Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥରେ ସତର୍କତା ସଚେତନତା ସପ୍ତାହ 2025 ଉଦଯାପିତ
ଆଜିର ଖବର

ପୂର୍ବତଟ ରେଳପଥରେ ସତର୍କତା ସଚେତନତା ସପ୍ତାହ 2025 ଉଦଯାପିତ

November 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥରେ ସତର୍କତା ସଚେତନତା ସପ୍ତାହ 2025 ଉଦଯାପିତ
ପୂର୍ବତଟ ରେଳପଥରେ ସତର୍କତା ସଚେତନତା ସପ୍ତାହ 2025 ଉଦଯାପିତ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦ୍ୱାରା “ସତର୍କତା:ଆମର ସହଭାଗୀ ଦାୟିତ୍ୱ” ବିଷୟବସ୍ତୁ ଆଧାରରେ ପାଳନ କରାଯାଇଥିବା ଏକ ସପ୍ତାହ ବ୍ୟାପୀ ସତର୍କତା ସଚେତନତା ସପ୍ତାହ ଆଜି ଉଦଯାପିତ ହୋଇଛି।

ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଅତିରିକ୍ତ ମହାପ୍ରବନ୍ଧକ ବି.ଏସ.କେ. ରାଜକୁମାର ଏବଂ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଏହି ଅବସରରେ ଯୋଗଦାନ କରି ଜନସାଧାରଣଙ୍କ ସେବାରେ ଅଖଣ୍ଡତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିବାକୁ ଏହି ଉଦଯାପନୀ ଉତ୍ସବରେ ସେମାନଙ୍କର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେଳବାଇ ତଥା ରେଳ ବ୍ୟବହାରକାରୀଙ୍କ ମଧ୍ୟରେ ସଚ୍ଚୋଟତା ଏବଂ ଉତ୍ତରଦାୟିତ୍ୱର ସଂସ୍କୃତି ପ୍ରତିପାଦନ କରିବାକୁ ରେଳପଥର ପ୍ରତିବଦ୍ଧତାକୁ ଆଲୋକପାତ କରିଥିଲା।

ଏହି ଉଦଯାପନୀ ସମାରୋହରେ ରେଳବାଇ କର୍ମଚାରୀ, ସେମାନଙ୍କ ପିଲାମାନେ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୂର୍ବତଟ ରେଳପଥର ସତର୍କତା ବିଭାଗ ଦ୍ୱାରା ଆୟୋଜିତ ଅନ୍-ଦି ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ପେଣ୍ଟିଂ ପ୍ରତିଯୋଗିତାରେ ପାରଦର୍ଶିତା ପାଇଁ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ୍ ସେମାନଙ୍କୁ ପୁରସ୍କୃତ କରିଥିଲେ। ସଜାଗତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାଧାରଣ ଜୀବନରେ ସ୍ୱଚ୍ଛତା ଏବଂ ଅଖଣ୍ଡତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ଗୁଡ଼ିକରେ ବିଭିନ୍ନ କ୍ଷେତ୍ରର ଯୁବ ବର୍ଗ ମାନଙ୍କୁ ନିୟୋଜିତ କରାଯାଇଥିଲା।

ଶ୍ରୀ ଫୁଙ୍କୱାଲ୍ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଅଖଣ୍ଡତା କେବଳ ଏକ ନୀତି ନୁହେଁ ବରଂ ଏକ ସଂସ୍କୃତି ଯାହାକୁ ଆମେ ସମସ୍ତେ ଗ୍ରହଣ କରିବା ଆବଶ୍ୟକ। ଏହି ମୂଲ୍ୟବୋଧକୁ ଆମର କର୍ମଜୀବୀ ତଥା ସମୁଦାୟରେ ଜାଗ୍ରତ କରି ଆମେ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ସହଯୋଗର ପ୍ରୟାସ କରୁଛୁ”। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତଟ ରେଳପଥ ମଧ୍ୟରେ ଆମେ ଏହି ଅଞ୍ଚଳରେ ଭବିଷ୍ୟତର ବିକାଶର ଧାରା ଗଠନ କରୁଛୁ। ଏହା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ରାଷ୍ଟ୍ର ନିର୍ମାଣ ପାଇଁ ସର୍ବଦା ସଂପୂର୍ଣ୍ଣ ଅଖଣ୍ଡତା ପ୍ରଦାନ କରିଥାନ୍ତି।

