Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କାର୍ଯ୍ୟସୂଚୀ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ ଓ ୧୧ ନଭେମ୍ବର, ୨୦୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

୧୦ ନଭେମ୍ବର, ୨୦୨୨ରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ ସେ ଭୁବନେଶ୍ବରରେ ପହଞ୍ଚିବେ ଏବଂ ସେଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ନେତୃବର୍ଗଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେହି ସନ୍ଧ୍ୟାରେ, ରାଷ୍ଟ୍ରପତି ଭୁବନେଶ୍ବର ରାଜ ଭବନ ପରିସରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ।

୧୧ ନଭେମ୍ବର ୨୦୨୨ରେ ରାଷ୍ଟ୍ରପତି ଭୁବନେଶ୍ବର ଠାରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ।

Categories
ଆଜିର ଖବର

ଗୋଟିଏ ଦିନ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ

ପୁରୀ, ଆସନ୍ତା୧୬ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଖୋଲିବାର ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଓ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଭକ୍ତମାନଙ୍କ ସୁବିଧା ନିମନ୍ତେ ଶେଡ୍, ସାନିଟାଇଜେସନ୍ ସୁବିଧା ସହ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ।

୧୬ ତାରିଖରୁ ପ୍ରଥମେ ପୁରୀବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ନିଷେଧ କରାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ।

ଆସନ୍ତା ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। କୋଭିଡ କଟକଣାକୁ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଗା ଦର୍ଶନ ପାଇଁ ଖୋଲିବ ସିଂହଦ୍ବାର, ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ, ଶେଷରେ ବହୁ ପ୍ରତୀକ୍ଷା ପରେ ଜଗାର ସିଂହଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ଆସନ୍ତା 16 ତାରିଖ ପରଠାରୁ ଏହି ଦର୍ଶନ ଆରମ୍ଭ ହେବ। ତେବେ ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରଶାସନ ତରଫରୁ ୱର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ 6ଟି ଲେଖାଏଁ ୱାର୍ଡର ଲୋକଙ୍କୁ ଦର୍ଶନ କରିବାର ଅନୁମତି ଦିଆଯାଇଛି। ତେବେ କରୋନା କଟକଣା ପାଇଁ ଏହି ଦର୍ଶନ ବେଳେ କେତେକ ନିୟମ ଲାଗୁ କରାଯାଇଛି।

ପୁରୀବାସୀ ଅଗଷ୍ଟ 16 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଦର୍ଶନ କରିବେ। ତେବେ ସେମାନଙ୍କୁ କୌଣସି କରୋନା ସାର୍ଟିଫିକେଟ ଦେଖାଇବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ସୁଦ୍ଧା ପୁରା ପୁରୀ ସହରରେ ଟିକାକରଣ ହୋଇ ନ ଥିଲେ ମଧ୍ୟ ଜଗା ଦର୍ଶନ ପାଇଁ କୌଣସି ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ। ତେବେ ପୁରୀ ବାସିନ୍ଦା ଭାବେ ଆଧାରକାର୍ଡ କିମ୍ବା ଅନ୍ୟ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ପୁରୀବାସୀ କିପରି ଭଲରେ ଜଗା ଦର୍ଶନ କରିବେ ସେ ନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।

ଏହାପରେ 23 ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। 20 ତାରିଖରେ ପୁରୀବାସୀଙ୍କ ଦର୍ଶନ ସରିବା ପରେ 21 ଓ 22 ତାରିଖ ଦୁଇଦିନ ସପ୍ତାହନ୍ତ ଲକଡାଉନ ଲାଗୁ ରହିଛି। ଫଳରେ ସେହି ଦୁଇଦିନ ଦର୍ଶନ ବନ୍ଦ କରାଯାଇଛି। ସେଥିପାଇଁ 23 ତାରିଖରୁ ଏହି ଦର୍ଶନ ଆରମ୍ଭ ହେବ। ସପ୍ତାହର 5ଦିନ ସକାଳ 7ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ଦର୍ଶନ ସୁବିଧା ମିଳିପାରିବ। ତେବେ ଏହି ସମୟରେ ନେଗେଟିଭ ସାର୍ଟିଫିକେଟ କିମ୍ବା ଦୁଇ ଡୋଜ ଟିକା ନେବାର ପ୍ରମାଣ ପତ୍ର ଭକ୍ତଙ୍କୁ ଦେବାକୁ ପଡିବ।

