ରେଢ଼ାଖୋଲ (କନ୍ଦର୍ପ ବେହେରା): ଗଞ୍ଜେଇ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ରେଢ଼ାଖୋଲ ଅବକାରୀ ବିଭାଗ ଚଢାଉ କରି ୧୨୯ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରଛି ଏବଂ ଜଣେ ଫେରାର ଥିବା ଅବକାରୀ ବିଭାଗ ପ୍ରକାଶ କରିଛି। ରେଢ଼ାଖୋଲ ଥାନା ଘୋଷରାମାଲ ପଞ୍ଚାୟତର ରେଙ୍ଗାଲମୁଣ୍ଡା ପଡାରେ ଏଭଳି ଘଟଣା ଘଟିଛି।
ଅବକାରୀ ବିଭାଗ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ନାକଟିଦେଉଳ ବ୍ଲକର ଘୋଷରାମାଳ ପଂଚାୟତର ରେଙ୍ଗାଲାମୁଣ୍ଡା ପଡାରେ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରେଢ଼ାଖୋଲ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଘୋଷରାମାଳ ଗ୍ରାମର ରେଙ୍ଗାଲାମୁଣ୍ଡା ପଡାରେ ଚଢ଼ାଉ କରି ୧୨୯ କେଜି ଗଞ୍ଜେଇ ଜବତ କରିଥିଲେ। ଏଥିରେ ସମ୍ପୃକ୍ତି ଥିବା ଘୋଷରାମାଳ ଗ୍ରାମର ପପୁନ ରାଉଳ (୨୪) ଓ ଗଗନ ରାଉଳ (୫୦) ଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତି ଥିବା ଘୋଷରାମାଳ ଗ୍ରାମର ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ରାଉଳ (୩୦) ଫେରାର ଥିବା ଅବକାରୀ ବିଭାଗ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ପ୍ରକାଶ କରଛି।