ରେଳବାଇ କର୍ମଚାରୀ ଏବଂ ଜନସାଧାରଣଙ୍କୁ ନୈତିକ ଆଚରଣ ଏବଂ ପ୍ରଶାସନରେ ସଚେତନତାର ଗୁରୁତ୍ୱ ବିଷୟରେ ଆଲୋଚନା ପାଇଁ ଭାଗିଦାରୀ ମାନଙ୍କୁ ନିୟୋଜିତ କରିବା ସେମାନଙ୍କର ମତାମତ ନେବା ସହିତ ଅନ୍ୟାନ ପଦକ୍ଷେପ ଗୁଡିକ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ କରାଯାଇଥିଲା ଯାହାକି ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ପ୍ରୟାସର ଏକ ଅଂଶ। ଏହି କାର୍ଯ୍ୟକ୍ରମରେ ଅଖଣ୍ଡତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇ ସତ୍ୟ ନିଷ୍ଠାର ସଂସ୍କୃତିରୁ ରାଷ୍ଟ୍ରର ସମୃଦ୍ଧି ସମ୍ବନ୍ଧରେ କର୍ମଶାଳା ଏବଂ ସେମିନାରଗୁଡିକ ଆୟୋଜନ କରାଯାଇଥିଲା ଯାହାକି ଜନସେବା ପାଇଁ ପ୍ରଭାବଶାଳୀ ଥିଲା।

ସପ୍ତାହବ୍ୟାପୀ ସତର୍କତା ସଚେତନତା ପାଳନ କରିବାର ସଫଳ ଆଚରଣକୁ ସଂଯୋଜନା କରିବାରେ ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ଏ. କେ. ଚତୁର୍ବେଦୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆମେ ଆଗକୁ ବଢିବା ସହିତ ଅଖଣ୍ଡତାର ସଂସ୍କୃତିକୁ ଦୃଢ଼ୀଭୁତ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥର ଉତ୍ସର୍ଗୀକୃତ ସେବା ସର୍ବଦା ରହିଥାଏ, ଯାହା ରେଳବାଇ ସେବାରେ ଜନସାଧାରଣଙ୍କ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

ପୂର୍ବତଟ ରେଳପଥ ସତର୍କତା ସଚେତନତା ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟେନର ସହିତ ବିପୁଳ ପରିମାଣର ଗୋ ମାଂସ ଜବତ, ଜାତୀୟ ରାଜପଥରୁ ଧରିଲା ବାଣପୁର ପୋଲିସ

November 25, 2025

ଭାରତର ବିକାଶ ଆଭିମୁଖ୍ୟ ସାମ୍ବିଧାନିକ ମୂଲ୍ୟବୋଧ ସହିତ ସମନ୍ୱିତ ହେବା ଆବଶ୍ୟକ: ଅଖିଳ କୁମାର ମିଶ୍ର

November 25, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ନିୟମିତ ଚଳାଚଳ କରିବ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍

November 25, 2025

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025
Latest News

କଣ୍ଟେନର ସହିତ ବିପୁଳ ପରିମାଣର ଗୋ ମାଂସ ଜବତ, ଜାତୀୟ ରାଜପଥରୁ ଧରିଲା ବାଣପୁର ପୋଲିସ

November 25, 2025

ଭାରତର ବିକାଶ ଆଭିମୁଖ୍ୟ ସାମ୍ବିଧାନିକ ମୂଲ୍ୟବୋଧ ସହିତ ସମନ୍ୱିତ ହେବା ଆବଶ୍ୟକ: ଅଖିଳ କୁମାର ମିଶ୍ର

November 25, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ନିୟମିତ ଚଳାଚଳ କରିବ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍

November 25, 2025

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025

ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.