମୀକ୍ଷା କରିଥିଲେ। ଏହି ଅବସରରେ ମାଓ ଦମନ ଉପରେ ଜିଲ୍ଲା ପୋଲିସର ରଣନୀତି ଏବଂ ଗୁଇନ୍ଦା ସୂଚନା ଆଧାରରେ ନକ୍ସଲ ବିରୋଧୀ ଅଭିଯାନ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା ୧୨୬ ଓ ୧୨୯ ଅନୁଯାୟୀ ପ୍ରତିରୋଧ ମୂଳକ ବ୍ୟବସ୍ଥା ଗ୍ରହଣ କରିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟ (NBWs) କୁ କାର୍ଯ୍ୟକାରୀ କରିବା ସହ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗୁଡ଼ିକୁ ତୀବ୍ର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ଛଡ଼ା EVM ଗୁଡିକର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ CCTV କଭରେଜ, ଷ୍ଟ୍ରଙ୍ଗ୍ ରୁମ୍ ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା, ECI ନିର୍ଦ୍ଦେଶାବଳୀର କଡାକଡି ଅନୁପାଳନ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ନିର୍ବାଚନ ଆଚରଣ ବିଧିର କଡାକଡି ଅନୁପାଳନ କରିବାକୁ ଡିଜିପି ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ସମଗ୍ର ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ, ମୁକ୍ତ ଏବଂ ନିରପେକ୍ଷ ଭାବରେ ସମାପନ ହେବା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଅଧିକ ଫୋର୍ସ ମୁତୟନ କରିବା, ଆନ୍ତଃରାଜ୍ୟ ସୀମାନ୍ତରେ କଡ଼ା ପାଟ୍ରୋଲିଂ କରିବା ଏବଂ ଅସାମାଜିକ ତତ୍ତ୍ୱ ଉପରେ ନଜର ରଖିବାକୁ ମଧ୍ୟ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗ (ECI) ର ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ନୂଆପଡ଼ା ଜିଲ୍ଲାକୁ ରାଜ୍ୟ ପୋଲିସ ସଦର ମହକୁମା ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଡିଜିପିଙ୍କ ଗସ୍ତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ନକ୍ସଲ ବିରୋଧୀ ଅପରେସନ) ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଏସଏପି) ରାଜେଶ କୁମାର, ଆଇଜିପି (ଉତ୍ତରାଞ୍ଚଳ) ହିମାଂଶୁ ଲାଲ, ଡିଆଇଜି(ଅପେରସନ) ଅଖିଳେଶ୍ୱର ସିଂହ, ଡିଆଇଜି( ଦକ୍ଷିଣାଞ୍ଚଳ) ଡ଼. କେ. ଭି. ସିଂହ, ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂହ, କଳାହାଣ୍ଡି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ନାଗରାଜ୍ ଦେବେରକୋଣ୍ଡା ଓ ବଲାଙ୍ଗିର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ନୂଆପଡା ପୋଲିସ୍ ସୁରକ୍ଷା ବ୍ୟବସ୍ଥା ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
Share. Facebook Twitter LinkedIn Email WhatsApp Copy Link

Related Posts

Four New Tahasils: ଚାରୋଟି ନୂଆ ତହସିଲ ଘୋଷଣା କଲେ ସରକାର, ଭୁବନେଶ୍ବରରେ ଦୁଇଟି

November 19, 2025

ସମ୍ରାଟ ଚୌଧୁରୀ ହେଲେ ବିଜେପି ବିଧାୟକ ଦଳ ନେତା, ବିଜୟ ସିହ୍ନା ଉପନେତା ମନୋନୀତ

November 19, 2025

ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟଙ୍କ କମାଲ: ଫାଇନାଲରେ ସ୍ଥାନ ସୁରକ୍ଷିତ କଲେ ଅଟୋ ଡ୍ରାଇଭରଙ୍କ ଝିଅ

November 19, 2025

Pre-Budget Consultation: ବ୍ୟାଙ୍କ ଓ ବୀମା ଅଧିକାରୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 19, 2025
Latest News

Four New Tahasils: ଚାରୋଟି ନୂଆ ତହସିଲ ଘୋଷଣା କଲେ ସରକାର, ଭୁବନେଶ୍ବରରେ ଦୁଇଟି

November 19, 2025

ସମ୍ରାଟ ଚୌଧୁରୀ ହେଲେ ବିଜେପି ବିଧାୟକ ଦଳ ନେତା, ବିଜୟ ସିହ୍ନା ଉପନେତା ମନୋନୀତ

November 19, 2025

ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟଙ୍କ କମାଲ: ଫାଇନାଲରେ ସ୍ଥାନ ସୁରକ୍ଷିତ କଲେ ଅଟୋ ଡ୍ରାଇଭରଙ୍କ ଝିଅ

November 19, 2025

Pre-Budget Consultation: ବ୍ୟାଙ୍କ ଓ ବୀମା ଅଧିକାରୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 19, 2025

ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ଫେରି ପାଇଲେ ପର୍ଯ୍ୟଟକ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.