ପୂର୍ବପରି ଭକ୍ତମାନେ ମାସ୍କ, ସାନିଟାଇଜର ପ୍ରଭୃତି ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଦ୍ବାରରେ ସାନିଟାଇଜର ରଖାଯିବ ବୋଲି ନିଷ୍ପତି କରାଯାଇଛି। ସେହିପରି ମନ୍ଦିର ଭିତରେ ଦୀପ ଲଗାଇବା ପାଇଁ ମନା କରାଯାଇଛି। ଭକ୍ତମାନେ ଆନନ୍ଦ ବଜାରରୁ ଅଭଡା କିଣିପାରିବେ ହେଲେ ସେଠାରେ ସେବନ କରିପାରିବେ ନାହିଁ। ଦର୍ଶନ ପାଇଁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସ୍ବତନ୍ତ୍ର ଧାଡି କରାଯିବ।

ତେବେ ଶ୍ରୀମନ୍ଦିର ପ୍ରତ୍ୟେକ ଶନିବାର ଓ ରବିବାର ସହିତ ବିଭିନ୍ନ ପର୍ବପର୍ବାଣୀରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କାରଣ ଏହିଦିନ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମର ଆଶଙ୍କା ରହିଥିବାରୁ ପ୍ରଶାସନ ଏହି ନିଷ୍ପତି ଗ୍ରହଣ କରିଛି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ, ଏହି ବେଶରେ କଣ ଲଗାଯାଏ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ବର, ଚଳିତ ବର୍ଷ ଶ୍ରୀଜୀୟୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଗତ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ପଡିଥିଲା। ଅର୍ଥାତ ୨୫ ବର୍ଷ ପରେ ଏହି ବେଶ ପଡିଛି। ଫଳରେ ଏହା ଦେଖିବା ପାଇଁ ଭକ୍ତମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା ଥିଲା। ହେଲେ କରୋନା ପାଇଁ ସେ ସବୁ ବନ୍ଦ କରି ଦିଆଯାଇଛି। ୨୫ ବର୍ଷ ତଳେ ପଡୁଥିଲେ ମଧ୍ୟ ଭକ୍ତମାନେ ତାହା ଦର୍ଶନ କରିବାରୁ ବଞ୍ଚିତ ହେବେ। ମନ୍ଦିର ପ୍ରଶାସନ ତରଫରୁ କରୋନା ସଂକ୍ରାମଣ ପାଇଁ ଏହି ବେଶ ଦେଖିବାକୁ ବାରଣ କରାଯାଇଛି।

ଏହି ନାଗାର୍ଜୁନ ବେଶ କଣ

ନାଗାର୍ଜ୍ଜୁନ ବେଶ ହେଉଛି ଶ୍ରୀ ଜୀୟୁଙ୍କ ଏକ ବିରଳ ବେଶ। ଏଥିରେ  ଠାକୁର ବୀର ବା ଯୋଦ୍ଧା ବେଶର ସଜେଇ ହୁଅନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ରରେ ଠାକୁରଙ୍କୁ ସଜା ଯାଇଥାଏ।  ପ୍ରଭୁ ବଳଭଦ୍ର ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ପଛରେ ଧନୁତୀର ରଖାଯାଇଥାଏ। ମୁଣ୍ଡରେ ଏକ ହାଣ୍ଡିଆ ମୁକୁଟ ପିନ୍ଧାଯାଇଥାଏ। ସେହିପରି ଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର ଏବଂ ବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଦିଆଯାଇଥାଏ। ସୁନାର ମୁକୁଟ ସହିତ ଏକ ଆକର୍ଷଣୀୟ ବେଶ କରାଯାଇଥାଏ। ଏହା ଏକ ବିରଳ ତଥା ବହୁ ବର୍ଷ ପରେ ହେଉଥିବାରୁ ସବୁ ଭକ୍ତ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି। 

