Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଧୁ ବିନା ଆମ ଜୀବନ ମରୁଭୂମି ସଦୃଶ : ବନ୍ଧୁ ପାଇଁ ଦିନଟିଏ
ଆଜିର ଖବର

ବନ୍ଧୁ ବିନା ଆମ ଜୀବନ ମରୁଭୂମି ସଦୃଶ : ବନ୍ଧୁ ପାଇଁ ଦିନଟିଏ

August 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
happy friendship day
happy friendship day

ଆଜି ହେଉଛି ବିଶ୍ବ ବନ୍ଧୁତ୍ବ ଦିବସ । ବନ୍ଧୁ ପାଇଁ ଦିନଟିଏ । ସତ କହିବାକୁ ଗଲେ ବନ୍ଧୁତ୍ବ ପାଇଁ ଗୋଟିଏ ଦିନ ନୁହେଁ, ବନ୍ଧୁତ୍ବ ଅନନ୍ତକାଳର । ବନ୍ଧୁତ୍ବ ହେଉଛି ସମ୍ପର୍କର ଅନନ୍ୟ ପରିଭାଷା । ଦୁନିଆର ସବୁଠାରୁ ନିସ୍ବାର୍ଥପର ସମ୍ପର୍କ ହେଉଛି ବନ୍ଧୁତ୍ବ । ଯାହା ପାଖରେ ନଥାଏ କିଛି ପାଇବାର ଆଶା । ପ୍ରତି ଦୁଃଖ ଓ ସୁଖର ସାଥୀ ହୋଇଥାଏ ବନ୍ଧୁ । ରକ୍ତ ସମ୍ପର୍କର ନ ହୋଇ ବି ସବୁ ସମ୍ପର୍କର ଉର୍ଦ୍ଧ୍ବରେ ରହିଥାଏ ବନ୍ଧୁ । ଜୀବନରେ ଯଦି ସାଙ୍ଗ ବା ବନ୍ଧୁ ନଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଏ ।   ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଏ ବିଶ୍ବ ବନ୍ଧୁତ୍ବ ଦିବସ ।  ତେବେ ବନ୍ଧୁତ୍ବ ଦିବସ ପ୍ରଥମେ ଆମେରିକାରେ ପାଳନ ହୋଇଥିଲା । ୧୯୩୫ରେ ପ୍ରଥମ ଥର ଆମେରିକା କଂଗ୍ରେସ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ହଲମାର୍କ କାର୍ଡ଼ର ସଂସ୍ଥାପକ ଜୋସ ହାଲଙ୍କ ପ୍ରସ୍ତାବରେ ବନ୍ଧୁତ୍ୱର ପ୍ରତୀକ ସ୍ୱରୂପ ୧୯୧୯ରୁ ଏହି ଦିବସର ପାଳନ ଆରମ୍ଭ ହୋଇଥିଲା।  ପୁରାଣଠାରୁ ଆଧୁନିକ ପର୍ଯ୍ୟନ୍ତ ସବୁଠି ବନ୍ଧୁତ୍ବ ତା’ର କାୟା ବିସ୍ତାର କରିଛି । ପୁରାଣରେ ବନ୍ଧୁତ୍ବର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳେ । ଶ୍ରୀକୃଷ୍ଣଙ୍କ ତାଙ୍କ ବନ୍ଧୁତ୍ବର ଅନେକ ପ୍ରମାଣ ଦେଇଛନ୍ତି । ସଖା ହୋଇ ସେ ରଥ ସାରଥୀ ସାଜିଛନ୍ତି । ପୁଣି ସଖା ହୋଇ ଲଜ୍ଜା ନିବାରଣ କରିଛନ୍ତି । ପୁଣି ସଖା ହୋଇ ସୁଦାମାର ସମସ୍ତ ଦୁଃଖକୁ ଅପସାରଣ କରିଛନ୍ତି ।  ଆଜିର ସମୟରେ ଫ୍ରେଣ୍ଡସିପ୍‌ ଡେ’ ପାଳନ କରି ବନ୍ଧୁଙ୍କୁ ଗିପ୍ଟ, ବ୍ୟାଣ୍ଡ, କାର୍ଡ ଆଦି ଦିଆଯାଉଛି । ତେବେ ଦେଖାଣିଆ ବନ୍ଧୁତ୍ବ ନୁହେଁ, ହୃଦୟରୁ ବନ୍ଧୁତ୍ବ ସ୍ବୀକାର କରିବା ଦରକାର । ବନ୍ଧୁତ୍ବ ଏକ ଅନନ୍ୟ ସମ୍ପର୍କ, ସେହି ସମ୍ପର୍କକୁ ଚିରସ୍ଥାୟୀ କରିବା ଦରକାର ।

Share. Facebook Twitter LinkedIn Email WhatsApp Copy Link

Related Posts

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Latest News

କୋହିଲି ଦେଲେ ‘ବିରାଟ’ ବିଜୟ: କ୍ରମାଗତ ଦ୍ଵିତୀୟ ଥର ଟାଇଟଲ ଜିତିଲା RCB

May 31, 2026

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.