ନୂଆଦିଲ୍ଲୀ: ପାକିସ୍ତାନର ସର୍ବୋଚ୍ଚ ଜେନେରାଲ୍ ସାହିର ଶମଶାଦ ମିର୍ଜା ଢାକା ଗସ୍ତ ସମୟରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଉଭୟ ନେତା ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସହଯୋଗ ଏବଂ ପାରସ୍ପରିକ ସହାୟତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ସମୟରେ ମହମ୍ମଦ ୟୁନୁସ୍ ଜେନେରାଲ୍ ମିର୍ଜାଙ୍କୁ ଭାରତର ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ବାଂଲାଦେଶର ମାନଚିତ୍ରରେ ଅନ୍ତର୍ଭୁକ୍ତ କରିଥିବା ଏକ ଫଟୋ ପ୍ରଦାନ କରିଛନ୍ତି।