ନାଗାର୍ଜ୍ଜୁନ ବେଶ କେବେ ହୋଇଥାଏ

ଶ୍ରୀଜୀୟୁଙ୍କ ବିଭିନ୍ନ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ହେଲା ବେଶ୍ ବିରଳ ବେଶ। କାରଣ ତିନିଠାକୁରଙ୍କ ଯେତେ ସବୁ ବେଶ ଅଛି ତାହା ବର୍ଷରେ ଥରେ ପଡିଥାଏ। ହେଲେ ନାଗାର୍ଜୁନ ବେଶ କେତେବେଳେ ପଡିବ ତାହା କହିହେବ ନାହିଁ। ମୁଖ୍ୟତଃ ଯେଉଁ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚଦିନ ନ ହୋଇ ଛଅ ଦିନ ହେବ ସେହି ଦିନ ଏହି ବେଶ କରାଯାଇଥାଏ। ଅର୍ଥାତ ପଞ୍ଚୁକ ପାଞ୍ଚଦିନ ସହିତ ଗୋଟିଏ ମଳ ତିଥି ରହିଥାଏ। ଫଳରେ ସେହି ବର୍ଷ ପଞ୍ଚୁକ ଛଅଦିନ ହୋଇଥାଏ। ଏହି ମଳ ଦ୍ବାଦଶୀରେ ପ୍ରଭୃଙ୍କ ନାଗାର୍ଜୁନ ବେଶ କରାଯାଇଥାଏ।ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ମଳ ଦ୍ବାଦଶୀ ପଡୁଥିବାରୁ ଏହି ନାଗାର୍ଜ୍ଜୁନ ବେଶ କରାଯାଉଛି।

ପୂର୍ବେ ନାଗାର୍ଜୁନ ବେଶ କେବେ ହୋଇଥିଲା

ପ୍ରକୃତରେ ନାଗାର୍ଜ୍ଜୁନ ବେଶର ପ୍ରାଚୀନତା ସଂପର୍କରେ କୌଣସି ଲିଖିତ ତଥ୍ୟ ନାହିଁ। ଏପରିକି ଶ୍ରୀମନ୍ଦିର ରେକର୍ଡରେ ମଧ୍ୟ ଏହାର ପ୍ରାଚୀନତା ସଂପର୍କରେ କୌଣସି ଉଲ୍ଲେଖ ନାହିଁ। ସେହିପିର ଶ୍ରୀମନ୍ଦିର ସତ୍ବଲିପିରେ ସମସ୍ତ ବେଶ କଥା ଉଲ୍ଲେଖ ଥିବା ବେଳେ ନାଗାର୍ଜ୍ଜୁନ ବେଶ ଉପରେ କୌଣସି ତଥ୍ୟ ନାହିଁ। ତେବେ ଶ୍ରୀମନ୍ଦିର ରେକର୍ଡ ଅନୁସାରେ କେବଳ 1966 ମସିହାରେ ଶ୍ରୀଜୀୟୁଙ୍କର ନାଗାର୍ଜ୍ଜୁନ ବେଶ ହୋଇଥିଲା। ତା ପୂର୍ବରୁ କେବେ ହୋଇଥିଲା ତାହାର କୌଣସି ତଥ୍ୟ ଲିପିବଦ୍ଧ ହୋଇ ନାହିଁ। ସେହି ରେକର୍ଡ ଅନୁସାରେ କେବଳ 54 ବର୍ଷର ଇତିହାସ ରହିଛି। ବିଗତ ବର୍ଷରେ ହୋଇଥିବା ନାଗାର୍ଜ୍ଜୁନ ବେଶ ନିମ୍ନ ତାରିଖ ଅନୁସାରେ ଅନୁଷ୍ଠିତ ହୋଇଥିଲା।

# ୨୬ ନଭେମ୍ବର ୧୯୬୬
# ୧୬ ନଭେମ୍ବର ୧୯୬୭
# ୩ ନଭେମ୍ବର ୧୯୬୮
# ଏହାପରେ ୨୭ ବର୍ଷ ପରେ ଅର୍ଥାତ ୨୬ ନଭେମ୍ବର ୧୯୯୩ ମସିହାରେ ପଡିଥିଲା
# ଗତ ନାଗାର୍ଜ୍ଜୁନ ବେଶ ହୋଇଥିଲା ୧୬ ନଭେମ୍ବର ୧୯୯୪ ମସିହାରେ

ଅର୍ଥାତ ଏଥର ନାଗାର୍ଜ୍ଜୁନ ବେଶ ୨୫ ବର୍ଷ ପରେ ଅନୁଷ୍ଠିତ ହେଲା।

ନାଗାର୍ଜ୍ଜୁନ ବେଶରେ କଣ ଲଗାଯାଏ, କିଏ କରେ

ସାଧାରଣତଃ ନାଗାର୍ଜ୍ଜୁନ ବେଶରେ ତିନିଠାକୁରଙ୍କୁ ବୀର ବେଶରେ ସଜ୍ଜିତ କରାଯାଇଥାଏ। ଏଥିରେ ସୋଲ, କନା, ଜରୀ, ବେତରେ ତିଆରି ହାଣ୍ଡିଆ, ଢେଣୁ, ନିଶଦାଢୀ, ସୋଲର ଛୁରୀ, କଟୁରୀ, ବାଘଛାଲ, ସିଙ୍ଗଡା, କଲିଫି, ସ୍ବର୍ଣ୍ଣ, ଶ୍ରୀଭୂଜ, ଶ୍ରୀପୟର, ବାଘନଖିମାଳି, ହରିଡା ମାଳି ପ୍ରଭୃତି ବ୍ୟବହାର କରାଯାଇଥାଏ। ସେହିପରି ଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର ଏବଂ ବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଦିଆଯାଇଥାଏ।

