Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ପ୍ରଚଳନ କରାଯିବ ଏଆଇ ଉପରେ ପାଠ୍ୟକ୍ରମ 
ଆଜିର ଖବର

ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ପ୍ରଚଳନ କରାଯିବ ଏଆଇ ଉପରେ ପାଠ୍ୟକ୍ରମ 

October 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
AI
ଏଆଇ ଚମକାଇଲା ଏହି ଦେଶର ଭାଗ୍ୟ!: ପ୍ରତ୍ୟେକ ନାଗରିକଙ୍କୁ ମିଳିବ ନଗଦ ୨୬ ହଜାର ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ  କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗକୁ ଭବିଷ୍ୟତ  ଶିକ୍ଷାର ଅତ୍ୟାବଶ୍ୟକ ଉପାଦାନ ଭାବରେ ଆଗକୁ ବଢାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଏହି କ୍ରମରେ ଦେଶର ସବୁ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରୁ ଏଆଇ ଶିକ୍ଷା ପାଠ୍ୟକ୍ରମର ଶୁଭାରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ବିଭାଗ, ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫଏସଇ) 2023ର ବ୍ୟାପକ ପରିସର ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଏବଂ ସମାବେଶୀ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା ସିବିଏସଇ, ଏନସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସଂଗଠନ ଭଳି ଅନୁଷ୍ଠାନଗୁଡ଼ିକୁ ସହାୟତା କରୁଛି।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ ଶିଖିବା, ଚିନ୍ତା କରିବା ଏବଂ ଶିଖାଇବାର ଅବଧାରଣାକୁ ସୁଦୃଢ଼ କରିବ। ଏହା ସାର୍ବଜନୀନ ହିତ ପାଇଁ ଏଆଇର ପ୍ରଚଳନକୁ ବିସ୍ତାର କରିବ। ଏହି ପ୍ରୟାସ ଜଟିଳ ଆହ୍ୱାନକୁ ସମାଧାନ କରିବା ଲାଗି ଏଆଇର ନୈତିକ ଉପଯୋଗ ଦିଗରେ ଏକ ନୂତନ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ତୃତୀୟ ଶ୍ରେଣୀରୁ ଏହି ବୈଷୟିକ ଶିକ୍ଷା ଆରମ୍ଭ ହେବା ଫଳରେ ମୌଳିକ ସ୍ତରରେ ଏହାକୁ ସାମିଲ କରାଯାଇପାରିବ।

ଏ ପ୍ରସଙ୍ଗରେ ଅକ୍ଟୋବର 29 ତାରିଖରେ ଏକ ଅଂଶୀଦାର ବିଚାରବିମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିବିଏସଇ, ଏନସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସଂଗଠନ ସମେତ ବାହ୍ୟ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ ପାଠ୍ୟକ୍ରମ ବିକଶିତ କରିବା ଲାଗି ଆଇଆଇଟି ମାଡ୍ରାସର ପ୍ରଫେସର କାର୍ତ୍ତିକ ରମଣଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ ସମିତି ଗଠନ କରାଯାଇଛି ।

ସ୍କୁଲ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡିତ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ବିବେଚନା କରାଯିବା ଉଚିତ । ସେ ଆହୁରି ଆଲୋକପାତ କରିଥିଲେ ଯେ ନିଷ୍ଠାର ଶିକ୍ଷକ ତାଲିମ ମଡ୍ୟୁଲ୍ ଏବଂ ଭିଡିଓ-ଆଧାରିତ ଶିକ୍ଷା ସମ୍ବଳ ସମେତ ଶିକ୍ଷକ ତାଲିମ ଏବଂ ଶିକ୍ଷା-ଶିକ୍ଷଣ ସାମଗ୍ରୀ ପାଠ୍ୟକ୍ରମ କାର୍ଯ୍ୟକାରିତାର ଆଧାର ହେବ।  ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରାଚୀ ପାଣ୍ଡେ ପାଠ୍ୟକ୍ରମର ବିକାଶ ଏବଂ କାର୍ଯ୍ୟକାରିତା ଲାଗି ନିର୍ଦ୍ଧାରିତ ସମୟସୀମା ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।

ନିଷ୍ପତ୍ତି ଅନୁଯାୟୀ 2026-27 ଶିକ୍ଷା ବର୍ଷ ଠାରୁ ଜାତୀୟ ଶିକ୍ଷା ନୀତି 2020 ଅନୁରୂପ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ ପାଠ୍ୟକ୍ରମର ଶୁଭାରମ୍ଭ କରାଯିବ। ଏଥିପାଇଁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମ୍ବଳ ସାମଗ୍ରୀ, ହ୍ୟାଣ୍ଡବୁକ, ଡିଜିଟାଲ ସମ୍ବଳ ବିକଶିତ କରାଯିବ।

କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷା ତୃତୀୟ ଶ୍ରେଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି

September 7, 2026

ଆଜି ସେପ୍ଟେମ୍ବର ସାତରେ ଏହି ସାତୋଟି ରାଶି ରୁହନ୍ତ ସାବଧାନ

September 7, 2026

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026

ଦିଲ୍ଲୀ ବିଲିଡିଂ ଟ୍ରାଜେଡ଼ି : ୫ ମୃତ

September 6, 2026
Latest News

ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି

September 7, 2026

ଆଜି ସେପ୍ଟେମ୍ବର ସାତରେ ଏହି ସାତୋଟି ରାଶି ରୁହନ୍ତ ସାବଧାନ

September 7, 2026

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026

ଦିଲ୍ଲୀ ବିଲିଡିଂ ଟ୍ରାଜେଡ଼ି : ୫ ମୃତ

September 6, 2026

ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖୁଥିବାବେଳେ ଅଘଟଣ: ବଜ୍ରପାତରେ ନାବାଳକ ମୃତ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.