ନୂଆଦିଲ୍ଲୀ: କେନବେରାରେ ବର୍ଷା କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଭାଙ୍ଗି ଦେଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ରଦ୍ଦ ହୋଇଛି। ବର୍ଷା ଯୋଗୁଁ ମାତ୍ର ୫୮ ବଲ୍ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଗୋଟିଏ ୱିକେଟ୍ ହରାଇ ୯୭ ରନ୍ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ ଚୌକା ଏବଂ ଛକା ମାରିଥିଲେ, କିନ୍ତୁ ୧୦ମ ଓଭରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷା କମିବା ପାଇଁ ଅପେକ୍ଷା କରିବା ସତ୍ତ୍ୱେ ମ୍ୟାଚ୍ କୁ ରଦ୍ଧ ଘୋଷଣା କରାଯାଇଥିଲା।
କେନବେରା ଟି-୨୦ ମ୍ୟାଚ୍ ରେ ପୂର୍ବରୁ ବର୍ଷା ଆଶା କରାଯାଉଥିଲା। ଯଦିଓ ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହୋଇଥିଲା, ଷଷ୍ଠ ଓଭରରେ ବର୍ଷା ଆସିଲା, ପ୍ରାୟ ଅଧ ଘଣ୍ଟା ପାଇଁ ଖେଳ ବନ୍ଦ କରିଦିଆଗଲା। ତା’ପରେ ମ୍ୟାଚ୍ ୧୮ ଓଭରକୁ ହ୍ରାସ କରାଯାଇଥିଲା। ବର୍ଷା ପରେ ମ୍ୟାଚ୍ ପୁଣି ଥରେ ଆରମ୍ଭ ହେବା ପରେ, ସୂର୍ଯ୍ୟ ଏବଂ ଗିଲ୍ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟେ ଅଷ୍ଟ୍ରେଲିୟ ବୋଲରଙ୍କୁ ଆକ୍ରମଣ କରୁଥିଲେ, କିନ୍ତୁ ହଠାତ୍ ୧୦ମ ଓଭରରେ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଏହା ପରେ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇପାରିଲା ନାହିଁ। ଖେଳ ବନ୍ଦ ହେବା ବେଳକୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୪ ବଲ୍ ରୁ ୩୯ ରନ୍ କରିଥିଲେ। ସେ ୩ ଚୌକା ଏବଂ ୨ ଛକା ମାରିଥିଲେ। ଶୁଭମନ ଗିଲ୍ ୨୦ ବଲ୍ ରୁ ୩୭ ରନ୍ କରିଥିଲେ। ସେ ୪ ଚୌକା ଏବଂ ୧ ଛକା ମାରିଥିଲେ। ଭାରତ ମାତ୍ର ୯.୪ ଓଭରରେ ୧ ୱିକେଟ୍ ହରାଇ ୯୭ ରନ୍ କରିଥିଲା।



