Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀବଳଦେବ ଜିଉଙ୍କ ପ୍ରଳମ୍ଭାସୁର ସଂହାର ବେଶ ପାଇଁ ପୁରୀ ଶ୍ରୀମନ୍ଦିରରୁ ଆସିଲା ପାଟବସ୍ତ୍ର
ଆଜିର ଖବର

ଶ୍ରୀବଳଦେବ ଜିଉଙ୍କ ପ୍ରଳମ୍ଭାସୁର ସଂହାର ବେଶ ପାଇଁ ପୁରୀ ଶ୍ରୀମନ୍ଦିରରୁ ଆସିଲା ପାଟବସ୍ତ୍ର

October 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Baladevjiu
Special grant for construction of Baladev Ji's chariot

ଭୁବନେଶ୍ଵର: କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ବା ପଞ୍ଚୁକ ଏକାଦଶୀ ତିଥିରେ କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀବଳଦେବ ଜିଉଙ୍କ ପ୍ରଳମ୍ଭାସୁର ସଂହାର ବେଶ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀ ଶ୍ରୀମନ୍ଦିରରୁ ପାଟବସ୍ତ୍ର ଆସିଛି। ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଦେବଙ୍କ ପାଇଁ ପାଟବସ୍ତ୍ର ପଠାଇବାର ପରମ୍ପରା ଗତ ୧୫ବର୍ଷ ଧରି କ୍ରମାଗତ ଭାବେ ଚାଲି ଆସିଛି। ମାଦଳା ପାଞ୍ଜିରେ ଏହି ପରମ୍ପରାର ଉଲ୍ଲେଖ ରହିଛି। ତେବେ ଗତ କେତେବର୍ଷ ହେବ ଏହାକୁ ବନ୍ଦ କରି ଦିଆଯାଇଥିଲା। ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ଉଦ୍ୟମକ୍ରମେ ଏହାକୁ ପୁନର୍ବାର ଆରମ୍ଭ କରାଯାଇଥିଲା।

ଚଳିତବର୍ଷ ଶ୍ରୀମନ୍ଦିରର ସହକାରୀ ପ୍ରଶାସକ ଡକ୍ଟର ପ୍ରଭୁ ପୀୟୁଷମହାପାତ୍ରଙ୍କ ନେତୃତ୍ବରେ ୪ଜଣିଆ ଦଳ ୩ଟି ପାଟବସ୍ତ୍ର ଧରି ତୁଳସୀକ୍ଷେତ୍ରରେ ପହଞ୍ଚିଛନ୍ତି। ଏହି ପାଟବସ୍ତ୍ରକୁ ଶ୍ରୀବଳଦେବଜିଉ ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟରେ ହସ୍ତାନ୍ତର କରାଯାଇଛି। ଶ୍ରୀବଳଦେବ ଜିଉଙ୍କ ପାଇଁ ଘନନୀଳ ପାଟବସ୍ତ୍ର, ମା ସୁଭଦ୍ରାଙ୍କ ପାଇଁ ଲାଲ୍ ପାଟବସ୍ତ୍ର ଏବଂ ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ପାଟବସ୍ତ୍ର ଆସିଛି। ଆସନ୍ତା ପଞ୍ଚୁକ ଏକାଦଶୀରେ ଶ୍ରୀଜିଉମାନଙ୍କୁ ଏହି ପାଟବସ୍ତ୍ର ଲାଗି କରାଯିବ।

ପୁରୀ ଶ୍ରୀମନ୍ଦିର ପ୍ରଳମ୍ଭାସୁର ସଂହାର ବେଶ ଶ୍ରୀବଳଦେବ ଜିଉ
Share. Facebook Twitter LinkedIn Email WhatsApp Copy Link

Related Posts

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Latest News

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.