Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ଗାଡ଼କଣ ଅଳିଆଗଦା ହଟାଇବା ଦାବୀରେ ତାତିଲେ ଜନତା, ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ
ଆଜିର ଖବର

ଭୁବନେଶ୍ବର ଗାଡ଼କଣ ଅଳିଆଗଦା ହଟାଇବା ଦାବୀରେ ତାତିଲେ ଜନତା, ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

October 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ଗାଡ଼କଣ ଅଳିଆଗଦା
ଭୁବନେଶ୍ବର ଗାଡ଼କଣ ଅଳିଆଗଦା ହଟାଇବା ଦାବୀରେ ତାତିଲେ ଜନତା, ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

ଭୁବନେଶ୍ବର: ବେଆଇନ ସୈନିକ ସ୍କୁଲ ଗାଡ଼କଣ ଅଳିଆଗଦାକୁ ହଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମୁଖରେ ଆମରଣ ଅନଶନ କରିଥିଲା ସୈନିକ ସ୍କୁଲ ବଞ୍ଚାଅ ଅଳିଆ ଗଦା ହଟାଅ ଅଭିଯାନ। ମଙ୍ଗଳବାର ଦିନ ବୋର୍ଡ ତରବରିଆ ଭାବେ ଅଭିଯାନକୁ ଏକ ଚିଠି ଲେଖି ଆମରଣ ଅନଶନ ବନ୍ଦ ରଖିବାକୁ ଅନୁରୋଧ କରିବା ସହିତ ଏହି ବିଷୟରେ ଗୃହ ଓ଼ ନଗର ଉନ୍ନୟନ ବିଭାଗ ସହିତ ଯୋଗାଯୋଗ କରିବାକୁ କହିଥିଲା। ହେଲେ ପ୍ରବଳ ବର୍ଷା ସତ୍ୱେ ଆଜି ଅନଶନ ଚାଲିଥିଲା। ଅଭିଯାନର ଏକ ପ୍ରତିନିଧି ମଣ୍ଡଳୀ ସହିତ ପ୍ରଦୂଷଣ ବୋର୍ଡ ଅଧିକାରୀ ଆଲୋଚନା କରିବାକୁ ଗେଟ ସମୁଖକୁ ଆସିଥିଲେ।

ଆଲୋଚନା ସମୟରେ ଗାଡକଣ ଅଳିଆ ପ୍ରୋସେସିଂ ସମ୍ପୂର୍ଣ୍ଣ ସେଟ୍ ଅପ୍ ସ୍ଥାନାନ୍ତର କେବେ ହେବ ପ୍ରଶ୍ନରେ, ଏହି ପ୍ରକ୍ରିୟା ଜାରି ରହିଛି ବୋଲି ବି ଏମ ସି ଲିଖିତ ଭାବେ ଜଣାଇଛି ଏବଂ କେତେଦିନ ଭିତରେ ଅଳିଆ ଗଦା ସମ୍ପୂର୍ଣ ବନ୍ଦ ହେବ ବୋଲି ପ୍ରଶ୍ନରେ ପ୍ରଦୂଷଣ ବୋର୍ଡ ବରିଷ୍ଠ ବୈଜ୍ଞାନିକ ଡ଼. ଉଷାରାଣୀ ପଟନାୟକ କହିଲେ କି ଆମେ ତାଙ୍କୁ ଗୋଟେ ଟାଇମ ବାଉଣ୍ଡ ଡେଡ ଲାଇନ ଦେବୁ। ଅଭିଯାନ ପକ୍ଷରୁ ବି ଏମ ସି କୁ କାହିଁକି ଫାଇନ କରାଯାଇନାହିଁ ପ୍ରଶ୍ନରେ ଆମେ ଆଇନ ଗତ ପ୍ରକ୍ରିୟା ଭିତରେ ତାଙ୍କୁ ନିଶ୍ଚିତ ଫାଇନ କରିବୁ ବୋଲି କହିଥିଲେ।