ଏହି ବେଶକୁ ପୂର୍ବରୁ ପୁରୀ ହରଚଣ୍ଡୀ ସାହିର ଶ୍ରୀମନ୍ଦିର ସେବାୟତ ଜଗନ୍ନାଥ ଖୁଣ୍ଟିଆଙ୍କ ପରିବାର କରିଆସୁଥିଲେ। ହେଲେ ୧୯୯୩ ମସିହାରେ ଏମାନେ କରିବାକୁ ଅରାଜି ହେବାରୁ ଦୋଳମଣ୍ଡପ ସାହିର ଦଇତାପତି ପରିବାରର ତିଳୋତମା ଦାସମହାପାତ୍ର ଏହି ବେଶ ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥିଲେ। ହେଲେ ୧୯୯୪ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ଏହି ବେଶର ଦାୟିତ୍ବ ନେଇ ବେଶ ଯାକଜମକରେ କରିଆସୁଛି। ସେହିପରି ମନ୍ଦିର ଭିତରେ ତିନି ଠାକୁରଙ୍କୁ ଏହି ବେଶ ଯେଉଁମାନେ କରିଥାନ୍ତି ସେମାନେ ହେଲେ  ଭିତରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ର, ପୁଷ୍ପପାଳକ ସେବକ। ଏଥିସହିତ ଖୁଣ୍ଟିଆ ଏବଂ ମେକାପ ସେବକ ମଧ୍ୟ ସାହାର୍ଯ୍ୟ କରିଥାନ୍ତି।

ପ୍ରତିବର୍ଷ ଏହି କାର୍ତ୍ତିକ ମାସରେ ତିନି ଠାକୁରଙ୍କ ବହୁ ବେଶ କରାଯାଇଥାଏ। ସେଥି ମଧ୍ୟରେ କାର୍ତ୍ତିକ ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣ ବେଶ, ଦ୍ବାଦଶୀରେ ବାଙ୍କଚୂଡା ବେଶ, ତ୍ରୟୋଦଶୀରେ ତ୍ରିବୀକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମାରେ ରାଜବେଶ କରାଯାଇଥାଏ। ହେଲେ କାର୍ତ୍ତିକ ମାସର ଏହି ନାଗର୍ଜ୍ଜୁନ ବେଶ ହେଉଛି ସବୁଠୁ ବିରଳ ।

Categories
ଆଜିର ଖବର

ଖଣି ଟଙ୍କାରେ ହେବ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ : ଅବଢା ଯୋଜନାରେ ଲାଗିବ ସଂଗୃହୀତ ଅର୍ଥ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୧୪/୧୨: ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ।ଖଣି ଓ ଇସ୍ପାତ ବିଭାଗ ଓଡ଼ିଶା ଖଣି ନିଗମକୁ ୬ଟି ଖୋଣ୍ଡାଲାଇଟ ଖଣି ଦେଇଛି। ଏହି ୬ଟି ଖଣି ମଧ୍ୟରେ ଯାଜପୁରରେ ୩, ଖୋର୍ଦ୍ଧାରେ ୨ ଓ କଟକରେ ଗୋଟିଏ  ଖୋଣ୍ଡାଲାଇଟ ଖଣି ରହିଛି। ଓଡ଼ିଶା ଖଣି ନିଗମ ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳିତ ହେବାକୁ ଥିବା ଖଣିଜ ପଦାର୍ଥ ପୂର୍ତ୍ତ ବିଭାଗ କିମ୍ବା ଏହା ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିକୁ ଯୋଗାଇ ଦିଆଯିବ ।  ଆଉ ଏହି ଖଣିଜ ପଦାର୍ଥର ସଂଗୃହୀତ ଅର୍ଥକୁ ଅବଢା ଯୋଜନାରେ ଖର୍ଚ୍ଚ କରାଯିବ।