Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ
ଆଜିର ଖବର

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର
ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଆଜି ଭୁବନେଶ୍ୱରରେ ଉଦଯାପିତ ହୋଇଯାଇଛି। ଭାରତର ହସ୍ତଶିଳ୍ପ କ୍ଷେତ୍ରକୁ ବିକଶିତ ଭାରତ 2047ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଛି। ବୟନ ମନ୍ତ୍ରଣାଳୟର ଉନ୍ନୟନ କମିଶନର (ହସ୍ତତନ୍ତ) ଏବଂ ଉନ୍ନୟନ କମିଶନର (ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ବରିଷ୍ଠ ଅଧିକାରୀ, ନୀତି ନିର୍ଦ୍ଧାରକ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସେମାନେ ଭାରତର ହସ୍ତଶିଳ୍ପ ଏବଂ ଏହି ଶିଳ୍ପର ଅଭିବୃଦ୍ଧି ପାଇଁ ଏକୀକୃତ ଦୃଷ୍ଟିକୋଣ ପ୍ରସ୍ତୁତ କରିବା ନେଇ ଆଲୋଚନା କରିଛନ୍ତି।

ଆଲୋଚନା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ଉପରେ କେନ୍ଦ୍ରିତ ଥିଲା: ହସ୍ତଶିଳ୍ପ ଅର୍ଥବ୍ୟବସ୍ଥାର ବର୍ତ୍ତମାନର ଦୃଶ୍ୟପଟ ମୂଲ୍ୟାଙ୍କନ ସହିତ ରାଜ୍ୟଗୁଡ଼ିକ ବ୍ୟାପକ ଅଂଶଗ୍ରହଣ, ସମନ୍ୱିତ ପ୍ରଶାସନ ଓ ଦୀର୍ଘସ୍ଥାୟୀ କ୍ଷେତ୍ରୀୟ ବିକାଶ ପାଇଁ ଲକ୍ଷ୍ୟ ରଖି ଆଗାମୀ ଜାତୀୟ ଯୋଜନାର ଢାଞ୍ଚା ଗଠନ।

ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ନୀଲମ ଶାମି ରାଓ ଆଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ସରକାରଙ୍କ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବ ତଥା କମିଶନନ ପୁନମ ଗୁହା ତାପସ କୁମାର ଉପସ୍ଥିତି ଥିଲେ।

ନୀଲମ ଶାମି ରାଓ ତାଙ୍କ ଅଭିଭାଷଣରେ, ଉତ୍ପାଦକତା ବୃଦ୍ଧି କରିବା ଏବଂ କଠିନ ପରିଶ୍ରମ କମାଇବା ପାଇଁ ପାରମ୍ପରିକ କାରିଗରୀକୁ ଆଧୁନିକ ଉପକରଣ ସହିତ ସନ୍ତୁଳିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଚିବ ଜାତୀୟ ଫ୍ୟାଶନ୍ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଏଫଟି) ଏବଂ ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଏଚଟି) ଭଳି ପ୍ରତିଷ୍ଠାନଗୁଡ଼ିକୁ ବଜାର ଚକ୍ର ପୂର୍ବରୁ ଡିଜାଇନ୍ ଏବଂ ରଙ୍ଗର ଧାରାକୁ ନେଇ ପୂର୍ବାନୁମାନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଆନ୍ତଃରାଜ୍ୟ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରି, ସେ ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସାରା କଞ୍ଚାମାଲର ସୁଗମ ପରିବହନ ପାଇଁ ଆହ୍ୱାନ କରିଥିଲେ।