ଏହା ସହିତ, ବି ଏମ ସିକୁ ପୂର୍ବରୁ ଗଦା ଯାଇଥିବା ଅଳିଆ ସବୁକୁ ପ୍ରକ୍ରିୟା କରଣ ହେତୁ ସୀମିତ ସମୟ ପାଇଁ C T O ଦିଆଯାଇଛି। ତାକୁ ଧାର୍ଯ୍ୟ ସମୟ ଭିତରେ ମଧ୍ୟ ରଦ କରାଯାଇପାରେ। ଆଉ ମାମଲାଟି ବର୍ତ୍ତମାନ ବିଚାରାଧୀନ ଅଛି ତେଣୁ ଆପଣଙ୍କ ଦାବୀ ଅନୁଯାଇ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ଆଲୋଚନା ପରେ ଆଜି ପାଇଁ ଅନଶନ ପ୍ରତ୍ୟାହୃତ ହୋଇଛି। ଆଗକୁ ପୁଣି ଆବଶ୍ୟକ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଅଭିଯାନ କହିଛି ।

ପ୍ରକାଶ ଥାଉ କି ଦୀର୍ଘ 23 ବର୍ଷ ଧରି ଅଳିଆ ଗଦା ଯାଇ ଦୁର୍ଗନ୍ଧ ରେ ଅଂଚଳ ଫାଟି ପଡୁଥିବା ବେଳେ ଏହାକୁ ଅସ୍ଥାୟୀ ଅଳିଆ ଗଦା କହି ଅଳିଆ ଗଦା ସ୍ଥାନାନ୍ତର ସମ୍ପର୍କର ବି ଏମ ସି ଓ଼ ନଗର ଉନ୍ନୟନ ବିଭାଗକୁ ସେମିତି କିଛି ଦଣ୍ଡ ବିଧାନ କରିନି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଏବଂ ସ୍ୱାସ୍ଥ୍ୟ ବିପଦକୁ ଅଣଦେଖା କରି ଉପଯୁକ୍ତ ତଦାରଖ ବିନା CTO ଜାରି କରିଥିଲେ। ଅଳିଆ ଗଦା ହଟାଅ ଅଭିଯାନ, ବି ଏମ ସି ଓ଼ ପଲ୍ୟୁସନ ବୋର୍ଡ ର ମିଳିତ ଅନୁସନ୍ଧାନ 9 ସେପ୍ଟେମ୍ବରରେ ନିଶ୍ଚିତ କରାଯାଇଥିଲା ଯେ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ କୌଣସି ବୈଧ କାଗଜ ପତ୍ର ନାହିଁ ।

ଆମରଣ ଅନଶନରେ ଆବାହକ ଦିଲୀପ ଦାସଶର୍ମା, ସମ୍ପାଦକ ସନ୍ଦୀପ ଦାସ, ଯୁଗ୍ମ ଆବାହକ ସଞ୍ଜୟ ମଲ୍ଲିକ, ଶଙ୍କର୍ଷଣ ବାରିକ, ଲଲାଟ କେଶରୀ ଜେନା, ଯୁଗ୍ମ ସମ୍ପାଦକ ଚିନ୍ତାମଣି ବାରିକ, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ,ଅଜୟ ସାମନ୍ତରାୟ, କୃପାସିନ୍ଧୁ ସାହୁ,ଡ଼ ଜୟନ୍ତ କୁମାର ପରିଡ଼ା,ମହେଶ୍ୱର ବିଶ୍ବାଳ,ନିମାଇଁ ଚରଣ ଦାସ,ଶିତଳ ଚନ୍ଦ୍ର ମହାନ୍ତି,ଭ୍ରମର ବର ପ୍ରଧାନ,ରାମଚନ୍ଦ୍ର ସାମଲ,ତ୍ରିଲୋଚନ ରଥ,ବିଜୟ କୁମାର ଦେ,ବିଭୁତି ଭୁଷଣ ତ୍ରିପାଠୀ,ବିବେକାନନ୍ଦ ମହାନ୍ତି,ମଳୟ ରଥଙ୍କ ସମେତ ଦୁଇ ଶହ ରୁ ଉର୍ଦ୍ଧ କର୍ମକର୍ତ୍ତା ଓ଼ ଅଂଚଳ ବାସୀ ଆଜିର ଅନଶନରେ ଯୋଗ ଦେଇଥିଲେ।

ଅଳିଆଗଦା ଆନ୍ଦୋଳନ ଗାଡକଣ ବିଏମସି ଭୁବନେଶ୍ବର ଗାଡ଼କଣ ଅଳିଆଗଦା ସୈନିକ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Latest News

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.