Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ମାସରେ ଓଡିଶାରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଲା ଜିଓ
ଆଜିର ଖବର

ଅଗଷ୍ଟ ମାସରେ ଓଡିଶାରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଲା ଜିଓ

October 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ
ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ସ୍ଥିତିକୁ ସୁଦୃଢ଼​​କରି, ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ରାଜ୍ୟରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଅଗଷ୍ଟ ୨୦୨୫ ରେ ଓଡ଼ିଶାରେ ପ୍ରାୟ ୧.୪୯ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଏଥିସହିତ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧ କୋଟି ୬୫ ଲକ୍ଷ ଅତିକ୍ରମ କରିଛି ଏବଂ ଜିଓ ୪୬.୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଓଡ଼ିଶାର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ସୁଲଭ ଜିଓଭାରତ ୪ଜି ଫୋନ୍ ହଜାର ହଜାର ୨ଜି ଗ୍ରାହକଙ୍କୁ ୪ଜି କୁ ଅପଗ୍ରେଡ୍ କରିବାରେ ସକ୍ଷମ କରିଛି।

ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଅଗଷ୍ଟ ମାସରେ ୨.୪୬ ଲକ୍ଷ ବୃଦ୍ଧି ପାଇ ୩୧ ଅଗଷ୍ଟ, ୨୦୨୫ ସୁଦ୍ଧା ୩.୫୬ କୋଟି ଅତିକ୍ରମ କରିଛି। ଜାତୀୟ ସ୍ତରରେ, ଜିଓ ଅଗଷ୍ଟ ୨୦୨୫ରେ ସର୍ବାଧିକ ୧୯.୪୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି।

ଓଡ଼ିଶାରେ ୫ଜି ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ସେବାରେ ପ୍ରାଧାନ୍ୟ ବିସ୍ତାର କରି ଜିଓ ଏହି କ୍ଷେତ୍ରରେ ଅନ୍ୟମାନଙ୍କୁ ବହୁତ ପଛରେ ପକାଇ ଦେଇଛି। ଟ୍ରାଇ ତଥ୍ୟ ଅନୁଯାୟୀ, ୨୦୨୫ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ଜିଓର ୨.୨୬ ଲକ୍ଷରୁ ଅଧିକ ୫ଜି ଏଫଡବ୍ଲୁଏ ଏବଂ ୨୫୮୫୧ ୟୁବିଆର ଏଫଡବ୍ଲୁଏ ଗ୍ରାହକ ରହିଛନ୍ତି। ରାଜ୍ୟରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଜିଓ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇଛି। ରାଜ୍ୟର କୋଣ ଅନୁକୋଣରେ ଜିଓର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ବଳରେ ସମ୍ଭବ ହୋଇଛି।

ଉଲ୍ଲେଖନୀୟ ଯେ ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ବାସ୍ତବରେ ସମାବେଶୀ ହୋଇଛି, କାରଣ ବିଶେଷକରି ଗ୍ରାମୀଣ ଏବଂ ସହର ଉପକଣ୍ଠ ଅଞ୍ଚଳରେ ରହିଥିବା ଶେଷ-ମାଇଲ୍ ଫାଇବର ସଂଯୋଗ ଜନିତ ସମସ୍ୟାକୁ ଏହା ଦୂର କରିଛି। ଏହା ଗୁଣାତ୍ମକ ଅସୀମିତ ଘରୋଇ ମନୋରଞ୍ଜନ ଓ ନିରବଛିନ୍ନ ବ୍ରଡବ୍ୟାଣ୍ଡ ସଂଯୋଗର ସୁବିଧା ସୁନିଶ୍ଚିତ କରିଛି। ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ପୁନଃପରିଭାଷିତ କରି ଜିଓଏୟାରଫାଇବର ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ଅସୀମିତ ୱାଇଫାଇ, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରକୁ ସଶକ୍ତ କରିଛି।

ଅଗଷ୍ଟ ମାସ ଓଡିଶା ଜିଓ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ
Share. Facebook Twitter LinkedIn Email WhatsApp Copy Link

Related Posts

ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ

May 3, 2026

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

May 2, 2026
Latest News

ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ

May 3, 2026

ଆଜି ମଇ ୩ ତାରିଖ ରବିବାରରେ ଛଅଟି ରାଶି ପାଇଁ ରହିଛି ଶୁଭ ଖବର, ଖୁସି ହେବେ

May 3, 2026

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.