Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାକଟିଦେଉଳର ଅନାଲୋଚିତ ପର୍ଯ୍ୟଟନ ସ୍ଥଳ ଦେଉଳଗା: ମାନ୍ୟତା ପାଇବ କେବେ?
ଆଜିର ଖବର

ନାକଟିଦେଉଳର ଅନାଲୋଚିତ ପର୍ଯ୍ୟଟନ ସ୍ଥଳ ଦେଉଳଗା: ମାନ୍ୟତା ପାଇବ କେବେ?

October 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନାକଟିଦେଉଳର ଅନାଲୋଚିତ ପର୍ଯ୍ୟଟନ ସ୍ଥଳ ଦେଉଳଗା
ନାକଟିଦେଉଳର ଅନାଲୋଚିତ ପର୍ଯ୍ୟଟନ ସ୍ଥଳ ଦେଉଳଗା: ମାନ୍ୟତା ପାଇବ କେବେ?

ରେଢ଼ାଖୋଲ (କନ୍ଦର୍ପ ବେହେରା): ପଶ୍ଚିମ ଓଡ଼ିଶାରେ ଅନେକ ଗୁଡିଏ ଅନାଲୋଚିତ ପର୍ଯ୍ୟଟନ ସ୍ଥଳୀ ରହିଛି।  ଐତିହାସିକ ମାନେ ସେଇ ସ୍ଥାନକୁ ଗବେଷଣା କରିବାକୁ ପହଂଚି ପାରିନାହାନ୍ତି। ସେମିତି ଏକ ଅନାଲୋଚିତ ସ୍ଥାନ ହେଲା ସମ୍ୱଲପୁର ଜିଲ୍ଲା, ନାକଟିଦେଉଳ ବ୍ଲକ, ବାଟଗାଁ ପଂଚାୟତ ର ହିତସରା ଗ୍ରାମ ନିକଟସ୍ଥ ଦେଉଳଗା ପର୍ଯ୍ୟଟନ ସ୍ଥଳ। ହିତସରା ଗ୍ରାମ ଠାରୁ ନଅ କିଲୋମିଟର ଦୂର ଗଲେ ପଡ଼େ ଏହି ଦେଓଳଗା। ପାହାଡ଼ ପାଦଦେଶର ରହିଛି ଏହି ସ୍ଥାନଟି। ଏଠାକୁ ଯିବାକୁ ହେଲେ ପାଦରେ ଚାଲି ଚାଲି ଯିବାକୁ ହୁଏ।

ଘଞ୍ଚ ଅରଣ୍ୟ ମଧ୍ୟରେ ରହିଛି ଏଇ ଅନାଲୋଚିତ ସ୍ଥାନଟି। ଏଠାରେ ଅନେକ ଗୁଡ଼ିଏ ପଥର ଗୁମ୍ଫା ରହିଛି। ପ୍ରାଗ ଐତିହାସିକ ଯୁଗର ଶିଳାଲେଖ ମଧ୍ୟ ଦେଖିବାକୁ ମିଳେ। ଦିନକୁ ଦିନ ଏଇ ଶିଳା ଲେଖ ଗୁଡିକ ନଷ୍ଟ ହେବାକୁ ବସିଲାଣି। ସେଠାରେ ମହାଭାରତ ଯୁଗର ଖଣ୍ଡା, ତରୱାଲ ଆଦି ମାରଣାସ୍ତ୍ର ରହିଛି। ଯାହା ଅନୁମାନ କରାଯାଉଛି ସେଇ ଅସ୍ତ୍ର ଗୁଡିକ ପଞ୍ଚୁ ପାଣ୍ଡବ ଙ୍କ ବ୍ୟବହୃତ ଅସ୍ତ୍ର ଶସ୍ତ୍ର ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି ଏହି ଅସ୍ତ୍ର ଶସ୍ତ୍ର କେବେଠୁ ଅଛି କେହି ସଠିକ କହି ପାରନ୍ତି ନାହିଁ।

ପୁରାଣରେ ବର୍ଣ୍ଣିତ ଅଛି ଯେ, ପଞ୍ଚୁ ପାଣ୍ଡବ ମାତା କୁନ୍ତୀ, ଓ ସ୍ତ୍ରୀ ଦ୍ରୌପଦୀ ଙ୍କୁ ଧରି ଯେଉଁ ଅଜ୍ଞାତ ବାସ କରୁଥିଲେ କିଛି ଦିନ ଏହି ଦେଉଳଗା ଠାରେ ଅବସ୍ଥାନ କରିଥିଲେ ବୋଲି ଶୁଣିବାକୁ ମିଳେ। ଏଠାରେ ଅନେକ ଗୁଡିଏ କ୍ଷୁଦ୍ର ଝରଣା ପ୍ରବାହିତ ହେଇଛି ଯାହା ଚିରସ୍ରୋତା ଅଟେ। ପାହାଡ଼ ଶିଖରେ ଏକ ସଭାଗୃହ ଅଛି। ସ୍ଥାନୀୟ ଲୋକେ ସେଠାରେ ଏକ ପଦ୍ମ ପୋଖରୀ ଅଛି ବୋଲି କୁହନ୍ତି। ସେଠାରେ ଗୋଟିଏ ଗୁମ୍ଫା ରେ ମା ତାରିଣୀ ଙ୍କ ନାମରେ ନାମିତ ହୋଇଛି।

ସେଠାରେ ସପ୍ତଫେଣୀ ଗୁମ୍ଫା ଦେଖିବାକୁ ମିଳେ। ଆଗରୁ ଲୋକମାନେ ସେଠାକୁ ଯାଇ ନାମ ସଂକୀର୍ତନ୍ୟ କରୁ ଥିଲେ ବୋଲି ଲୋକ ମୁଖରୁ ଶୁଣିବାକୁ ମିଳେ। ଏହି ପର୍ଯ୍ୟଟନ ପୀଠଟି କେମିତି ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇବ ଏବଂ ସବୁଦିନିଆ ରାସ୍ତାର ସୁବିଧା ହେବ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ଦେଉଳଗା ନାକଟିଦେଉଳ ପର୍ଯ୍ୟଟନ ସ୍ଥଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.