ସେ କହିଥିଲେ, ଆମେ ପ୍ରୋତ୍ସାହନ ଦେଉଥିବା ପରିବେଶକୁ ସୁରକ୍ଷିତ ରଖିବାକୁ ହେବ। ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଆମ ଅର୍ଥବ୍ୟବସ୍ଥାର ପାରିପାର୍ଶ୍ୱିକ ଅଂଶବିଶେଷ ନୁହେଁ ବରଂ ଭବିଷ୍ୟତର ଅଗ୍ରଣୀ ଉତ୍ପାଦ ରୂପେ ଦେଖିବାକୁ ହେବ। ଏଭଳି ସମ୍ମିଳନୀ ପ୍ରତି ଛଅମାସରେ ଥରେ ଆୟୋଜନ କରାଗଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନିରନ୍ତର ଆଲୋଚନା ହୋଇପାରିବ। ବିକଶିତ ଭାରତ 2047 ଲକ୍ଷ୍ୟ ସହିତ ସମନ୍ୱିତ ଏକ ସ୍ଥିର, ସମାବେଶୀ ଏବଂ ନବସୃଜନ-ଚାଳିତ ହସ୍ତଶିଳ୍ପ ଅର୍ଥବ୍ୟବସ୍ଥାର ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ପାଇଁ ନିରନ୍ତର ସମନ୍ୱୟ ଓ ସାମୟିକ ସମୀକ୍ଷା ଅତ୍ୟନ୍ତ ଜରୁରୀ।

ଅନୁ ଗର୍ଗ ହସ୍ତତନ୍ତର ସାଂସ୍କୃତିକ ଏବଂ ପରିବେଶଗତ ମୂଲ୍ୟକୁ ଦୋହରାଇବା ସହିତ କୋଟପାଡ ଏବଂ ଡୋଙ୍ଗରିଆ ଚଦରକୁ ଦୀର୍ଘସ୍ଥାୟୀ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ କାରିଗରମାନଙ୍କୁ ଅଧିକ ସ୍ୱୀକୃତି (ଉତ୍ପାଦରେ ନାମ-ଟ୍ୟାଗିଂ ସମେତ), ବଜାର ଗବେଷଣା ଏବଂ ଉତ୍ପାଦ ଡିଜାଇନରେ ଯୁବ-ମୁଖୀ ତାଲିମ ପାଇଁ ଆହ୍ୱାନ କରିଥିଲେ। ଏହି ଅବସରରେ ସେ ଏକ ଦୀର୍ଘସ୍ଥାୟିତ୍ୱ ସେଲ୍ ଏବଂ କଠା ସିଲ୍କ ଭଳି ଇକୋ-ଟେକ୍ସଟାଇଲ୍ସର ପ୍ରୋତ୍ସାହନ ପାଇଁ ଯୋଜନାର ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ଉନ୍ନୟନ କମିଶନର ଡକ୍ଟର ଏମ. ବୀଣା ସହଯୋଗୀ ସଂଘୀୟ ବ୍ୟବସ୍ଥା, ଦକ୍ଷତା ଓ ଡିଜାଇନ ଉନ୍ନତିକରଣ, ମହିଳା ନେତୃତ୍ୱାଧୀନ ବିକାଶ, କ୍ଲଷ୍ଟର ଭିତ୍ତିଭୂମି, କଳାକାରଙ୍କ ପାଇଁ ସାର୍ବଜନୀନ ଆର୍ଥିକ ସମର୍ଥନ ଏବଂ ଜିଆଇ ସଂଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।

ସେହିପରି କେନ୍ଦ୍ର ହସ୍ତଶିଳ୍ପ ଉନ୍ନୟନ କମିଶନର ଅମୃତ ରାଜ ପ୍ରଶାସନିକ ସଂସ୍କାର, ସୁଦୃଢ଼ ଡିଜିଟାଲ ପ୍ରଶାସନ, ଫଳାଫଳ ଆଧାରିତ କାର୍ଯ୍ୟକାରିତା, ତ୍ରିସ୍ତରୀୟ ଜାତୀୟ-ରାଜ୍ୟ-ଜିଲ୍ଲା ମଡେଲ ପ୍ରସ୍ତାବ ଦେଇଥିଲେ।

ଗତକାଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଜାତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଥିଲେ। ସମ୍ମିଳନୀ ସହିତ, ଭୁବନେଶ୍ୱରରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ପାଭିଲିୟନ୍ ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ମନୋଜ ଆହୁଜାଙ୍କ ଦ୍ୱାରା ପାଭିଲିୟନ୍ ଉଦଘାଟନ କରାଯାଇଥିଲା। ସମ୍ମିଳନୀର ପ୍ରଥମ ଦିନରେ, ଛଅଟି ବିଷୟବସ୍ତୁ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯାହା ରାଜ୍ୟସ୍ତରୀୟ ନବସୃଜନ ଏବଂ ସାମଗ୍ରିକ କ୍ଷେତ୍ରୀୟ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ଆଲୋକପାତ କରିଥିଲା।

ପ୍ରତିନିଧିମାନେ ଓଡ଼ିଶାର ହସ୍ତଶିଳ୍ପ ଐତିହ୍ୟକୁ ଅନୁଭବ କରିବା ପାଇଁ କଳାଭୂମି, ବୟନିକା ଏବଂ ଉତ୍କଳିକା ଶୋ’ରୁମ୍ ପରିଦର୍ଶନ ମଧ୍ୟ କରିଥିଲେ।

ସମ୍ମିଳନୀରେ ଦୁଇଦିନ ଧରି ଆଲୋଚନା କାରିଗର ଏବଂ ବୁଣାକାରମାନଙ୍କ ପାଇଁ ପରମ୍ପରାକୁ ପ୍ରଯୁକ୍ତିବିଦ୍ୟା ସହିତ ସନ୍ତୁଳିତ କରିବା ସହିତ ବିକଶିତ ଭାରତ 2047ର ଉଦ୍ଦେଶ୍ୟ ଅନୁରୂପ ଏହି କ୍ଷେତ୍ରରେ ବିକାଶକୁ ଆଗେଇ ନେବ। ଏହା ଏକ ସମନ୍ୱିତ, ସମାବେଶୀ ଏବଂ ନବସୃଜନ-ଚାଳିତ ପରିବେଶ ସୃଷ୍ଟି କରିବା ପାଇଁ ଏକ ମିଳିତ ଜାତୀୟ ପ୍ରତିବଦ୍ଧତାକୁ ପ୍ରତିଫଳନ କରିଛି।

ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ବିକଶିତ ଭାରତ @ 2047: ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟେନର ସହିତ ବିପୁଳ ପରିମାଣର ଗୋ ମାଂସ ଜବତ, ଜାତୀୟ ରାଜପଥରୁ ଧରିଲା ବାଣପୁର ପୋଲିସ

November 25, 2025

ଭାରତର ବିକାଶ ଆଭିମୁଖ୍ୟ ସାମ୍ବିଧାନିକ ମୂଲ୍ୟବୋଧ ସହିତ ସମନ୍ୱିତ ହେବା ଆବଶ୍ୟକ: ଅଖିଳ କୁମାର ମିଶ୍ର

November 25, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ନିୟମିତ ଚଳାଚଳ କରିବ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍

November 25, 2025

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025
Latest News

କଣ୍ଟେନର ସହିତ ବିପୁଳ ପରିମାଣର ଗୋ ମାଂସ ଜବତ, ଜାତୀୟ ରାଜପଥରୁ ଧରିଲା ବାଣପୁର ପୋଲିସ

November 25, 2025

ଭାରତର ବିକାଶ ଆଭିମୁଖ୍ୟ ସାମ୍ବିଧାନିକ ମୂଲ୍ୟବୋଧ ସହିତ ସମନ୍ୱିତ ହେବା ଆବଶ୍ୟକ: ଅଖିଳ କୁମାର ମିଶ୍ର

November 25, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ନିୟମିତ ଚଳାଚଳ କରିବ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍

November 25, 2025

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025

ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.